ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ତାଲା ବନ୍ଦ ଘରକୁ ଟାର୍ଗେଟ କରି କଳାକନା ବୁଲାଉଛନ୍ତି। ରବିବାର ସାପ୍ତହିକ ହାଟରେ ମୋବାଇଲ ଚୋରି ଉଦ୍ୟମ କରୁଥିବାବେଳେ ଗ୍ୟାଙ୍ଗର ଜଣେ ନାବାଳକ ଧରାପଡ଼ିଛନ୍ତି। ତାଙ୍କୁ ପୋଲିସ ବାଳସ୍ବଧାର ଗୃହକୁ ପଠାଇ ଦେଇଛି।
ବାହାର ରାଜ୍ୟର ଅପରାଧୀ ଗୋଷ୍ଠୀ ପାଇଁ ଅନୁଗୋଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷ କରି ଝାଡ଼ଖଣ୍ଡରୁ ଆସିଥିବା ଲୁଟେରା ଗୋଷ୍ଠୀ ସହରବାସୀଙ୍କ ନିଦ ହଜାଇ ଦେଇଛନ୍ତି। ଧରାପଡ଼ିଥିବା ଉକ୍ତ ଗ୍ୟାଙ୍ଗର ନାବାଳକଙ୍କୁ ପଚରାଉଚରା ପରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ପୋଲିସ ସୂଚନା ଅନୁଯାୟୀ, ଟ୍ରେନ୍‌ ଏବଂ ବସ୍‌ରେ ଅନୁଗୋଳକୁ ବାହାର ରାଜ୍ୟରୁ ଥରକେ ୮ରୁ ୧୦ ନାବାଳକ ଲୁଟେରା ସଂଘବଦ୍ଧ ଭାବେ ଆସୁଛନ୍ତି। ସେମାନେ ଗୋଟିଏ ଜାଗାରେ ଏକାଠି ନ ରହି ଭିନ୍ନ ଭିନ୍ନ ଜାଗାରେ ଅପରାଧିକ କାର୍ଯ୍ୟକଳାପ ଘଟାଉଛନ୍ତି। ଜନଗହଳି ସୁଯୋଗରେ କିଏ ମୋବାଇଲ ଝାମ୍ପି ନେଉଛି ତ ଆଉ କିଏ ଘରେ ପଶି କଳାକନା ବୁଲାଇଛି। ସ୍ଥାନୀୟ ଅପରାଧୀ ଗୋଷ୍ଠୀ ସହ ମିଶି ବଡ଼ ବଡ଼ କାଣ୍ଡ ଭିଆଉଛନ୍ତି। ଅନୁଗୋଳରୁ ମୋବାଇଲ ଫୋନ୍‌ ଚୋରି କରି ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି। ଥରେ ମୋବାଇଲ ଫୋନ୍‌ ବାହାରକୁ ଯିବା ପରେ
ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବା ପୋଲିସ ପକ୍ଷେ କାଠିକର ପାଠ ହେଉଛି। ଅନେକ କ୍ଷେତ୍ରରେ ପୋଲିସ ମାମଲା ବନ୍ଦ କରିଦେଉଥିବା ଅଭିଯୋଗ ହେଉଛି।
ତେବେ ରବିବାର ସାପ୍ତାହିକ ହାଟରୁ ପରିବା କିଣୁଥିବାବେଳେ ଜଣେ ଶିମିଳିପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପକେଟରୁ ସମ୍ପୃକ୍ତ ନାବାଳକ କୌଶଳକ୍ରମେ ମୋବାଇଲ ଫୋନ୍‌ ନେଇଯାଇଥିଲା। ତେବେ ବ୍ୟକ୍ତିଜଣକ ପାଟି କରିବାରୁ ସେଠାରେ ଉପସ୍ଥିତ ଲୋକେ ନାବାଳକଙ୍କୁ କାବୁ କରିନେଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ନାବାଳକଙ୍କୁ ହେପାଜତକୁ ନେଇଥିଲା। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଜାଣିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri