ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁକ୍ରେନ ସରକାର ଶେୟାର କରିଥିବା ଦୁଇ ମିନିଟରୁ ଅଧିକ ସମୟର ଭିଡିଓରେ ଦୁଇ ନେତା ସ୍ନାଇପର ଏବଂ ଅନ୍ୟାନ୍ୟ ସୁରକ୍ଷାକର୍ମୀଙ୍କ ଘେର ମଧ୍ୟରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି।

ଦୁହେଁ କ୍ୱିଭ୍‌ର ମୁଖ୍ୟ କ୍ରେଶଚାଟିକ ଛକରୁ ମଇଦାନ ସ୍କୋୟାରକୁ ଯାଉଥିବା ଲୋକେ ସେମାନଙ୍କ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଛି। ରୁଷିଆ ଆକ୍ରମଣ ମଧ୍ୟରେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୪ ଫେବୃଆରୀରେ ରୁଷିଆର ଆକ୍ରମଣ ପରେ ଏହା ଜନସନ୍‌ଙ୍କ ପ୍ରଥମ ଗସ୍ତ ଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ ୧୨୦ ଟି ସଶସ୍ତ୍ର ଯାନ ଏବଂ ନୂତନ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯେଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ବିଶ୍ୱ ବ୍ୟାଙ୍କ ଋଣରେ ଅତିରିକ୍ତ ୫୦୦ ମିଲିୟନ ଡଲାର୍‌ ସହାୟତା କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ…

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri