ଜିନ୍ସ ଶାଢ଼ି ଫ୍ୟାଶନ୍‌

ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ଜିନ୍ସର ଫ୍ୟାଶନ ଯେମିତି କେବେବି ଆଉଟ୍‌ ଡେଟେଡ୍‌ ହୁଏନାହିଁ ସେହିଭଳି ଇଣ୍ଡିଆନ୍‌ ଓ୍ବେର୍‌ରେ ଶାଢ଼ିର ଫ୍ୟାଶନ୍‌ ବି ସବୁବେଳେ ରହିଛି ଓ ରହିଥିବ। ତେବେ ଏହି ଦୁଇ ଆଉଟ୍‌ଫିଟ୍‌କୁ ଯଦି କମ୍ବାଇନ୍‌ କରିଦିଆଯାଏ ଲୁକ୍‌ ନିଶ୍ଚିତଭାବେ ଭିନ୍ନ ଓ ଗ୍ଲାମର୍ସ ହୋଇଯିବ। ତେବେ ଏହି ଜିନ୍ସ ଶାଢ଼ି ଲୁକ୍‌କୁ କିଭଳି ପାଇପାରିବେ ଜାଣନ୍ତୁ ନିମ୍ନରୁ…

ରିପ୍ଡ ଜିନ୍ସ ସହ ଶାଢ଼ିର ସ୍କାର୍ଫ ଲୁକ୍‌: ଲାଇଟ୍‌ କଲର୍‌ ରିପ୍‌ଡ ଜିନ୍ସ ପ୍ୟାଣ୍ଟ ସହ ଡିପ୍‌ କଲର୍‌ ଶାଢ଼ି ଓ କଣ୍ଟ୍ରାଷ୍ଟ କଲର୍‌ର ବୋଟ୍‌ ନେକ୍‌ ବ୍ଲାଉଜ୍‌ ପିନ୍ଧି ଏକ ଏଲିଗାଣ୍ଟ ଇଣ୍ଡୋ ଓ୍ବେଷ୍ଟର୍ନ ଲୁକ୍‌ ପାଇପାରିବେ। ଶାଢ଼ିକୁ ଏମିତି ପିନ୍ଧିବେ ଯେମିତିକି ଗୋଟିଏ ଗୋଡ଼ର ଜିନ୍ସ ସମ୍ପୂର୍ଣ୍ଣଭାବେ ଦେଖାଯାଉଥିବ ଓ ଅନ୍ୟ ଗୋଡ଼ଟି ଶାଢ଼ିରେ ଘୋଡ଼େଇ ହୋଇ ରହିବ। ଆଉ ଶାଢ଼ିର ପଣତ ସାମ୍‌ନା ପଟରୁ ଡାହାଣରୁ ବାମକୁ ନେଇ ବେକରେ ସ୍କାର୍ଫପରି ଗୁଡ଼େଇ ରଖିବେ। ଏଇ ସ୍କାର୍ଫ ଲୁକ୍‌ ବେଶ୍‌ ଟ୍ରେଣ୍ଡି ଲାଗେ।

ଜିନ୍ସ- ହ୍ବାଇଟ୍‌ ସର୍ଟ ସହ ଶାଢ଼ି: ବ୍ଲୁ ଜିନ୍ସ ସହ ହ୍ବାଇଟ୍‌ ସର୍ଟ ଇନ୍‌ କରି ପିନ୍ଧି ତା’ଉପରେ ଡିପ୍‌ ରେଡ କଲର୍‌ ଅବା ଅନ୍ୟ କୌଣସି ଡିପ୍‌ କଲର୍‌ ଶାଢ଼ିକୁ ପିନ୍ଧନ୍ତୁ। ଶାଢ଼ି ଏମିତି ପିନ୍ଧିବେ ଯେମିତି ଡାହାଣ ଗୋଡ଼ର ଜିନ୍ସ ଦେଖାଯିବ ଓ ବାମ ଗୋଡ଼ ଶାଢ଼ିରେ କଭର୍‌ ହୋଇ ରହିବ। ଶାଢ଼ିର ପଣତକୁ ବାମ ପଟ କାନ୍ଧ ପାଖରେ ପ୍ଲିଟ୍‌ କରିପାରିବେ। ଏଇ ଲୁକ୍‌ ବି ବହୁତ ଷ୍ଟାଇଲିଶ ଲାଗେ। ଏହା ସହ ହାଇ ହିଲ୍‌ ପିନ୍ଧିବାକୁ ଭୁଲିବେନି।

ବେଲ୍ଟ ଷ୍ଟାଇଲ୍‌ ଜିନ୍ସ ଶାଢ଼ି ଲୁକ୍‌: ଜିନ୍ସ ଓ କ୍ରପ୍‌ଡ ଟପ୍ସ ସହ ଶାଢ଼ିକୁ ଉପରୋକ୍ତ ପ୍ରକାରରେ ଅର୍ଥାତ୍‌ ଶାଢ଼ି ପ୍ୟାଣ୍ଟ ଲୁକ୍‌ ଭଳି ପିନ୍ଧି ଅଣ୍ଟା ଭାଗରେ ଏକ ସୁନ୍ଦର ବେଲ୍ଟ ଲଗାଇ ଦିଅନ୍ତୁ। ଦେଖିବେ ଲୁକ୍‌ କେତେ ସ୍ମାର୍ଟ ଲାଗିବ।

ଜିନ୍ସ ଶାଢ଼ିର ବ୍ଲାକ୍‌ ଲୁକ୍‌: ବ୍ଲାକ୍‌ କଲର୍‌ ଜିନ୍ସ ପ୍ୟାଣ୍ଟ ସହ ବ୍ଲାକ୍‌ କଲର୍‌ର ବ୍ଲାଉଜ୍‌ ଏବଂ ତା’ସହ ସୁନ୍ଦର ବର୍ଡର ଥିବା ବ୍ଲାକ୍‌ କଲର୍‌ ଶାଢ଼ି ପିନ୍ଧନ୍ତୁ। ଦେଖିବେ ଶାଢ଼ି ପ୍ୟାଣ୍ଟ ଲୁକ୍‌ କିଭଳି ବୋଲ୍ଡ ଲାଗିବ। ତା’ସହ ହାଇ ହିଲ୍ସ ଓ କିଛି ଗହଣା ବି ପିନ୍ଧିନେବେ।

ପ୍ରିଣ୍ଟେଡ ଜିନ୍ସ ସହ ପ୍ଲେନ୍‌ ଶାଢ଼ି: ସବୁବେଳେ ପ୍ଲେନ୍‌ ଜିନ୍ସ ସହ ପ୍ରିଣ୍ଟେଡ ଶାଢ଼ି ନ ପିନ୍ଧି କେବେ ଏହାର ଓଲଟା ଅର୍ଥାତ୍‌ ପ୍ରିଣ୍ଟେଡ ଜିନ୍ସ ସହ ପ୍ଲେନ୍‌ ଶାଢ଼ିକୁ ଶାଢ଼ି ପ୍ୟାଣ୍ଟ ଷ୍ଟାଇଲ୍‌ରେ ପିନ୍ଧନ୍ତୁ। ଏଥିରେ ବ୍ଲାଉଜ୍‌କୁ ଜିନ୍ସ ସହ ମ୍ୟାଚିଂ କରି ଅବା କଣ୍ଟ୍ରାଷ୍ଟ କଲର୍‌ର ବି ପିନ୍ଧିପାରିବେ। ଏହି ଲୁକ୍‌ ଖୁବ୍‌ ଆକର୍ଷକ ଲାଗେ। କକ୍‌ଟେଲ୍‌ ପାର୍ଟି ପାଇଁ ଏହି ଲୁକ୍‌ ପରଫେକ୍ଟ।

ଜିନ୍ସ ଜ୍ୟାକେଟ୍‌ ସହ ଶାଢ଼ି: କେବେ ଶାଢ଼ି ଉପରେ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧନ୍ତୁ ଦେଖିବେ ଶାଢ଼ି ଲୁକ୍‌ ପୂରା ବଦଳି ଟ୍ରେଣ୍ଡି ଲାଗିବ। ଚାହିଁଲେ ଜିନ୍ସର ଜ୍ୟାକେଟ୍‌କୁ ବ୍ଲାଉଜ୍‌ଭାବେ ପିନ୍ଧି ମଧ୍ୟ ଶାଢ଼ି ପିନ୍ଧିପାରିବେ, ଯାହାକି ଆପଣଙ୍କ ଲୁକ୍‌କୁ ଖାସ୍‌ କରିଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri