‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’

ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍‌ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ଜିଓ ସିନେମା ପକ୍ଷରୁ ୨୦୨୩ ଏପ୍ରିଲ ୮ ଓ ୯ରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ କାର୍‌ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୟୂରଭଞ୍ଜ ଜିଲାର ରରୁଆଁ ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଏପ୍ରିଲ ୮ ରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍‌ ଜିତିଛନ୍ତି। ସେହିପରି ଗତ ଏପ୍ରିଲ ୯ରେ ଗୁଜରାଟ ଟାଇଟାନ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ସମୟରେ କଟକର ସିଦ୍ଧାର୍ଥ ସାହୁ ଏବଂ ବିହାରର ଲାଖିସରାଇ ବାସିନ୍ଦା ଧୀରେନ୍ଦ୍ର କୁମାର ଗତ ରବିବାର ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ୨ୟ ମ୍ୟାଚ୍‌ ବେଳେ ଜିତୋ ଧନ୍‌ ଧନା ଧନ୍‌ ଖେଳି କାର୍‌ ଜିତିଥିଲେ। ଜିତୋ ଧନ୍‌ ଧନା ଧନ୍‌ ଜିଓ ସିନେମାରେ ଟାଟା ଆଇପିଏଲ୍‌ ଦେଖିବା ସମୟରେ ଦର୍ଶକଙ୍କ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିଯୋଗିତା ଦର୍ଶକଙ୍କୁ ସ୍ମାର୍ଟୱାଚ୍‌, ବ୍ଲୁ ଟୁଥ୍‌ ସ୍ପିକର, ବ୍ଲୁ ଟୁଥ୍‌ ନେକ୍‌ବ୍ୟାଣ୍ଡ ଓ ୱାୟାରଲେସ୍‌ ଇୟରଫୋନ୍‌ ଓ ଅନ୍ୟାନ୍ୟ ପୁରସ୍କାର ସମେତ ପ୍ରତ୍ୟେକ ମ୍ୟାଚ୍‌ ସମୟରେ ଏକ କାର୍‌ ଜିତିବାର ଏକ ସୁଯୋଗ ପ୍ରଦାନ କରୁଛି। ଦର୍ଶକଙ୍କୁ ଫୋନ୍‌କୁ ପୋଟ୍ରେଟ୍‌ ମୋଡ୍‌ରେ ହୋଲ୍ଡ କରିବାକୁ ହେବ। ସ୍କ୍ରିନ୍‌ ତଳ ଭାଗରେ ଏକ ଚାଟ୍‌ ବକ୍ସରେ ପ୍ରତ୍ୟେକ ଓଭର ପୂର୍ବରୁ ୪ଟି ବିକଳ୍ପ ସହ ଏକ ପ୍ରଶ୍ନ ଦେଖାଯିବ। ମ୍ୟାଚ୍‌ ସମୟରେ ସବୁଠାରୁ ଠିକ୍‌ ପ୍ରଶ୍ନର ଉତ୍ତର ଦେଇଥିବା ଦର୍ଶକମାନେ ଏକ କାର୍‌ ଜିତିବାର ସୁଯୋଗ ପାଇପାରିବେ। ଦର୍ଶକମାନେ ଜିଓ ସିନେମା (ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌) ଡାଉନ୍‌ଲୋଡ୍‌ କରି ନିଜ ପସନ୍ଦର ସ୍ପୋର୍ଟସ୍‌ ଦେଖିବା ଜାରି ରଖିପାରିବେ। ନୂତନ ଅପ୍‌ଡେଟ୍‌, ନ୍ୟୁଜ୍‌, ସ୍କୋର ଓ ଭିଡିଓ ପାଇଁ ପ୍ରଶଂସକମାନେ ସ୍ପୋର୍ଟସ୍‌ ୧୮ ଓ ଜିଓ ସିନେମାକୁ ସୋସିଆଲ ମିଡିଆରେ ଫଲୋ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri