ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ଦିନରେ ବ୍ରାଣ୍ଡ୍‌ର ୫ଟି ଆଉଟ୍‌ଲେଟ ଆମେରିକା ବଜାରରେ ଉଦ୍‌ଘାଟନ ଏବଂ ପୁନଃ ଉନ୍ମୋଚନ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଜୟଆଲୁକ୍କାସ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଜୟ ଆଲୁକ୍କାସ୍‌ଙ୍କ ନେତୃତ୍ୱରେ ଏହି ଘଟଣାଗୁଡ଼ିକ ଆମେରିକା ବଜାରରେ ବ୍ରାଣ୍ଡ୍‌ର ବିସ୍ତାର ରଣନୀତିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପରିଗଣିତ ହେଉଛି। ଏହି ଉଦ୍‌ଘାଟନରେ ଆମେରିକାର ଡଲାସ୍‌ ଏବଂ ଆଟଲାଣ୍ଟାଠାରେ ନୂତନ ଷ୍ଟୋର ଉନ୍ମୋଚନ ସହ ହ୍ୟୁଷ୍ଟନ୍‌, ଶିକାଗୋ, ଏବଂ ନ୍ୟୁଜର୍ସିଠାରେ ବ୍ରାଣ୍ଡ୍‌ର ନବୀକରଣ ଏବଂ ପୁନଃ ସ୍ଥାପନ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି।
ସେହିଭଳି ୨୦୨୪ ମେ ୧୮ରେ ବ୍ରାଣ୍ଡ୍‌ର ହ୍ୟୁଷ୍ଟନ୍‌ ଶୋ’ରୁମ୍‌ର ନବୀକରଣ ହୋଇଥିବା ଷ୍ଟୋରର ପୁନଃ ଉନ୍ମୋଚନ ସହ ଶୁଭାରମ୍ଭ ହେବ। ଏପରିକି ୨୦୨୪ ମେ ୨୬ରେ ଡଲାସ୍‌ଠାରେ ବ୍ରାଣ୍ଡ୍‌ର ନୂତନ ଷ୍ଟୋର ଉଦ୍‌ଘାଟନ ହେବ। ସେହିପରି ୨୦୨୪ ଜୁନ୍‌ ୨ରେ ଆମେରିକାର ଆଟଲାଣ୍ଟାଠାରେ ଜୟଆଲୁକ୍କାସ୍‌ର ନୂତନ ଆଉଟ୍‌ଲେଟ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଉଥିବାବେଳେ ୨୦୨୪ ଜୁନ୍‌ ୯ରେ ଶିକାଗୋଠାରେ ଏବଂ ଜୁନ୍‌ ୧୫ରେ ନ୍ୟୁଜର୍ସିଠାରେ ବ୍ରାଣ୍ଡ୍‌ର ନବୀକରଣ ହୋଇଥିବା ଆଉଟ୍‌ଲେଟ୍‌ର ଉଦ୍‌ଘାଟନ ହେବ।
ଅପରପକ୍ଷରେ ଏହି ବିଶେଷ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜୟଆଲୁକ୍କାସ୍‌ର ସ୍ବତନ୍ତ୍ର ପ୍ରୋତ୍ସାହନମୂଳକ ଯୋଜନା ବ୍ରାଣ୍ଡ୍‌ର ସମସ୍ତ ୟୁଏସ୍‌ଏ ଆଉଟଲେଟରେ ପ୍ରଦାନ କରାଯାଉଛି। ଏପରିକି ୧,୦୦୦ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର କ୍ରୟ କରୁଥିବା ଗ୍ରାହକଙ୍କୁ ୦.୨୦୦ଗ୍ରାମର ସୁନା ମୁଦ୍ରା ଦିଆଯାଉଥିବାବେଳେ ୨,୦୦୦ ଡଲାର କିମ୍ବା ତା’ଠାରୁ ଅଧିକ ମୂଲ୍ୟର ହୀରା ଏବଂ ପୋଲକି ଅଳଙ୍କାର କ୍ରୟ ଉପରେ ଗ୍ରାହକଙ୍କୁ ୧ଗ୍ରାମ ବିଶିଷ୍ଟ ସ୍ବର୍ଣ୍ଣ ମୁଦ୍ରାରେ ସମ୍ମାନିତ କରାଯାଉଛି। ଏହି ମନୋରମ ଅଫରଗୁଡିକ କେବଳ ଉଦ୍‌ଘାଟନ ସମୟରେ ଉପଲବ୍ଧ ଏବଂ ଏହା ପୃଷ୍ଠପୋଷକମାନଙ୍କୁ ଅସାଧାରଣ ମୂଲ୍ୟ ପ୍ରଦାନ ଦିଗରେ ଜୟଆଲୁକ୍କାସ୍‌ର ପ୍ରତିବଦ୍ଧତାକୁ ସୂଚିତ କରୁଛି।
ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ସମୂହର ପରିଚାଳନା ନିର୍ଦ୍ଦେଶକ ଜନ୍‌ ପଲ୍‌ କହିଛନ୍ତି, ଆମେରିକାଠାରେ ଆମର ନୂତନ ତଥା ନବୀକରଣ ହୋଇଥିବା ଆଉଟ୍‌ଲେଟ୍‌ଗୁଡ଼ିକୁ ଦେଖି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଅତି ମନମୁଗ୍ଧକର ଅଳଙ୍କାର ସଂଗ୍ରହ ଓ ଅତୁଳନୀୟ ଗ୍ରାହକ ସେବା ମାଧ୍ୟମରେ ଆମେ ଆମେରିକାର ବହୁମୂଲ୍ୟ ଗ୍ରାହକବୃନ୍ଦଙ୍କର ଚମତ୍କାର ପସନ୍ଦକୁ ଉପଯୁକ୍ତ ସେବା ପ୍ରଦାନ କରିପାରିବୁ।
ଆମର ଏହି ଉଦ୍‌ଘାଟନ ବ୍ରାଣ୍ଡ୍‌ର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଅଳଙ୍କାର ଶପିଂ ଏବଂ ଉତ୍କର୍ଷ ଜାରି ରଖିବା ଦିଗରେ ସହାୟକ ପାଇଁ ଖୋଲିଛୁ। ଆମେରିକାରେ ଆମର ବିଶ୍ବସ୍ତ ଗ୍ରାହକଙ୍କୁ ବିଶ୍ବର ସର୍ବୋତ୍ତମ ଶପିଂ ଅଭିଜ୍ଞତା ସହ ସେବା କରିବାକୁ ଆମେ ପ୍ରତିବଦ୍ଧ ଅଛୁ।
ସେହିଭଳି ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ଜୟ ଆଲୁକ୍କାସ୍‌ଙ୍କ ସହ ବହୁ ମାନ୍ୟଗଣ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ଉକ୍ତ ଉଦ୍‌ଘାଟନ କରାଯିବ। ଜୟ ଆଲୁକ୍କାସ୍‌ ସମସ୍ତ ଜୁଏଲେରିପ୍ରେମୀଙ୍କୁ ଏହାର ଯୁକ୍ତରାଷ୍ଟ୍ରର ଆଉଟ୍‌ଲେଟ୍‌ଗୁଡ଼ିକର ଉଦ୍‌ଘାଟନୀ ସମାରୋହରେ ପରିଦର୍ଶନ କରିବାକୁ ଏବଂ ଷ୍ଟାଇଲ, ଅତ୍ୟାଧୁନିକତା, ସୁବିଧା, ଡିଜାଇନ୍‌ର ମହାନ୍‌ ପର୍ବ ପାଳନ କରିବାକୁ ଆମନ୍ତ୍ରଣ କରୁଛି। ଏପରିକି ଗ୍ରାହକ ସୂକ୍ଷ୍ମ ଅଳଙ୍କାରର ଆକର୍ଷଣକୁ ଅନୁଭବ କରିପାରିବେ ଏବଂ କେବଳ ସୀମିତ ସମୟ ପାଇଁ ଜୟ ଆଲୁକ୍କାସ୍‌ର ସ୍ବତନ୍ତ୍ର ପ୍ରୋତ୍ସାହନର ଲାଭ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?