ଝିଲ୍ଲି ବେଆଇନ ପଥରଖଣି ମାମଲା ଆବେଦନ ଖାରଜ, ୫ କୋଟି ଜରିମାନା ନିର୍ଦ୍ଦେଶ

ପରଜଙ୍ଗ, ୨୬ ।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲି ଗ୍ରାମ ନିକଟରେ ଥିବା ବିବାଦୀୟ ପଥରଖଣି ଉତ୍ତୋଳନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ଏଥିସହ ୫କୋଟି ଟଙ୍କା ଜରିମାନା ତୁରନ୍ତ ଦେବା ଲାଗି ଦେଇଥିବା ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି।
ସୂଚନାଯୋଗ୍ୟ, ଝିଲ୍ଲି ଗ୍ରାମ ନିକଟରେ ଥିବା ପଥରଖଣିରେ ବେଆଇନ ବ୍ଲାଷ୍ଟିଂ, ଗଛକଟା, ମାତ୍ରାଧିକ ପଥର ଖନନରୁ ପ୍ରଦୂଷଣ ବୃଦ୍ଧି, ବ୍ଲାଷ୍ଟିଂ ପାଇଁ ବାସଗୃହ କ୍ଷତିଗ୍ରସ୍ତ ହେବା କାରଣରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଥିଲା। ଗ୍ରାମବାସୀ ମହାବିରୋଡ ଆର୍‌ଆଇ, ବନପାଳ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିଲାନି। ଏହାକୁ ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା, ସୁକାନ୍ତି ପ୍ରଧାନ, ସିପ୍ରା ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ଶୈଳ ପ୍ରଧାନ ପ୍ରମୁଖ ୨୦୨୦ ଜୁଲାଇ ୧୦ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ତଦନ୍ତ ପାଇଁ ଢେଙ୍କାନାଳ ଜିଲାପାଳ, ବନ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ, କେନ୍ଦ୍ରୀୟ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ୨୦୨୧ ଜୁନ୍‌ ୨୫ରେ ଖଣି ପରିସର ଅନୁଧ୍ୟାନ କରିଥିଲେ। ଅକ୍ଟୋବର ୮ରେ ସତ୍ୟପାଠ ମାଧ୍ୟମରେ ମାତ୍ରାଧିକ ପଥର ଖନନ ଲାଗି ଜିଲାପାଳଙ୍କୁ ୩,୫୦,୭୦,୬୧୦ ଟଙ୍କା, ବେଆଇନ ଭାବେ ଗଛ କଟା ପାଇଁ ଢେଙ୍କାନାଳ ବନପାଳଙ୍କୁ ୪,୦୭,୧୧୫ ଟଙ୍କା, ଅନୁମତିଠାରୁ ଅଧିକ ପଥର ଖନନ ପାଇଁ କଙ୍କଡ଼ାହାଡ଼ ତହସିଲଦାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ ଡିସେମ୍ବର ୩ରେ ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ୍‌ ଏ. ଷ୍ଟାଲେକାର, ଜଷ୍ଟିସ୍‌୍‌ ନଗିନ ନନ୍ଦ, ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମାସେ ମଧ୍ୟରେ ଜିଲାପାଳଙ୍କ ନିକଟରେ ୫ କୋଟି ଟଙ୍କା ଅର୍ଥରାଶି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ନ ହେଲେ ଆପରାଧିକ ମାମଲା ରୁଜୁ କରାଯିବ ବୋଲି ଦର୍ଶାଇଥିଲେ। ସେହିପରି ପଥର ଖଣିରେ ବ୍ଲାଷ୍ଟିଂ ଯୋଗୁ ହୋଇଥିବା ବାସଗୃହ କ୍ଷୟକ୍ଷତି ନେଇ କ୍ଷତିଗ୍ରସ୍ତମାନେ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ। ଉକ୍ତ ରାୟ ବିରୋଧରେ ଖଣିମାଲିକ ଚିନ୍ମୟ ଏନ୍‌ଜିଟିଙ୍କ ନିକଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ବିବାଦୀୟ ଖଣିରୁ ବାର୍ଷିକ ୩,୫୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ ପାଇଁ ଅନୁମତି ରହିଥିବା ବେଳେ ଏହାର ଖିଲାପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡିଆସୁଛି ବାତ୍ୟା: ଏହି ତାରିଖ ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୩।୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ପରିବେଶକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ

ପ୍ରତିଦିନ ବିଭିନ୍ନ କାରଣରୁ ପ୍ରଦୂଷଣ ବଢ଼ୁଛି। ଏଥିଯୋଗୁ ବାତ୍ୟା ଓ ବନ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଠିକ୍‌ ସମୟରେ ବର୍ଷା ହେଉନାହିଁ, ଖରା…

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?