ଚାଲୁ ହେବ ବନ୍ଦ ଏଲ୍‌ଆଇସି ପଲିସି

ନୂଆଦିଲ୍ଲୀ, ୨୪ ।୮ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପଲିସି ବନ୍ଦ ହୋଇଯାଇଥିଲେ ଉପଭୋକ୍ତା ଏହାକୁ ପୁଣି ଥରେ ଚାଲୁ କରିପାରିବେ। ଅକ୍ଟୋବର ୨୨ ଯାଏ ଏଥିଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏଥିଲାଗି ଲେଟ୍‌ ଫିସରେ ମଧ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ। ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ପୂର୍ବରୁ ମଧ୍ୟ ଏଭଳି ଅଭିଯାନ ଗ୍ରହଣ କରାଯାଇଥିବା ଏଲ୍‌ଆଇସି ପକ୍ଷରୁ ସୂଚନା ମିଳିଛି। କରୋନା ସମୟରେ ରିସ୍କ କଭର ଲୋକଙ୍କ ଲାଗି ଜରୁରୀ ହୋଇଥିବା ବେଳେ କୌଣସି କାରଣ ଲାଗି ଯଦି ଗ୍ରାହକଙ୍କ ପଲିସି ବନ୍ଦ ହୋଇଯାଇଥାଏ ଏହାକୁ ପୁଣି ଥରେ ଚାଲୁ କରିବା ଲାଗି ସୁଯୋଗ ଦିଆଯାଉଛି। ଏଥିଲାଗି ମୋଟ ପ୍ରିମିୟମ କ୍ଷେତ୍ରରେ ମଧ୍ୟ ରିହାତି ପ୍ରଦାନ କରାଯିବ। କମ୍ପାନୀ ଏହାର ସ୍ବତନ୍ତ୍ର ପଲିସି ରିଭାଇଭାଲରେ ୫ ବର୍ଷରୁ କମ୍‌ ସମୟ ଅବଧିର ପଲିସିଗୁଡିକୁ ଚାଲୁ କରିବା ଲାଗି ମଧ୍ୟ ସୁଯୋଗ ଦେବ। ପଲିସି ପ୍ରିମିୟମ କ୍ଷେତ୍ରରେ ୨୦ରୁ ୩୦% ଯାଏ ରିହାତି ମିଳିପାରେ। ଅଧିକ ବିବରଣୀ ଲାଗି ଗ୍ରାହକ କମ୍ପାନୀର କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ଖାଉଟିଙ୍କ ଖର୍ଚ୍ଚ, ଆଶଙ୍କାରେ ଶିଳ୍ପ

ନୂଆଦିଲ୍ଲୀ,୨୪।୪: ବିଶ୍ୱ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ବା ଖାଉଟିଙ୍କ ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାଉଟିଙ୍କ...

ଭାରତ ବଜାରରୁ କଗ୍‌ନିଜାଣ୍ଟର ଛଟେଇ

ନୂଆଦିଲ୍ଲୀ,୪।୭: ଭାରତ ବଜାରର ବିଭିନ୍ନ ସ୍ଥାନରେ ରହିଥିବା କାର୍ଯ୍ୟାଳୟରୁ ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଛଟେଇ କରୁଥିବା ଜଣାପଡିଛି। କେତେ କର୍ମଚାରୀ ଛଟେଇ ହେଉଛନ୍ତି ସେ...

ବିମାନ କମ୍ପାନୀ ରାଜସ୍ବ ୮୫.୭% କମିଛି

ନୂଆଦିଲ୍ଲୀ,୧୭।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୮୫.୭% ହ୍ରାସ ଘଟି ୩,୬୫୧ କୋଟି ରହିଛି। କୋଭିଡ୍‌-୧୯ ଯୋଗୁ ବିମାନ ସେବା...

୫ ଟି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ଏମ୍‌ଏସ୍‌ଏମ୍‌ଇ ସୁଧାର ପାଇଁ ୬ ପଦକ୍ଷେପ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର...

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ...

ନୋଟ ବ୍ୟବହାର ବୃଦ୍ଧିକୁ କମାଇଛି ବିମୁଦ୍ରୀକରଣ: ସୀତାରାମନ

ନୂଆଦିଲ୍ଲୀ,୧୧-୧୨: ବିମୁଦ୍ରୀକରଣ ଏବଂ ପରେ ପରେ ଲାଗୁ ହୋଇଥିବା ଡିଜିଟାଲ ନେଣଦେଣ ଦ୍ୱାରା ନୋଟ ବ୍ୟବହାର ବୃଦ୍ଧିକୁ କମାଯାଇ ପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ...

ସେନ୍‌ସେକ୍ସରେ ୧୪୦ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩-୫: ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୧୪୦ ପଏଣ୍ଟ ବୃଦ୍ଧି ଘଟିଛି। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବ୍ୟାଙ୍କିଙ୍ଗ ଏବଂ...

Advertisement
Archives

Model This Week