ପାକିସ୍ତାନର ଜେହାଦ୍‌ ବିଶ୍ୱବିଦ୍ୟାଳୟ: ନିଜ ଦେଶ ପାଇଁ ସୃଷ୍ଟି କରୁଛି ସମସ୍ୟା

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୧୧: କୁହାଯାଏ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ଏଭଳି ଅବସ୍ଥା ଏବେ ପାକିସ୍ତାନରେ ଦେଖାଦେଇଛି। ପାକିସ୍ତାନରେ ଗଢ଼ିଉଠିଥିବା ଜେହାଦ୍‌ ବିଶ୍ୱବିଦ୍ୟାଳୟ ଏବେ ଦେଶ ପାଇଁ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହି ଶିକ୍ଷାନୁଷ୍ଠାନରୁ ସୃଷ୍ଟି ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନ ଲାଗି ଆତଙ୍କ ପାଲଟିଛନ୍ତି। ଦେଶରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଏସବୁ ଶିକ୍ଷାନୁଷ୍ଠାନ ଯୋଗୁ ଦେଖା ଦେଉଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇ ବିଭିନ୍ନ ଆକ୍ରମଣ କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଥିଲା। ସେଥି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜେହାଦ୍‌ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମାତ୍ର ଏବେ ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶର ମାନ୍ୟତା ମିଳିଛି। ଧୀରେଧୀରେ ବିଭିନ୍ନ ଅନ୍ତର୍ଜାତୀୟ ଆର୍ଥିକ ଅନୁଦାନରୁ ପାକିସ୍ତାନ ବଞ୍ଚିତ ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଏବେ ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ପେଶଓ୍ବାରର ପୂର୍ବରେ ଥିବା ଆରୋରା କଟ୍ଟାକ୍‌ଠାରେ ଥିବା ଦାରୁଲ ଉଲମ୍‌ ହାକ୍ୱାନିଆ ସେମିନାରୀ ପାକିସ୍ତାନର ବଡ଼ ଜେହାଦ୍‌ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଛି। ଏଠାରେ ଶିକ୍ଷାଲାଭ କରିଥିବା ଶିକ୍ଷାର୍ଥୀ ପରବର୍ତ୍ତୀ ସମୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପୂର୍ବଜନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ହତ୍ୟା ଘଟଣାରେ ଏହି ଜେହାଦ୍‌ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଆତ୍ମଘାତୀ ବିସ୍ଫୋଣ କରିଥିଲେ। ଏବେ ଭାରତ ସମେତ ଆଫଗାନିସ୍ତାନରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ହେଉଛି। ଏହି ଜେହାଦ୍‌ ବିଶ୍ୱବିଦ୍ୟାଳୟ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ପାକିସ୍ତାନ ଜାଣିଶୁଣି ନିଜ ଗୋଡ଼ରେ ଚୋଟ ମାରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା...

କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୧,୨୪୭ ରୋଗୀ ଚିହ୍ନଟ

ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ, ଟଳିନି କରୋନା ବିପଦ…

ଜେନେଭା, ୩୧।୩ : କରୋନା ମହାମାରୀ ନେଇ ବିଶ୍ୱ ସ୍ବାସ୍ଥ୍ୟ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଜାରି କରାଯାଇଛି। ସଂଗଠନ ପକ୍ଷରୁ ପ୍ରକାଶିତ କରୋନା ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ...

ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ଚାଇନା

ବେଜିଂ,୧୬ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପ ପରେ ବୁଧବାର ଚାଇନା ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର...

ସ୍ବୀକାର କଲା ପାକିସ୍ତାନ: ୨୬/୧୧ ମୁମ୍ବାଇ ଆକ୍ରମଣରେ ଥିଲେ ୧୧ ଲଶ୍କର ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଳାମାବାଦ୍‌,୧୨।୧୧: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ୧୧ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସାମିଲ୍‌ ଥିଲେ। ଏସମ୍ପର୍କରେ ପ୍ରଥମ ଥର ପାଇଁ ପାକିସ୍ତାନ ସ୍ବୀକାର କରିଛି। ଏନେଇ...

କାବୁଲ ମସ୍‌ଜିଦରେ ବିସ୍ଫୋରଣ: ୧୦ ମୃତ

କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ...

ସଂସଦରୁ ବାହାରି ଆସିଲେ ଇମ୍ରାନ, ଦଳର ସମସ୍ତ ସଦସ୍ୟ ଦେବେ ଇସ୍ତଫା

ଇସଲାମାବାଦ,୧୧ ।୪: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଭାଙ୍ଗିବା ପରେ ଏବେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ପାକିସ୍ତାନୀ...

ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର...

Advertisement
Archives

Model This Week