ଜେଲି କୁକିଜ୍‌

ଆବଶ୍ୟକ ସାମଗ୍ରୀ: ୨.୫ କପ୍‌ ମଇଦା, ୨୫୦ ଗ୍ରାମ୍‌ ବଟର, ୧/୪ କପ୍‌ ଚିନି, ଗୋଟିଏ ଅଣ୍ଡା, ୮୫ ଗ୍ରାମର ଗୋଟିଏ ଲେଖାଏଁ ଲାଇମ୍‌, ରାସ୍ପବେରୀ, ଅରେଞ୍ଜ ଫ୍ଲେଭରଯୁକ୍ତ ଜେଲି କ୍ରିଷ୍ଟାଲ ପ୍ୟାକେଟ୍‌, ୧/୪ ଗରମ ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଟର ଏବଂ ଚିନିକୁ ଭଲ ଭାବେ ଗ୍ରାଇଣ୍ଡ କରି କ୍ରିମ୍‌ ପ୍ରସ୍ତୁତ କରନ୍ତୁ। ସେଥିରେ ଅଣ୍ଡା ମିଶାଇ ପୁନର୍ବାର ଗୋଳାନ୍ତୁ। ଭଲ ଭାବେ ମିଶିଯିବା ପରେ ମଇଦା ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେପରି ମଇଦା ଗୁଳା ରହି ନ ଯାଏ। ଏହାକୁ ତିନି ଭାଗ କରିଦିଅନ୍ତୁ। ବର୍ତ୍ତମାନ ତିନୋଟି ପାତ୍ରରେ ଅଲଗା ଅଲଗା କରି ଜେଲି କ୍ରିଷ୍ଟାଲ୍‌ ରଖନ୍ତୁ ଏବଂ ପ୍ରତିଟି ପାତ୍ରରେ ଏକ ଟେବୁଲ୍‌ସ୍ପୁନ୍‌ ଗରମ ପାଣି ପକାଇ ଚାମଚ ସାହାଯ୍ୟରେ ଗୋଳାଇ ଦିଅନ୍ତୁ। ଏଥିରେ ପୂର୍ବରୁ ଭାଗ କରି ରଖିଥିବା କୁକିଜ୍‌ ମିକ୍ସ ପେଷ୍ଟ୍‌ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତିନୋଟି ଅଲଗା ଫ୍ଲେଭରର କୁକିଜ୍‌ ମିକ୍ସକୁ ଏହାକୁ ଅଲଗା ଅଲଗା ପ୍ଲାଷ୍ଟିକ୍‌ ର଼୍ୟାପ୍‌ ସିଟ୍‌ରେ ରଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିଦିଅନ୍ତୁ। ବର୍ତ୍ତମାନ ଓଭନ୍‌କୁ ୧୮୦ଂ ସେଲ୍‌ସିୟସ୍‌ରେ ପ୍ରିହିଟ୍‌ କରନ୍ତୁ। ତିନୋଟି ବଡ଼ ବେକିଂ ଟ୍ରେ ଉପରେ ବେକିଂ ପେପର ପକାନ୍ତୁ। ଫ୍ରିଜ୍‌ରୁ ପ୍ୟାକେଟ୍‌ଗୁଡ଼ିକୁ କାଢ଼ନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଚାପି ବରା ଆକୃତିର କରନ୍ତୁ ଏବଂ ଟ୍ରେରେ ରଖନ୍ତୁ। ସମସ୍ତ ଗୁଳା ଏଭଳି ରଖି ଦେବା ପରେ ୧୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋଓ୍ବେଭ୍‌ରେ ରଖନ୍ତୁ। ଏହାର ରଙ୍ଗ ସାମାନ୍ୟ ବ୍ରାଉନ୍‌ ହୋଇଗଲେ ୫ ମିନିଟ୍‌ କୁଲ୍‌ କରନ୍ତୁ। ଟ୍ରେଗୁଡ଼ିକୁ ବାହାରକୁ ଆଣି କେକ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଜେଲି କୁକିଜ୍‌। ଏହାକୁ ସଭିଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri