ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଗିରଫ

ରସୁଲପୁର(ଡି.ଏନ୍‌.ଏ.)/ଭୁବନେଶ୍ୱର,୧୨।୪(ବ୍ୟୁରୋ)ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହଯୋଗୀ ଅମରେଶ ରାଉତ। ଘଟଣାର ତଦନ୍ତ ପାଇଁ ଯାଜପୁର ଜିଲା ପୋଲିସ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଅମରେଶଙ୍କୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରୁ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଗିରଫ କରିଥିଲା। ତାଙ୍କୁ ରବିବାର ଯାଜପୁର ଜିଲା ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏୟାରଫିଲ୍ସ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଟରେ ଅମରେଶଙ୍କ ଏକ ଫାଷ୍ଟଫୁଡ୍‌ ଦୋକାନ ରହିଛି। ତାଙ୍କୁ ପଚରାଉଚୁରା ବେଳେ ଝରାଫୁଲଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସକୁ କେତେକ ତଥ୍ୟ ମିଳିଛି। ତଦନ୍ତ ଚାଲିଥିବାରୁ ପୋଲିସ ସେ ସମ୍ପର୍କରେ କିଛି କହୁନାହିଁ। ସୂଚନାଥାଉ କି, ଭୁବନେଶ୍ୱର ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଥିବା ଶିବସାଇ ଓଏ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ଗତ ଜାନୁୟାରୀ ୨୬ ରାତିରେ ଝରାଫୁଲ ଓ ରାକେଶ ରହିଥିଲେ। ସେଠାରେ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ରାକେଶ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଯାଜପୁର ଜିଲା କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତାପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି। ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରୁନାହିଁ। ହେଲେ ତଦନ୍ତ ବେଳେ ଘଟଣାରେ ଅମରେଶଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିଥିଲା। ଅମରେଶ ଉକ୍ତ ଗେଟ୍‌ହାଉସ୍‌ର ୨୦୧ ନମ୍ବର ରୁମ୍‌ ବୁକ୍‌ କରିଥିଲେ। ହୋଟେଲ କର୍ମଚାରୀମାନଙ୍କୁ ପଚରାଉଚୁରା ବେଳେ ପୋଲିସ ଏକଥା ଜାଣିପାରିଥିଲା। ଏପରି କି ଗେଷ୍ଟହାଉସ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ ସମୟରେ ଅମରେଶ ହୋଟେଲ ରୁମ୍‌କୁ ଆସିଥିବା ଜଣାପଡ଼ିଥିଲା। ସେ ଝରାଫୁଲ ଓ ରାକେଶଙ୍କ ବ୍ୟାଗକୁ ହୋଟେଲ ରୁମ୍‌କୁ ବୋହି ନେଇଥିବା ସିସିଟିଭି କଏଦ୍‌ ହୋଇରହିଛି। ପୋଲିସ ତାଙ୍କୁ ସେହିଦିନରୁ ଖୋଜି ଆସୁଥିଲା। କିନ୍ତୁ ସେ ସୁନ୍ଦରପଦା ହାଟରେ ଥିବା ଫାଷ୍ଟଫୁଡ୍‌ ଦୋକାନକୁ ବନ୍ଦ କରି ଫେରାର ହୋଇଯାଇଥିଲେ। ମୋବାଇଲ ଫୋନକୁ ଟ୍ରାକିଂ କରି ପୋଲିସ ଅମରେଶଙ୍କ ଗତିବିଧିକୁ ଅନୁଧ୍ୟାନ କରିଆସୁଥିଲା। ଇତିମଧ୍ୟରେ ସେ ଲୁଚି ଲୁଚି ରାୟଗଡ଼ା, କନ୍ଧମାଳ ଓ କୋରାପୁଟ୍‌ ଜିଲାର ବିିଭିନ୍ନ ସ୍ଥାନରେ ରହିଆସିଥିଲେ। କିଛିଦିନ ତଳେ ସେ ସୁନ୍ଦରପଦା ଅଞ୍ଚଳକୁ ଆସିଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ତାଙ୍କୁ ଗିରଫ କରିଥିଲା।
ଘଟଣାକୁ ନେଇ ଯାଜପୁର ଜିଲା କୁଆଖିଆ ଥାନାରେ ଜାନୁୟାରୀ ୨୭ ତାରିଖରେ ଏକ ହତ୍ୟା ମାମଲା (ନଂ.୩୨/୨୧) ରୁଜୁ ହୋଇଛି। ଘଟଣାକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମୃତ୍ୟୁର ରହସ୍ୟ ଖୋଲିପାରିନାହିଁ। ଏପରି କି ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ସାର୍ବଜନୀନ କରୁନାହିଁ, ଯାହାକି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri