ଝିଲ୍ଲି ବେଆଇନ ପଥରଖଣି ମାମଲା ଆବେଦନ ଖାରଜ, ୫ କୋଟି ଜରିମାନା ନିର୍ଦ୍ଦେଶ

ପରଜଙ୍ଗ, ୨୬ ।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲି ଗ୍ରାମ ନିକଟରେ ଥିବା ବିବାଦୀୟ ପଥରଖଣି ଉତ୍ତୋଳନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ଏଥିସହ ୫କୋଟି ଟଙ୍କା ଜରିମାନା ତୁରନ୍ତ ଦେବା ଲାଗି ଦେଇଥିବା ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି।
ସୂଚନାଯୋଗ୍ୟ, ଝିଲ୍ଲି ଗ୍ରାମ ନିକଟରେ ଥିବା ପଥରଖଣିରେ ବେଆଇନ ବ୍ଲାଷ୍ଟିଂ, ଗଛକଟା, ମାତ୍ରାଧିକ ପଥର ଖନନରୁ ପ୍ରଦୂଷଣ ବୃଦ୍ଧି, ବ୍ଲାଷ୍ଟିଂ ପାଇଁ ବାସଗୃହ କ୍ଷତିଗ୍ରସ୍ତ ହେବା କାରଣରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଗ୍ରାମବାସୀ ମହାବିରୋଡ ଆର୍‌ଆଇ, ବନପାଳ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିଲାନି। ଏହାକୁ ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା, ସୁକାନ୍ତି ପ୍ରଧାନ, ସିପ୍ରା ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ଶୈଳ ପ୍ରଧାନ ପ୍ରମୁଖ ୨୦୨୦ ଜୁଲାଇ ୧୦ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ତଦନ୍ତ ପାଇଁ ଢେଙ୍କାନାଳ ଜିଲାପାଳ, ବନ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ, କେନ୍ଦ୍ରୀୟ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ୨୦୨୧ ଜୁନ୍‌ ୨୫ରେ ଖଣି ପରିସର ଅନୁଧ୍ୟାନ କରିଥିଲେ। ଅକ୍ଟୋବର ୮ରେ ସତ୍ୟପାଠ ମାଧ୍ୟମରେ ମାତ୍ରାଧିକ ପଥର ଖନନ ଲାଗି ଜିଲାପାଳଙ୍କୁ ୩,୫୦,୭୦,୬୧୦ ଟଙ୍କା, ବେଆଇନ ଭାବେ ଗଛ କଟା ପାଇଁ ଢେଙ୍କାନାଳ ବନପାଳଙ୍କୁ ୪,୦୭,୧୧୫ ଟଙ୍କା, ଅନୁମତିଠାରୁ ଅଧିକ ପଥର ଖନନ ପାଇଁ କଙ୍କଡ଼ାହାଡ଼ ତହସିଲଦାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ ଡିସେମ୍ବର ୩ରେ ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ୍‌ ଏ. ଷ୍ଟାଲେକାର, ଜଷ୍ଟିସ୍‌୍‌ ନଗିନ ନନ୍ଦ, ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମାସେ ମଧ୍ୟରେ ଜିଲାପାଳଙ୍କ ନିକଟରେ ୫ କୋଟି ଟଙ୍କା ଅର୍ଥରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ନ ହେଲେ ଆପରାଧିକ ମାମଲା ରୁଜୁ କରାଯିବ ବୋଲି ଦର୍ଶାଇଥିଲେ। ସେହିପରି ପଥର ଖଣିରେ ବ୍ଲାଷ୍ଟିଂ ଯୋଗୁ ହୋଇଥିବା ବାସଗୃହ କ୍ଷୟକ୍ଷତି ନେଇ କ୍ଷତିଗ୍ରସ୍ତମାନେ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ। ଉକ୍ତ ରାୟ ବିରୋଧରେ ଖଣିମାଲିକ ଚିନ୍ମୟ ଏନ୍‌ଜିଟିଙ୍କ ନିକଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ବିବାଦୀୟ ଖଣିରୁ ବାର୍ଷିକ ୩,୫୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ ପାଇଁ ଅନୁମତି ରହିଥିବା ବେଳେ ଏହାର ଖିଲାପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri