ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର ମଧ୍ୟ ପୂର୍ବାପେକ୍ଷା ଶସ୍ତା ରହିଛି। ମଙ୍ଗଳବାର ଧନ୍‌ତେରସ ପଡ଼ୁଛି। ଏହିଦିନ ସୁନା କିଣିଲେ ଶୁଭ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବଜାର ସ୍ବାଭାବିକ ହେଉଥିବାରୁ ଚଳିତ ବର୍ଷ ଧନ୍‌ତେରସରେ ଭଲ ବିକ୍ରି ହେବ ବୋଲି ଆଶା ରହିଥିବା ଜୁଏଲର୍ସ କହିଛନ୍ତି।
୨୦୧୯ ସ୍ଥିତି ଛୁଇଁପାରେ ବୋଲି ଆକଳନ କରାଯାଇଛି। ଭାରତୀୟ ଜୁଏଲେରି ବଜାର ଏବେ ସୁଧାର ପଥରେ ରହିଛି। ପାର୍ବଣରେ କଟକଣା ଥିବାରୁ ବିକ୍ରି ପ୍ରଭାବିତ ରହିଥିଲା। ତୃତୀୟ ଲହର ଆଶଙ୍କା ବଜାର ଉପରେ ରହି ନ ଥିବା ବେଳେ ଦର କମ୍‌ ଥିବାରୁ ଭଲ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ବିକ୍ରି ଅଭିବୃଦ୍ଧି ୨୦ରୁ ୨୫% ରହିପାରେ। ଚଳିତ ବର୍ଷ ଭାରତରେ ସୁନା ଚାହିଦା ୪୭% ଊର୍ଦ୍ଧ୍ୱରେ ରହି ୧୩୯ ଟନ୍‌ ଛୁଇଁଛି। ଗତ ବର୍ଷ ଏହା ୯୪.୬ ଟନ୍‌ ଥିଲା। ୨୦୨୧ ଜୁଲାଇ-ସେପ୍ଟେମ୍ବରରେ ସୁନା ଚାହିଦା ୫୮% ବଢ଼ି ୯୬.୨ ଟନ୍‌ ରହିଥିଲା। ୨୦୧୯ ଏବଂ ୨୦୨୦ରେ ସୁନା ଦର ବୃଦ୍ଧି ଲୋକଙ୍କ କ୍ରୟକୁ ପ୍ରଭାବିତ କରିଥିଲା।
କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ‘ଧନ୍‌ତେରସ’ ପାଳିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ଧନ୍‌ତେରସ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ସହ ମନଲୋଭା ଡିଜାଇନ ପ୍ରଦାନ କରୁଛନ୍ତି। ଏହା ମଧ୍ୟରେ କ୍ୟାଶ୍‌ବ୍ୟାକ, ଉପହାର ଓ ବିଭିନ୍ନ ରିହାତି ସାମିଲ ରହିଛି। ବର୍ତ୍ତମାନ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦର ୪୪,୭୦୦ ଟଙ୍କା ଓ ୨୪ କ୍ୟାରେଟରେ ୪୮,୪୬୦ ଟଙ୍କା ରହିଛି। ହୀରା ମୂଲ୍ୟ ୬୯,୦୦୦ ଟଙ୍କା (ପ୍ରତି କ୍ୟାରେଟ) ଏବଂ ରୁପାର ଦର କିଲୋ ପିଛା ୬୮,୯୦୦ ଟଙ୍କା ରହିଥିବା ସୂଚନା ମିଳିଛି।
ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଧନ୍‌ତେରସ ଏବଂ ଦୀପାବଳି ଉପଲକ୍ଷେ ‘ଦି ଗ୍ରେଟ୍‌ ଦିଓ୍ବାଲି ଫେଷ୍ଟିଭାଲରେ ବିଭିନ୍ନ ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ପ୍ରତି ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ରୟ ଉପରେ ମାଗଣା ସ୍ବର୍ଣ୍ଣ ମୁଦ୍ରା ରହିଛି। ପ୍ରତି ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କ୍ରୟ ଉପରେ ମାଗଣା ରୌପ୍ୟ ମୁଦ୍ରା ଗ୍ରାହକ ପାଇପାରିବେ। ଷ୍ଟାଣ୍ଡାର୍ଡ ସ୍ବର୍ଣ୍ଣ ଅଳଙ୍କାର ପ୍ରତି ଗ୍ରାମ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୪୯୯ ଟଙ୍କା ଏବଂ ଡିଜାଇନ ଅଳଙ୍କାର ପ୍ରତି ଗ୍ରାମ ପିଛା ଗଢ଼ା ମୂଲ୍ୟ ୬୯୯ ଟଙ୍କା ରହିଛି। ହାଇ ଏଣ୍ଡ ଅଳଙ୍କାର ଉପରେ ପ୍ରତି ଗ୍ରାମ ପିଛା ଗଢ଼ା ମଜୁରି ୭୯୯ ଟଙ୍କା, ସାର୍ଟିଫାଏଡ୍‌ ହୀରାଗହଣା କ୍ରୟ ଉପରେ ଫ୍ଲାଟ୍‌ ୨୦% ରିହାତି ସୁବିଧା ୧୨ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ପକ୍ଷରୁ ଶୁଭ ଧନ୍‌ତେରସ ଅଫରରେ ସୁନା ଅଳଙ୍କାର କ୍ରୟ ଉପରେ ଫ୍ଲାଟ୍‌ ୫.୪% ଏବଂ ହୀରା ଗହଣା କ୍ରୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ରୁପାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ରିହାତି, ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ୫% ରିହାତି ୧୧ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତନିସ୍କ ପକ୍ଷରୁ ମଧ୍ୟ ଧନ୍‌ତେରସ ପାଇଁ ସୁନା ଗହଣାର ଗଢ଼ା ମଜୁରି ଓ ହୀରା ଗହଣାର କ୍ରୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏସ୍‌ବିଆଇ କାର୍ଡରେ କ୍ରୟ କଲେ ୩,୦୦୦ ଟଙ୍କାର ରିହାତି ରହିଛି। ତନିସ୍କ ପକ୍ଷରୁ ନୂଆ ‘ଉତ୍ସହ’ ସମ୍ଭାର ମଧ୍ୟ ଗ୍ରାହକଙ୍କ ଲାଗି ଉପଲବ୍ଧ। ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସୁନା ଅଳଙ୍କାର ମେକିଂ ଚାର୍ଜ ଉପରେ ଫ୍ଲାଟ୍‌ ୩୯୯ ଟଙ୍କାର ରିହାତି ସୁବିଧା ଦିଆଯାଉଛି। ସେହିଭଳି ହୀରା ଗହଣା କ୍ରୟ ଉପରେ ଫ୍ଲାଟ୍‌ ୨୦% ଅଫର ଉପଲବ୍ଧ। ରୁପା ଗହଣା ଗଢ଼ା ମୂଲ୍ୟରେ ଫ୍ଲାଟ୍‌ ୫୦% ରିହାତି ଭଳି ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି।
ଜୁଏଲର୍ସ ପକ୍ଷରୁ ସୁନା ଗହଣା କାରବାର ଉପରେ ୨୫% ପର୍ଯ୍ୟନ୍ତ ରିହାତି ସୁବିଧା ରହିଛି। ହୀରା ଗହଣା କ୍ରୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ କ୍ୟାଶ୍‌ବ୍ୟାକ ଦିଆଯାଉଛି। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଶୋ’ରୁମ୍‌ ସୁନାଗହଣା ଉପରେ ୨୨୦ ଟଙ୍କାରୁ ମେକିଂ ଚାର୍ଜ ଆରମ୍ଭ ହେଉଛି। ଇରା ଓ ପ୍ରେସିଆ ଭଳି ସ୍ବତନ୍ତ୍ର ଗହଣା କଲେକ୍ସନ ମଧ୍ୟରୁ ୫୦ ହଜାର ଟଙ୍କାର କ୍ରୟରେ ଗ୍ରାହକଙ୍କୁ ଏକ ସ୍ବର୍ଣ୍ଣ ମୁଦ୍ରା ମିଳୁଛି। ଏହି ଅଫର ୭ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସୁନାଗହଣା ଗଢ଼ାମୂଲ୍ୟ ଏବଂ ହୀରା ଗହଣାର କ୍ରୟ ଉପରେ ମଧ୍ୟ ୩୦% ପର୍ଯ୍ୟନ୍ତ ରିହାତି ଗ୍ରାହକ ପାଇପାରିବେ। ଅପରପକ୍ଷରେ ଇପାରି ଜୁଏଲର୍ସ, ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ, ହଲ୍‌ମାର୍କ, ଲୋକନାଥ, ବିଶନଦୟାଲ, ପି.ସି. ଚନ୍ଦ୍ରା ଏବଂ ହିନ୍ଦୁସ୍ଥାନ ଭଳି ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ମଧ୍ୟ ଧନ୍‌ତେରସ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?