ଜିନ୍ସ ଶାଢ଼ି ଫ୍ୟାଶନ୍‌

ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ଜିନ୍ସର ଫ୍ୟାଶନ ଯେମିତି କେବେବି ଆଉଟ୍‌ ଡେଟେଡ୍‌ ହୁଏନାହିଁ ସେହିଭଳି ଇଣ୍ଡିଆନ୍‌ ଓ୍ବେର୍‌ରେ ଶାଢ଼ିର ଫ୍ୟାଶନ୍‌ ବି ସବୁବେଳେ ରହିଛି ଓ ରହିଥିବ। ତେବେ ଏହି ଦୁଇ ଆଉଟ୍‌ଫିଟ୍‌କୁ ଯଦି କମ୍ବାଇନ୍‌ କରିଦିଆଯାଏ ଲୁକ୍‌ ନିଶ୍ଚିତଭାବେ ଭିନ୍ନ ଓ ଗ୍ଲାମର୍ସ ହୋଇଯିବ। ତେବେ ଏହି ଜିନ୍ସ ଶାଢ଼ି ଲୁକ୍‌କୁ କିଭଳି ପାଇପାରିବେ ଜାଣନ୍ତୁ ନିମ୍ନରୁ…

ରିପ୍ଡ ଜିନ୍ସ ସହ ଶାଢ଼ିର ସ୍କାର୍ଫ ଲୁକ୍‌: ଲାଇଟ୍‌ କଲର୍‌ ରିପ୍‌ଡ ଜିନ୍ସ ପ୍ୟାଣ୍ଟ ସହ ଡିପ୍‌ କଲର୍‌ ଶାଢ଼ି ଓ କଣ୍ଟ୍ରାଷ୍ଟ କଲର୍‌ର ବୋଟ୍‌ ନେକ୍‌ ବ୍ଲାଉଜ୍‌ ପିନ୍ଧି ଏକ ଏଲିଗାଣ୍ଟ ଇଣ୍ଡୋ ଓ୍ବେଷ୍ଟର୍ନ ଲୁକ୍‌ ପାଇପାରିବେ। ଶାଢ଼ିକୁ ଏମିତି ପିନ୍ଧିବେ ଯେମିତିକି ଗୋଟିଏ ଗୋଡ଼ର ଜିନ୍ସ ସମ୍ପୂର୍ଣ୍ଣଭାବେ ଦେଖାଯାଉଥିବ ଓ ଅନ୍ୟ ଗୋଡ଼ଟି ଶାଢ଼ିରେ ଘୋଡ଼େଇ ହୋଇ ରହିବ। ଆଉ ଶାଢ଼ିର ପଣତ ସାମ୍‌ନା ପଟରୁ ଡାହାଣରୁ ବାମକୁ ନେଇ ବେକରେ ସ୍କାର୍ଫପରି ଗୁଡ଼େଇ ରଖିବେ। ଏଇ ସ୍କାର୍ଫ ଲୁକ୍‌ ବେଶ୍‌ ଟ୍ରେଣ୍ଡି ଲାଗେ।

ଜିନ୍ସ- ହ୍ବାଇଟ୍‌ ସର୍ଟ ସହ ଶାଢ଼ି: ବ୍ଲୁ ଜିନ୍ସ ସହ ହ୍ବାଇଟ୍‌ ସର୍ଟ ଇନ୍‌ କରି ପିନ୍ଧି ତା’ଉପରେ ଡିପ୍‌ ରେଡ କଲର୍‌ ଅବା ଅନ୍ୟ କୌଣସି ଡିପ୍‌ କଲର୍‌ ଶାଢ଼ିକୁ ପିନ୍ଧନ୍ତୁ। ଶାଢ଼ି ଏମିତି ପିନ୍ଧିବେ ଯେମିତି ଡାହାଣ ଗୋଡ଼ର ଜିନ୍ସ ଦେଖାଯିବ ଓ ବାମ ଗୋଡ଼ ଶାଢ଼ିରେ କଭର୍‌ ହୋଇ ରହିବ। ଶାଢ଼ିର ପଣତକୁ ବାମ ପଟ କାନ୍ଧ ପାଖରେ ପ୍ଲିଟ୍‌ କରିପାରିବେ। ଏଇ ଲୁକ୍‌ ବି ବହୁତ ଷ୍ଟାଇଲିଶ ଲାଗେ। ଏହା ସହ ହାଇ ହିଲ୍‌ ପିନ୍ଧିବାକୁ ଭୁଲିବେନି।

ବେଲ୍ଟ ଷ୍ଟାଇଲ୍‌ ଜିନ୍ସ ଶାଢ଼ି ଲୁକ୍‌: ଜିନ୍ସ ଓ କ୍ରପ୍‌ଡ ଟପ୍ସ ସହ ଶାଢ଼ିକୁ ଉପରୋକ୍ତ ପ୍ରକାରରେ ଅର୍ଥାତ୍‌ ଶାଢ଼ି ପ୍ୟାଣ୍ଟ ଲୁକ୍‌ ଭଳି ପିନ୍ଧି ଅଣ୍ଟା ଭାଗରେ ଏକ ସୁନ୍ଦର ବେଲ୍ଟ ଲଗାଇ ଦିଅନ୍ତୁ। ଦେଖିବେ ଲୁକ୍‌ କେତେ ସ୍ମାର୍ଟ ଲାଗିବ।

