ଅଳଙ୍କାର ଦୋକାନ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ 

ଧରାକୋଟ,୨୬ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ସୁନାମୋହି ଗ୍ରାମରେ ଗତ ଜୁଲାଇ ମାସରେ ରୁଦ୍ରସାଇ ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ଏହି ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ଏଥିରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମାଷ୍ଟର ମାଇଣ୍ଡ ସମେତ ଦୁଇରୁ ତିନିଜଣ ଅଭିଯୁକ୍ତ ଫେରାର ରହିଥିବା ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ଜରଡା ଥାନା ପାଟପୁର ଗ୍ରାମର ଚନ୍ଦ୍ରଶେଖର ବାଡ଼ତ୍ୟା, କୋରେଇ ଥାନା ପୂର୍ବକୋଟ ଗ୍ରାମର ଈଶ୍ବର ପ୍ରଧାନ, ଜେନାପୁର ଥାନା କବାଟବନ୍ଦ ଗ୍ରାମର  ସୂର୍ଯ୍ୟମଣି ସାହୁ, କଟକ ଲାଲବାଗ ଥାନା କାଜିବଜାର ଅଞ୍ଚଳର କାଜି ସାମୁଏଲ। ସେମାନଙ୍କଠାର ୫୮ ହଜାର ୩୮୦ ଟଙ୍କା ସମେତ ଗୋଟିଏ ସୁନା ମୋଦି, ଗୋଟିଏ ସୁନା ଚେନ, ଚାରୋଟି ସୁନା ବିସ୍କୁଟ,୧.୮ ଗ୍ରାମର ସୁନା,୨ କେଜି ରୁପା ସହ  ୬୦ ହଜାର, ୩୬, ୯୯୯ ଟଙ୍କା ଦାମ୍‌ର ସାମସଙ୍ଗ ମୋବାଇଲ, ୨୦ ହଜାର ଟଙ୍କା ଦାମ୍‌ର ଗୋଟିଏ ହାତଘଣ୍ଟା ପୋଲିସ ଜବତ କରିଛି। ଏ ନେଇ ଧରାକୋଟ ପୋଲିସ ନଂ. ୨୩୦/୨୪ରେ ମାମଲା ରୁଜୁ କରିଛି।
ଜୁଲାଇ ୧୩ ତାରିଖ ସୁନାମୋହି ଗାଁରେ  ରୁଦ୍ରସାଇ ଅଳଙ୍କାର ଦୋକାନରୁ ତିନି ଜଣ ବ୍ୟକ୍ତି ଦୋକାନ ମାଲିକ ଗୋପାଳ କୃଷ୍ଣ ଜେନାଙ୍କୁ ବନ୍ଧୁକ  ଦେଖାଇ ପ୍ରାୟ ତିନି କେଜି ସୁନା, ଆଠ କେଜି ରୁପା ଓ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଖବର ପାଇ ଧରାକୋଟ ପୋଲିସ, ଶେରଗଡ଼ ପୋଲିସ ଓ ଆସିକା ଉପଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିଥିଲା।  ଲୁଟ୍‌ ପରେ ଲୁଟେରାମାନେ କ୍ଷିପ୍ରଗତିରେ ଯାଇଥିବା ବେଳେ ସୁନାମୋହିଠାରୁ ବାହାଡ଼ାଗୁଡା ରାସ୍ତାରେ ପଡିଥିବା  କିଛି ରୁପା ମୁଦିକୁ ଉଦ୍ଧାର କରିଥିଲା। ଦୋକାନ ମାଲିକ ଗୋପାଳ କୃଷ୍ଣ ଜେନା ଧରାକୋଟ ଥାନାରେ ଲୁଟ୍‌  ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଏଥିରେ କାର୍ଯ୍ୟରତ ଜଣେ ସିଆର୍‌ପିଏଫ୍‌  ଯବାନଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ସମସ୍ତ ଅଭିଯୁକ୍ତଙ୍କ ନଁାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?