ଜୁଏଲର୍ସଙ୍କ ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୨୪।୮

ସୁନା ହଲ୍‌ମାର୍କିଂ ନିୟମ ବିରୋଧରେ ଦେଶବ୍ୟାପୀ ଜୁଏଲର୍ସମାନେ ସୋମବାର ଧର୍ମଘଟ କରିଛନ୍ତି। ଏଥିରେ ୩୫୦ ଆସୋସିଏଶନ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିଲା। ଏହାକୁ ଦୃଢ ସମର୍ଥନ ମିଳିଥିବା ସଂଘଗୁଡିକୁ ପକ୍ଷରୁ କୁହାଯାଇଛି। ବଡ ବଡ ବ୍ରାଣ୍ଡ୍‌ ଶପ୍‌ଗୁଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଷ୍ଟୋର ବନ୍ଦ ରହିଥିଲା ବୋଲି ସଂଘଗୁଡିକ କହିଛନ୍ତି। ତେବେ ଧର୍ମଘଟ କିଛି ସଂଖ୍ୟକ ଜୁଏଲର୍ସଙ୍କ ଦ୍ୱାରା ଡାକରା ଦିଆଯାଇଥିବାରୁ ଏହାର ବିଶେଷ ପ୍ରଭାବ ରହି ନ ଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ସ୍କିମ୍‌କୁ ନେଇ ବିଭିନ୍ନ ଭୁଲ୍‌ ସୂଚନା ଜୁଏଲର୍ସଙ୍କ ମଧ୍ୟରେ ପ୍ରସାରଣ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଅଲ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡସ୍ମିଥ ଫେଡେରେଶନ(ଏଜେଜିଏଫ୍‌), ସ୍ବର୍ଣ୍ଣକାର ସଭା, ଜେମ୍ସ ଆଣ୍ଡ ଜୁଏଲେରି ମାନୁଫାକଚର ଆସୋସିଏଶନ, ସର୍ବସ୍ବର୍ଣ୍ଣକାର ସମାଜ ନେତୃତ୍ୱ ବିକାଶ ସଂସ୍ଥା ଏହି ଧର୍ମଘଟକୁ ବିରୋଧ କରୁଥିଲେ। ହଲ୍‌ମାର୍କିଂ ୟୁନିକ ଆଇଡିକୁ ଏମାନେ ସମର୍ଥନ କରୁଥିବା ଜଣାପଡିଛି। ଏହି ସଂଘଗୁଡିକୁ ସରକାର ଚିଠି ଲେଖିଛନ୍ତି। ଧର୍ମଘଟର ପ୍ରଭାବ ଆଂଶିକ ରହିଥିବା ଏଜେଜିଏଫ୍‌ର ଜାତୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି। ସରକାର ସେମାନଙ୍କ କାରବାର ସମ୍ପର୍କରେ କିଛି ନ ଜାଣନ୍ତୁ ବୋଲି କେତେକ ବଡ ଏବଂ କର୍ପୋରେଟ ଜୁଏଲର୍ସ ଚାହୁଁଥିବା ଆରୋରା ମତ ପ୍ରକାଶ କରିଛନ୍ତି।
ତନିସ୍କ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ, ପିସି ଜୁଏଲର୍ସ କମ୍ପାନୀଗୁଡିକର ଶୋ’ରୁମ୍‌ର କାରବାର ସ୍ବାଭାବିକ ରହିଛି। ସେହିଭଳି ପିପି ଜୁଏଲର୍ସ, ହୀରାପନ୍ନା ଜୁଏଲର୍ସ, ତଲଓ୍ବାର ସନ୍ସ ଜୁଏଲର୍ସ, ଲାଲଚନ୍ଦ, ଇପାରି ସଦାସିବ ଜୁଏଲର୍ସ ଏବଂ କ୍ୟାରେଟଲେନର ଷ୍ଟୋର ମଧ୍ୟ ଖୋଲା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦୈନିକ ରେକର୍ଡ ସଂଖ୍ୟକ ଗ୍ରାହକ ସୁନା ହଲ୍‌ମାର୍କିଂ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି। ଗତ କିଛି ସପ୍ତାହରେ ୧ କୋଟିରୁ ଉର୍ଦ୍ଧ୍ୱ ଗହଣା ହଲ୍‌ମାର୍କିଂ ହୋଇଛି। ହରତାଳକୁ ସୁନା ଶିଳ୍ପ ପକ୍ଷରୁ ନାପସନ୍ଦ କରାଯାଉଥିବା ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଉଭୟ ସରକାର ଏବଂ ଗ୍ରାହକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ଏହି ନିୟମ ସରକାର ଆଣିଛନ୍ତି। ଜୁନ ୧୬ରୁ ପର୍ଯ୍ୟାୟ ଭିତ୍ତିରେ ସୁନା ଗହଣା ଉପରେ ବାଧ୍ୟତାମୂଳକ ହଲ୍‌ମାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିୟମକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇବା ଲାଗି ସରକାର ଅଂଶୀଦାରଙ୍କ ମତାମତ ଲୋଡିଛନ୍ତି। ଅସାଧୁ ଉପାୟ ଛାଡି ନିୟମ ଆପଣାନ୍ତୁ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri