Posted inରାଜ୍ୟ

ଆଇଆଇଟି ବମ୍ବେରେ ପଢ଼ିବାକୁ ଲକ୍ଷ୍ୟ: ଜେଇଇ ମେନ୍‌ର ଦୁଇ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୯ ପର୍ସେଣ୍ଟାଇଲ ରଖିବା ସହିତ ସର୍ବଭାରତୀୟ ସ୍ତରରେ ୧୨୮ ର଼୍ୟାଙ୍କ ହାସଲ କରିଛନ୍ତି। ନିଜର ସଫଳତାକୁ ନେଇ ସୌରଭ କହିଛନ୍ତି, କମ୍ପିଟିଶନ ବହୁତ ଟପ୍‌ ଥିଲା। ନିଜ ପାଠପଢ଼ାକୁ ଛାଡ଼ିଦେଲେ କେବଳ ଜେଇଇ ମେନ୍‌ ପାଇଁ ଏକ୍ସଟ୍ରା ୩ରୁ ୪ଘଣ୍ଟା ପାଠ ପଢ଼ୁଥିଲି। କେତେ ସମୟ ପାଠ ପଢ଼ିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେତିକି ସମୟ ବି ପାଠ ପଢ଼ିବ ସେଥିରେ ପୂରା ମନ ଦେଇ ପଢ଼ିବା ଆବଶ୍ୟକ। ପୂର୍ବବର୍ଷର ପ୍ରଶ୍ନପତ୍ରକୁ ବହୁତ ଶୀଘ୍ର ପ୍ରାକ୍ଟିସ୍‌ କରିବା ଉଚିତ। ହାତସ୍ପିଡ୍‌ ଏପରି କରିଥିଲି ଯେପରିକି ପରୀକ୍ଷାରେ ଦିଆଯାଇଥିବା ସମୟରେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇପାରିବି। ତେବେ ଭଲ ର଼୍ୟାଙ୍କ ପାଇଥିବାରୁ ବହୁତ ଖୁସି ଲାଗୁଛି। ଆଗକୁ ଥିବା ଜେଇଇ ଆଡ଼ଭାନ୍ସଡ ପାଇଁ ଏବେ ପ୍ରସ୍ତୁତ ହେଉଛି। ଜେଇଇ ମେନ୍‌ରେ ଶତ ପ୍ରତିଶତ ନମ୍ବର ରହିନାହିଁ, କିନ୍ତୁ ଜେଇଇ ଆଡ଼ଭାନ୍ସଡରେ ରଖିବା ପାଇଁ ଚେଷ୍ଟାକରିବି। ତେବେ ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ନେଇ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ସୌରଭ କହିଛନ୍ତି।

ସେହିଭଳି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ୯୯.୯୮ ପର୍ସେଣ୍ଟାଇଲ ରଖି ରାଜ୍ୟର ଦ୍ୱିତୀୟ ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୮୮ତମ ର଼୍ୟାଙ୍କ ହାସଲ କରିଛନ୍ତି। ଏଥିପାଇଁ ସେ ଖୁସି ବ୍ୟକ୍ତ କରି କହିଛନ୍ତି, ମୋତେ ରସାୟନ ବିଜ୍ଞାନ ଭଲ ଲାଗେ। କିନ୍ତୁ ସବୁ ବିଷୟକୁ ସମାନ ଭାବେ ପଢ଼ିବାକୁ ପଡ଼ିବ। ଜେଇଇ ଆଡ଼ଭାନ୍ସଡ ପାଇଁ ପ୍ରସ୍ତୁତ ହେଉଛି। ଭଲ ର଼୍ୟାଙ୍କ୍‌ ରହିଲେ ଆଇଆଇଟି ବମ୍ବେରେ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri