ଜୁଏଲର୍ସଙ୍କ ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୨୪।୮

ସୁନା ହଲ୍‌ମାର୍କିଂ ନିୟମ ବିରୋଧରେ ଦେଶବ୍ୟାପୀ ଜୁଏଲର୍ସମାନେ ସୋମବାର ଧର୍ମଘଟ କରିଛନ୍ତି। ଏଥିରେ ୩୫୦ ଆସୋସିଏଶନ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିଲା। ଏହାକୁ ଦୃଢ ସମର୍ଥନ ମିଳିଥିବା ସଂଘଗୁଡିକୁ ପକ୍ଷରୁ କୁହାଯାଇଛି। ବଡ ବଡ ବ୍ରାଣ୍ଡ୍‌ ଶପ୍‌ଗୁଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଷ୍ଟୋର ବନ୍ଦ ରହିଥିଲା ବୋଲି ସଂଘଗୁଡିକ କହିଛନ୍ତି। ତେବେ ଧର୍ମଘଟ କିଛି ସଂଖ୍ୟକ ଜୁଏଲର୍ସଙ୍କ ଦ୍ୱାରା ଡାକରା ଦିଆଯାଇଥିବାରୁ ଏହାର ବିଶେଷ ପ୍ରଭାବ ରହି ନ ଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ସ୍କିମ୍‌କୁ ନେଇ ବିଭିନ୍ନ ଭୁଲ୍‌ ସୂଚନା ଜୁଏଲର୍ସଙ୍କ ମଧ୍ୟରେ ପ୍ରସାରଣ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଅଲ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡସ୍ମିଥ ଫେଡେରେଶନ(ଏଜେଜିଏଫ୍‌), ସ୍ବର୍ଣ୍ଣକାର ସଭା, ଜେମ୍ସ ଆଣ୍ଡ ଜୁଏଲେରି ମାନୁଫାକଚର ଆସୋସିଏଶନ, ସର୍ବସ୍ବର୍ଣ୍ଣକାର ସମାଜ ନେତୃତ୍ୱ ବିକାଶ ସଂସ୍ଥା ଏହି ଧର୍ମଘଟକୁ ବିରୋଧ କରୁଥିଲେ। ହଲ୍‌ମାର୍କିଂ ୟୁନିକ ଆଇଡିକୁ ଏମାନେ ସମର୍ଥନ କରୁଥିବା ଜଣାପଡିଛି। ଏହି ସଂଘଗୁଡିକୁ ସରକାର ଚିଠି ଲେଖିଛନ୍ତି। ଧର୍ମଘଟର ପ୍ରଭାବ ଆଂଶିକ ରହିଥିବା ଏଜେଜିଏଫ୍‌ର ଜାତୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି। ସରକାର ସେମାନଙ୍କ କାରବାର ସମ୍ପର୍କରେ କିଛି ନ ଜାଣନ୍ତୁ ବୋଲି କେତେକ ବଡ ଏବଂ କର୍ପୋରେଟ ଜୁଏଲର୍ସ ଚାହୁଁଥିବା ଆରୋରା ମତ ପ୍ରକାଶ କରିଛନ୍ତି।
ତନିସ୍କ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ, ପିସି ଜୁଏଲର୍ସ କମ୍ପାନୀଗୁଡିକର ଶୋ’ରୁମ୍‌ର କାରବାର ସ୍ବାଭାବିକ ରହିଛି। ସେହିଭଳି ପିପି ଜୁଏଲର୍ସ, ହୀରାପନ୍ନା ଜୁଏଲର୍ସ, ତଲଓ୍ବାର ସନ୍ସ ଜୁଏଲର୍ସ, ଲାଲଚନ୍ଦ, ଇପାରି ସଦାସିବ ଜୁଏଲର୍ସ ଏବଂ କ୍ୟାରେଟଲେନର ଷ୍ଟୋର ମଧ୍ୟ ଖୋଲା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦୈନିକ ରେକର୍ଡ ସଂଖ୍ୟକ ଗ୍ରାହକ ସୁନା ହଲ୍‌ମାର୍କିଂ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି। ଗତ କିଛି ସପ୍ତାହରେ ୧ କୋଟିରୁ ଉର୍ଦ୍ଧ୍ୱ ଗହଣା ହଲ୍‌ମାର୍କିଂ ହୋଇଛି। ହରତାଳକୁ ସୁନା ଶିଳ୍ପ ପକ୍ଷରୁ ନାପସନ୍ଦ କରାଯାଉଥିବା ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଉଭୟ ସରକାର ଏବଂ ଗ୍ରାହକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ଏହି ନିୟମ ସରକାର ଆଣିଛନ୍ତି। ଜୁନ ୧୬ରୁ ପର୍ଯ୍ୟାୟ ଭିତ୍ତିରେ ସୁନା ଗହଣା ଉପରେ ବାଧ୍ୟତାମୂଳକ ହଲ୍‌ମାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିୟମକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇବା ଲାଗି ସରକାର ଅଂଶୀଦାରଙ୍କ ମତାମତ ଲୋଡିଛନ୍ତି। ଅସାଧୁ ଉପାୟ ଛାଡି ନିୟମ ଆପଣାନ୍ତୁ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ...

ପ୍ରୋଜେକ୍ଟ ‘ସ୍ପର୍ଶ’ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ର ସାମାଜିକ ଅନୁଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ଏବଂ ଅନୁଗୋଳ ଜିଲା ପ୍ରଶାସନ ସହଭାଗିତାରେ ପ୍ରୋଜେକ୍ଟ...

ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ...

ଡେବିଟ କାର୍ଡ ବନ୍ଦ କରିବାକୁ ଏସ୍‌ବିଆଇର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି। ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ...

ଘନେଇଲା କୋଇଲା ସଙ୍କଟ, ଚିନ୍ତାରେ ମନ୍ତ୍ରଣାଳୟ …

ନୂଆଦିଲ୍ଲୀ, ୧୬।୫ : ଘରୋଇ କୋଇଲା ଚାହିଦା ପୂରଣ କରିବାରେ ଦେଶ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କୋଇଲା ମନ୍ତ୍ରଣାଳୟ କହିଛି। କୋଇଲା ଅଭାବକୁ ଦୂର...

କୋଭିଡ୍‌ ଯୋଗୁ ସ୍ବାସ୍ଥ୍ୟ ବୀମା ଗ୍ରହଣ ବଢ଼ିଛି

ଭୁବନେଶ୍ୱର, ୪ା୨: କୋଭିଡ୍‌ ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟବୀମା ଗ୍ରହଣ ବଢ଼ିଛି। କୋଭିଡ୍‌ ପୂର୍ବ ସ୍ଥିତି ତୁଳନାରେ ଏଥିରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା ମାକ୍ସ...

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି...

୯ ବଡ଼ ବ୍ୟାଙ୍କ ବିରୋଧରେ ମାମଲା ଦାଏର କରିବ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌

ନୂଆଦିଲ୍ଲୀ,୧୧-୬: କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନୂଆ ବୋର୍ଡ ଦେଶର ୯ ବଡ଼ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା...

Advertisement
Archives

Model This Week