Categories: ଖେଳ

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ରିଚାର୍ଡସନ

ସିଡ୍‌ନୀ, ୧୨ା୩: ଅଷ୍ଟ୍ରେଲିଆନ ପେସ୍‌ ବୋଲର ଝେ ରିଚାର୍ଡସନ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ବାଦ୍‌ ପଡ଼ିଛନ୍ତି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ଯୋଗୁ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଆଇପିଏଲ୍‌ ସିଜନ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ରିଚାର୍ଡସନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥାନ୍ତେ। ପୂର୍ବରୁ ସେ ମାର୍ଚ୍ଚ ୧୭ରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜରୁ ବାଦ୍‌ ପଡ଼ିସାରିଥିଲେ। ରିଚାର୍ଡସନ କହିଛନ୍ତି ଇଞ୍ଜୁରି ହେଉଛି କ୍ରିକେଟର ଏକ ଅଂଶବିଶେଷ। ସେ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କଲେ ପୂର୍ବାପେକ୍ଷା ଭଲ ଖେଳିବେ ବୋଲି ଆଶା କରୁଛନ୍ତି।

Share