ଜିନ୍ସ ଶାଢ଼ିର ବ୍ଲାକ୍‌ ଲୁକ୍‌: ବ୍ଲାକ୍‌ କଲର୍‌ ଜିନ୍ସ ପ୍ୟାଣ୍ଟ ସହ ବ୍ଲାକ୍‌ କଲର୍‌ର ବ୍ଲାଉଜ୍‌ ଏବଂ ତା’ସହ ସୁନ୍ଦର ବର୍ଡର ଥିବା ବ୍ଲାକ୍‌ କଲର୍‌ ଶାଢ଼ି ପିନ୍ଧନ୍ତୁ। ଦେଖିବେ ଶାଢ଼ି ପ୍ୟାଣ୍ଟ ଲୁକ୍‌ କିଭଳି ବୋଲ୍ଡ ଲାଗିବ। ତା’ସହ ହାଇ ହିଲ୍ସ ଓ କିଛି ଗହଣା ବି ପିନ୍ଧିନେବେ।

ପ୍ରିଣ୍ଟେଡ ଜିନ୍ସ ସହ ପ୍ଲେନ୍‌ ଶାଢ଼ି: ସବୁବେଳେ ପ୍ଲେନ୍‌ ଜିନ୍ସ ସହ ପ୍ରିଣ୍ଟେଡ ଶାଢ଼ି ନ ପିନ୍ଧି କେବେ ଏହାର ଓଲଟା ଅର୍ଥାତ୍‌ ପ୍ରିଣ୍ଟେଡ ଜିନ୍ସ ସହ ପ୍ଲେନ୍‌ ଶାଢ଼ିକୁ ଶାଢ଼ି ପ୍ୟାଣ୍ଟ ଷ୍ଟାଇଲ୍‌ରେ ପିନ୍ଧନ୍ତୁ। ଏଥିରେ ବ୍ଲାଉଜ୍‌କୁ ଜିନ୍ସ ସହ ମ୍ୟାଚିଂ କରି ଅବା କଣ୍ଟ୍ରାଷ୍ଟ କଲର୍‌ର ବି ପିନ୍ଧିପାରିବେ। ଏହି ଲୁକ୍‌ ଖୁବ୍‌ ଆକର୍ଷକ ଲାଗେ। କକ୍‌ଟେଲ୍‌ ପାର୍ଟି ପାଇଁ ଏହି ଲୁକ୍‌ ପରଫେକ୍ଟ।

ଜିନ୍ସ ଜ୍ୟାକେଟ୍‌ ସହ ଶାଢ଼ି: କେବେ ଶାଢ଼ି ଉପରେ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧନ୍ତୁ ଦେଖିବେ ଶାଢ଼ି ଲୁକ୍‌ ପୂରା ବଦଳି ଟ୍ରେଣ୍ଡି ଲାଗିବ। ଚାହିଁଲେ ଜିନ୍ସର ଜ୍ୟାକେଟ୍‌କୁ ବ୍ଲାଉଜ୍‌ଭାବେ ପିନ୍ଧି ମଧ୍ୟ ଶାଢ଼ି ପିନ୍ଧିପାରିବେ, ଯାହାକି ଆପଣଙ୍କ ଲୁକ୍‌କୁ ଖାସ୍‌ କରିଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରକରଣା

ଗନ୍ଧ ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ...

ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସୁଷମ ଖାଦ୍ୟ ଖାଇବା ଦ୍ୱାରା ଆମେ ଅନେକାଂଶରେ ସୁସ୍ଥ ରହିଥାଉ। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ...

ସ୍ବାସ୍ଥ୍ୟପ୍ରଦ ଅଙ୍ଗୁର

ଅଙ୍ଗୁର ଖାଇବା ଅନେକଙ୍କର ପ୍ରିୟ। ବିଶେଷକରି ଖରାଦିନେ ଏହାକୁ ଖାଇଲେ ଆମ ଶରୀରକୁ ଅନେକ ଉପକାର ମିଳିଥାଏ। କାରଣ ଏଥିରେ ଭରିଥାଏ କାର୍ବୋହାଇଡ୍ରେଟ୍‌, ଡାଇଟାରି ଫାଇବର୍‌,...

ଲିଓପାର୍ଡ ପ୍ରିଣ୍ଟ

ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ...

ସ୍ପୋର୍ଟିଂ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦିତ ହୋଇପାରୁଛି।...

ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ...

ଖାଲି କେଶରେ ନୁହେଁ ଏସବୁ ଥିରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର।...

Advertisement
Archives

Model This Week