Posted inଜାତୀୟ

ଆମେରିକୀୟ କୋଟିପତି ଜର୍ଜଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲ,୧୭।୨: ଆମେରିକୀୟ କୋଟିପତି ଜର୍ଜ ସୋରୋସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ମହଙ୍ଗା ପଡିଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ଘଟଣାରେ ଜର୍ଜ ସୋରେସଙ୍କୁ ଟାର୍ଗେଟ କରିଛନ୍ତି। ଅଦାନୀ ପ୍ରସଙ୍ଗରେ ଭାରତର ଲୋକତନ୍ତ୍ରର ପୁନରୁଦ୍ଧାର ହେଉଛି କି ନାହିଁ ଏହା ଭାରତର କଥା। ଏହା ଜର୍ଜଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଜୟରାମ ଟୁଇଟ୍‌ କରି କହିଛନ୍ତି।

ମିଳିଥିବା ସୂଚନା ମୁତାବକ, କିଛି ଦିନତଳେ ଜର୍ଜ ସୋରୋସ ଅଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଟାର୍ଗେଟ କରିଥିଲେ। ଜର୍ଜ କହିଥିଲେ, ମୋଦି ଆଦାନୀ ପ୍ରସଙ୍ଗରେ ନୀରବ ରହିଛନ୍ତି। ଏହି ପ୍ରସଙ୍ଗରେ ମୋଦି ପାର୍ଲାମେଣ୍ଟ ସମେତ ବିଦେଶୀ ନିବେଶକଙ୍କୁ ଜବାବ ଦେବାକୁ କହିଥିଲେ। ଏହା ଭାରତର ସଂଘୀୟ ସରକାର ଉପରେ ମୋଦିଙ୍କ ପ୍ରଭାବ କମାଇଦେବ। ଏହାଦ୍ୱାରା ଭାରତରେ ଲୋକତାନ୍ତ୍ରିକ ପରିବର୍ତ୍ତନ ହେବ ବୋଲି ଜର୍ଜ କହିଥିଲେ। ଅନ୍ୟପଟେ ଏନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଜର୍ଜଙ୍କ ଉପରେ ବର୍ଷିଛନ୍ତି। ସ୍ମୃତି କହିଛନ୍ତି, ବିଦେଶୀ ମାଟିରେ ରହି କେତେକ ଖଳ ପ୍ରକୃତି ଲୋକ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏପରିକି ଜର୍ଜ ସୋରୋସ ଭାରତର ଲୋକତନ୍ତ୍ରରେ ପ୍ରବେଶ କରିବାକୁ ଅପଚେଷ୍ଟା ଚଳାଇଛନ୍ତି। ଏହାର ଜବାବ ଦେଶବାସୀ ଦେବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏଥିସହ ସେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଇଁ ଇଂଲଣ୍ଡର ବ୍ୟାଙ୍କ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏପରିକି ତାଙ୍କୁ ଆର୍ଥିକ ଯୁଦ୍ଧର ଅପରାଧୀ ଭାବେ ଅଭିହିତ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଭାରତର ଗଣତନ୍ତ୍ରକୁ ଭାଙ୍ଗିବାକୁ ଚ୍ୟାଲେଞ୍ଜ ଦେଉଥିବା କହି କଡା ଜବାବ ଦେଇଛନ୍ତି ସ୍ମୃତି ଇରାନୀ। ପୂର୍ବରୁ ମଧ୍ୟ ଭାରତ ବିଦେଶୀ ଶକ୍ତିକୁ ଧୂଳି ଚଟାଇଥିବା ବେଳେ ଭବିଷ୍ୟତରେ ବି ହରାଇବାରେ ସକ୍ଷମ ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?