ମେଣ୍ଟ ଚର୍ଚ୍ଚା ମଧ୍ୟରେ ଝାନ୍‌ସୀରାଣୀଙ୍କ ପ୍ରଥମ ସଭା: ପ୍ରମାଦ ଗଣିଲେଣି ବିରୋଧୀ

ଆନନ୍ଦପୁର,୧୭।୩(ସୁଶାନ୍ତ କୁମାର ସାହୁ): ସମାଜସେବୀ ତଥା ଆଇନଜୀବୀ ଝାନ୍‌ସୀରାଣୀ ଦାସ ଭାଜପାରେ ସାମିଲ ହେବା ପରେ ରବିବାର କଣ୍ଟିପାଳ ପଞ୍ଚାୟତ ରାଇପାଳ ଖେଳପଡ଼ିଆରେ ପ୍ରଥମ ଥର ପାଇଁ ନିର୍ବାଚନୀ ସଭା ଆରମ୍ଭ କରିଛନ୍ତି। ରାଜ୍ୟରେ ଲାଗିରହିଥିବା ଭାଜପା- ବିଜେଡି ମେଣ୍ଟ ଚର୍ଚ୍ଚା ଚୂଡାନ୍ତରେ ପହଞ୍ଚି ନ ଥିବାବେଳେ ଝାନସୀରାଣୀଙ୍କ ସଭା ଚର୍ଚ୍ଚାର ପରିସରକୁ ଆସିଛି। ଏହି ସଭାକୁ ଦେଖି ବିରୋଧୀ ପ୍ରମାଦ ଗଣିଲେଣି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ମେଣ୍ଟ ହେଲେ ଆସନ ଭାଗ କାହାର ପଡିବ ସ୍ଥିର ହୋଇ ନ ଥିବା ସତ୍ତ୍ୱେ ଝାନସୀରାଣୀଙ୍କ ଦଳୀୟ ସମାବେଶ ରାଜନୈତିକ ସମୀକ୍ଷକଙ୍କୁ ଆଲୋଚନାର ଖୋରାକ୍‌ ଯୋଗାଇଛି। ପରିବର୍ତ୍ତନର ସ୍ବରରେ ଆୟୋଜିତ ସଭାରେ ଶତାଧିକ ମହିଳା ଏକତ୍ରିତ ହୋଇ ଝାନ୍‌ସୀଙ୍କୁ ଭବ୍ୟ ସ୍ବାଗତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଆୟୋଜିତ ସଭାରେ ଝାନ୍‌ସୀରାଣୀ ସମସ୍ତେ ଏକଜୁଟ୍‌ ହୋଇ ଚଳିତ ନିର୍ବାଚନରେ ଦୁର୍ନୀତିଖୋର ନେତାଙ୍କ ବିରୋଧରେ ଲଢେଇ କରି ଉଚିତ୍‌ ଜବାବ ଦେବାକୁ ଆହ୍ବାନ ଦେଇଥିଲେ। ଏପରିକି ଗରିବଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇ ନିଜ ଯୋଜନାର ରୂପରେଖ ଦେଇ ଅନିୟମିତତା ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଥିଲେ। ଆନନ୍ଦପୁର ଅଞ୍ଚଳରେ ବହୁବିଧ ସମସ୍ୟା ରହିଥିଲେ ମଧ୍ୟ ପ୍ରତିବର୍ଷ ନିର୍ବାଚନରେ ଲୋକମାନଙ୍କୁ ଭୁଆଁ ବୁଲାଇ କ୍ଷମତା ଗାଦିରେ ବସୁଥିବା ନେତାମାନେ ନିଜ ସ୍ବାର୍ଥ ଆଗରେ ଲୋକମାନଙ୍କୁ ଅଣଦେଖା କରୁଥିବା ସେ କହିଥିଲେ।

‘ଅବ୍‌କୀ ବାର୍‌ ମୋଦି ସରକାର୍‌’ ନାରାରେ ବିକଶିତ ଭାରତର ସ୍ବପ୍ନ ସାକାର କରିବାକୁ ହେଲେ ୨୦୨୪ରେ ପଦ୍ମଫୁଲ ଫୁଟିବା ଦରକାର ବୋଲି ଝାନ୍‌ସୀ ମହିଳାମାନଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?