Posted inରାଜ୍ୟ

ଆଇଆଇଟି ବମ୍ବେରେ ପଢ଼ିବାକୁ ଲକ୍ଷ୍ୟ: ଜେଇଇ ମେନ୍‌ର ଦୁଇ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୯ ପର୍ସେଣ୍ଟାଇଲ ରଖିବା ସହିତ ସର୍ବଭାରତୀୟ ସ୍ତରରେ ୧୨୮ ର଼୍ୟାଙ୍କ ହାସଲ କରିଛନ୍ତି। ନିଜର ସଫଳତାକୁ ନେଇ ସୌରଭ କହିଛନ୍ତି, କମ୍ପିଟିଶନ ବହୁତ ଟପ୍‌ ଥିଲା। ନିଜ ପାଠପଢ଼ାକୁ ଛାଡ଼ିଦେଲେ କେବଳ ଜେଇଇ ମେନ୍‌ ପାଇଁ ଏକ୍ସଟ୍ରା ୩ରୁ ୪ଘଣ୍ଟା ପାଠ ପଢ଼ୁଥିଲି। କେତେ ସମୟ ପାଠ ପଢ଼ିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେତିକି ସମୟ ବି ପାଠ ପଢ଼ିବ ସେଥିରେ ପୂରା ମନ ଦେଇ ପଢ଼ିବା ଆବଶ୍ୟକ। ପୂର୍ବବର୍ଷର ପ୍ରଶ୍ନପତ୍ରକୁ ବହୁତ ଶୀଘ୍ର ପ୍ରାକ୍ଟିସ୍‌ କରିବା ଉଚିତ। ହାତସ୍ପିଡ୍‌ ଏପରି କରିଥିଲି ଯେପରିକି ପରୀକ୍ଷାରେ ଦିଆଯାଇଥିବା ସମୟରେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇପାରିବି। ତେବେ ଭଲ ର଼୍ୟାଙ୍କ ପାଇଥିବାରୁ ବହୁତ ଖୁସି ଲାଗୁଛି। ଆଗକୁ ଥିବା ଜେଇଇ ଆଡ଼ଭାନ୍ସଡ ପାଇଁ ଏବେ ପ୍ରସ୍ତୁତ ହେଉଛି। ଜେଇଇ ମେନ୍‌ରେ ଶତ ପ୍ରତିଶତ ନମ୍ବର ରହିନାହିଁ, କିନ୍ତୁ ଜେଇଇ ଆଡ଼ଭାନ୍ସଡରେ ରଖିବା ପାଇଁ ଚେଷ୍ଟାକରିବି। ତେବେ ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ନେଇ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ସୌରଭ କହିଛନ୍ତି।

ସେହିଭଳି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ୯୯.୯୮ ପର୍ସେଣ୍ଟାଇଲ ରଖି ରାଜ୍ୟର ଦ୍ୱିତୀୟ ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୮୮ତମ ର଼୍ୟାଙ୍କ ହାସଲ କରିଛନ୍ତି। ଏଥିପାଇଁ ସେ ଖୁସି ବ୍ୟକ୍ତ କରି କହିଛନ୍ତି, ମୋତେ ରସାୟନ ବିଜ୍ଞାନ ଭଲ ଲାଗେ। କିନ୍ତୁ ସବୁ ବିଷୟକୁ ସମାନ ଭାବେ ପଢ଼ିବାକୁ ପଡ଼ିବ। ଜେଇଇ ଆଡ଼ଭାନ୍ସଡ ପାଇଁ ପ୍ରସ୍ତୁତ ହେଉଛି। ଭଲ ର଼୍ୟାଙ୍କ୍‌ ରହିଲେ ଆଇଆଇଟି ବମ୍ବେରେ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri