ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର ମଧ୍ୟ ପୂର୍ବାପେକ୍ଷା ଶସ୍ତା ରହିଛି। ମଙ୍ଗଳବାର ଧନ୍‌ତେରସ ପଡ଼ୁଛି। ଏହିଦିନ ସୁନା କିଣିଲେ ଶୁଭ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବଜାର ସ୍ବାଭାବିକ ହେଉଥିବାରୁ ଚଳିତ ବର୍ଷ ଧନ୍‌ତେରସରେ ଭଲ ବିକ୍ରି ହେବ ବୋଲି ଆଶା ରହିଥିବା ଜୁଏଲର୍ସ କହିଛନ୍ତି।
୨୦୧୯ ସ୍ଥିତି ଛୁଇଁପାରେ ବୋଲି ଆକଳନ କରାଯାଇଛି। ଭାରତୀୟ ଜୁଏଲେରି ବଜାର ଏବେ ସୁଧାର ପଥରେ ରହିଛି। ପାର୍ବଣରେ କଟକଣା ଥିବାରୁ ବିକ୍ରି ପ୍ରଭାବିତ ରହିଥିଲା। ତୃତୀୟ ଲହର ଆଶଙ୍କା ବଜାର ଉପରେ ରହି ନ ଥିବା ବେଳେ ଦର କମ୍‌ ଥିବାରୁ ଭଲ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ବିକ୍ରି ଅଭିବୃଦ୍ଧି ୨୦ରୁ ୨୫% ରହିପାରେ। ଚଳିତ ବର୍ଷ ଭାରତରେ ସୁନା ଚାହିଦା ୪୭% ଊର୍ଦ୍ଧ୍ୱରେ ରହି ୧୩୯ ଟନ୍‌ ଛୁଇଁଛି। ଗତ ବର୍ଷ ଏହା ୯୪.୬ ଟନ୍‌ ଥିଲା। ୨୦୨୧ ଜୁଲାଇ-ସେପ୍ଟେମ୍ବରରେ ସୁନା ଚାହିଦା ୫୮% ବଢ଼ି ୯୬.୨ ଟନ୍‌ ରହିଥିଲା। ୨୦୧୯ ଏବଂ ୨୦୨୦ରେ ସୁନା ଦର ବୃଦ୍ଧି ଲୋକଙ୍କ କ୍ରୟକୁ ପ୍ରଭାବିତ କରିଥିଲା।
କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ‘ଧନ୍‌ତେରସ’ ପାଳିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ଧନ୍‌ତେରସ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ସହ ମନଲୋଭା ଡିଜାଇନ ପ୍ରଦାନ କରୁଛନ୍ତି। ଏହା ମଧ୍ୟରେ କ୍ୟାଶ୍‌ବ୍ୟାକ, ଉପହାର ଓ ବିଭିନ୍ନ ରିହାତି ସାମିଲ ରହିଛି। ବର୍ତ୍ତମାନ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦର ୪୪,୭୦୦ ଟଙ୍କା ଓ ୨୪ କ୍ୟାରେଟରେ ୪୮,୪୬୦ ଟଙ୍କା ରହିଛି। ହୀରା ମୂଲ୍ୟ ୬୯,୦୦୦ ଟଙ୍କା (ପ୍ରତି କ୍ୟାରେଟ) ଏବଂ ରୁପାର ଦର କିଲୋ ପିଛା ୬୮,୯୦୦ ଟଙ୍କା ରହିଥିବା ସୂଚନା ମିଳିଛି।
ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଧନ୍‌ତେରସ ଏବଂ ଦୀପାବଳି ଉପଲକ୍ଷେ ‘ଦି ଗ୍ରେଟ୍‌ ଦିଓ୍ବାଲି ଫେଷ୍ଟିଭାଲରେ ବିଭିନ୍ନ ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ପ୍ରତି ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ରୟ ଉପରେ ମାଗଣା ସ୍ବର୍ଣ୍ଣ ମୁଦ୍ରା ରହିଛି। ପ୍ରତି ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କ୍ରୟ ଉପରେ ମାଗଣା ରୌପ୍ୟ ମୁଦ୍ରା ଗ୍ରାହକ ପାଇପାରିବେ। ଷ୍ଟାଣ୍ଡାର୍ଡ ସ୍ବର୍ଣ୍ଣ ଅଳଙ୍କାର ପ୍ରତି ଗ୍ରାମ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୪୯୯ ଟଙ୍କା ଏବଂ ଡିଜାଇନ ଅଳଙ୍କାର ପ୍ରତି ଗ୍ରାମ ପିଛା ଗଢ଼ା ମୂଲ୍ୟ ୬୯୯ ଟଙ୍କା ରହିଛି। ହାଇ ଏଣ୍ଡ ଅଳଙ୍କାର ଉପରେ ପ୍ରତି ଗ୍ରାମ ପିଛା ଗଢ଼ା ମଜୁରି ୭୯୯ ଟଙ୍କା, ସାର୍ଟିଫାଏଡ୍‌ ହୀରାଗହଣା କ୍ରୟ ଉପରେ ଫ୍ଲାଟ୍‌ ୨୦% ରିହାତି ସୁବିଧା ୧୨ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ପକ୍ଷରୁ ଶୁଭ ଧନ୍‌ତେରସ ଅଫରରେ ସୁନା ଅଳଙ୍କାର କ୍ରୟ ଉପରେ ଫ୍ଲାଟ୍‌ ୫.୪% ଏବଂ ହୀରା ଗହଣା କ୍ରୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ରୁପାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ରିହାତି, ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୫% ରିହାତି ୧୧ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତନିସ୍କ ପକ୍ଷରୁ ମଧ୍ୟ ଧନ୍‌ତେରସ ପାଇଁ ସୁନା ଗହଣାର ଗଢ଼ା ମଜୁରି ଓ ହୀରା ଗହଣାର କ୍ରୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏସ୍‌ବିଆଇ କାର୍ଡରେ କ୍ରୟ କଲେ ୩,୦୦୦ ଟଙ୍କାର ରିହାତି ରହିଛି। ତନିସ୍କ ପକ୍ଷରୁ ନୂଆ ‘ଉତ୍ସହ’ ସମ୍ଭାର ମଧ୍ୟ ଗ୍ରାହକଙ୍କ ଲାଗି ଉପଲବ୍ଧ। ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସୁନା ଅଳଙ୍କାର ମେକିଂ ଚାର୍ଜ ଉପରେ ଫ୍ଲାଟ୍‌ ୩୯୯ ଟଙ୍କାର ରିହାତି ସୁବିଧା ଦିଆଯାଉଛି। ସେହିଭଳି ହୀରା ଗହଣା କ୍ରୟ ଉପରେ ଫ୍ଲାଟ୍‌ ୨୦% ଅଫର ଉପଲବ୍ଧ। ରୁପା ଗହଣା ଗଢ଼ା ମୂଲ୍ୟରେ ଫ୍ଲାଟ୍‌ ୫୦% ରିହାତି ଭଳି ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି।
ଜୁଏଲର୍ସ ପକ୍ଷରୁ ସୁନା ଗହଣା କାରବାର ଉପରେ ୨୫% ପର୍ଯ୍ୟନ୍ତ ରିହାତି ସୁବିଧା ରହିଛି। ହୀରା ଗହଣା କ୍ରୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ କ୍ୟାଶ୍‌ବ୍ୟାକ ଦିଆଯାଉଛି। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଶୋ’ରୁମ୍‌ ସୁନାଗହଣା ଉପରେ ୨୨୦ ଟଙ୍କାରୁ ମେକିଂ ଚାର୍ଜ ଆରମ୍ଭ ହେଉଛି। ଇରା ଓ ପ୍ରେସିଆ ଭଳି ସ୍ବତନ୍ତ୍ର ଗହଣା କଲେକ୍ସନ ମଧ୍ୟରୁ ୫୦ ହଜାର ଟଙ୍କାର କ୍ରୟରେ ଗ୍ରାହକଙ୍କୁ ଏକ ସ୍ବର୍ଣ୍ଣ ମୁଦ୍ରା ମିଳୁଛି। ଏହି ଅଫର ୭ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସୁନାଗହଣା ଗଢ଼ାମୂଲ୍ୟ ଏବଂ ହୀରା ଗହଣାର କ୍ରୟ ଉପରେ ମଧ୍ୟ ୩୦% ପର୍ଯ୍ୟନ୍ତ ରିହାତି ଗ୍ରାହକ ପାଇପାରିବେ। ଅପରପକ୍ଷରେ ଇପାରି ଜୁଏଲର୍ସ, ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ, ହଲ୍‌ମାର୍କ, ଲୋକନାଥ, ବିଶନଦୟାଲ, ପି.ସି. ଚନ୍ଦ୍ରା ଏବଂ ହିନ୍ଦୁସ୍ଥାନ ଭଳି ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ମଧ୍ୟ ଧନ୍‌ତେରସ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri