Posted inଜାତୀୟ

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ନେତା ସୁଶୀଲ ମୋଦି ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସୁଶୀଲ କହିଛନ୍ତି, ଭାଜପା ଜେଡିୟୁର ପ୍ରତ୍ୟେକ ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ପାଟନାକୁ ଆସି ନୀତୀଶ ଜୀଙ୍କୁ ପଚାରିଥିଲେ  କିଛି ଅସୁବିଧା ଅଛି କି? ସରକାର ପତନର ଗୋଟିଏ ଦିନ ପୂର୍ବରୁ ଆମ ଦଳର ଜଣେ ବଡ ନେତା ଦିଲ୍ଲୀରୁ ଫୋନ ଯୋଗେ ନୀତୀଶଙ୍କୁ ପଚାରିଥିଲେ ସବୁ ଠିକ ଅଛି ତ? ସେ କହିଥିଲେ, ସବୁକିଛି ଠିକ ଅଛି। ଟିଭିରେ ଲଲନ ସିଂଙ୍କ ମନ୍ତବ୍ୟ ଦେଖିଛନ୍ତି କି, ନୀତୀଶ କହିଥିଲେ, ଆପଣଙ୍କ ଦଳରେ ଗିରିରାଜ ଅଛନ୍ତି, ସେମିତି ଆମ ଦଳରେ ଲଲନ ସିଂ ମଧ୍ୟ ଅଛନ୍ତି। ଜେଡିୟୁ ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲା। ତାହା ନ ହେବାକୁ ଏଭଳି ଘଟଣା ଘଟିଛି।
ଆରସିପି ସିଂଙ୍କ ବାହାନାରେ ବିହାରରେ ଜେଡିୟୁକୁ ଦୁର୍ବଳ କରିବାର ଅଭିଯୋଗ ଉପରେ ସୁଶୀଲ ମୋଦି କହିଛନ୍ତି, ଜେଡିୟୁକୁ ଭାଙ୍ଗିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଆଜି ପର୍ଯ୍ୟନ୍ତ ଆମେ କୌଣସି ଦଳ ଭାଙ୍ଗି ନାହୁଁ। ନୀତୀଶ କୁମାରଙ୍କ ସହମତି ବିନା ଆରସିପି ସିଂଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ମିଥ୍ୟା ପ୍ରଚାର କରାଯାଇଛି। ଏହା ଏକ କଞ୍ଚା ମିଛ, ଅମିତ ଶାହା ନୀତୀଶ କୁମାରଙ୍କୁ ମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ, ସେ ହିଁ ଆରସିପି ସିଂଙ୍କ ନାଁ ଦେଇଥିଲେ। ଆମେ ନୀତୀଶ କୁମାରଙ୍କୁ ପାଞ୍ଚଥର ବିହାରର ମୁଖ୍ୟମନ୍ତ୍ରୀ କରିଛୁ। ୨୦୨୦ ଜନାଦେଶ ହେଉଛି, ନରେନ୍ଦ୍ର ମୋଦିଙ୍କ ଜନାଦେଶ।  ଯଦି ତାହା ନୀତୀଶ କୁମାରଙ୍କ ଜନାଦେଶ ହୋଇଥାନ୍ତା, ତେବେ ତାଙ୍କୁ କେବଳ ୪୩ଟି ଆସନ ମିଳି ନ ଥାନ୍ତା।
ତେଜସ୍ବୀଙ୍କୁ ଟାର୍ଗେଟ୍‌ କରି ସୁଶୀଲ ମୋଦି କହିଛନ୍ତି, ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି, ସେ ଜାମିନରେ ଅଛନ୍ତି। କେବେ ବି ଜେଲ ଯିବେ। ଆସନ୍ତାକାଲି ନୀତୀଶ କୁମାର ମଧ୍ୟ ଆରଜେଡିକୁ ଠକି ଦେବେ ଏଥିରେ ସନ୍ଦେହ ନାହିଁ। ଆରଜେଡିର ୮୦ ଜଣ ବିଧାୟକ ଏବଂ ନୀତୀଶଙ୍କ ୪୫-୪୬ ବିଧାୟକ ଅଛନ୍ତି। ନୀତୀଶ କୁମାର କେବଳ ଶୋ’ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ପ୍ରକୃତ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri