ପୂର୍ବତନ ମିସ୍‌ ଇଣ୍ଡିଆଙ୍କ ହାତ ଧରିଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ ଜୟ, ଭବ୍ୟ ସମାରୋହରେ…

ନୂଆଦିଲ୍ଲୀ,୧୦।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍‌ ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍‌ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ। ଏହାପରେ ଉଦୟପୁରରେ ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ ମୁତାବକ, ଉଭୟ କିଛି ବର୍ଷ ପୂର୍ବେ ଏକ ପାର୍ଟିରେ ପରସ୍ପରକୁ ଭେଟିଥିଲେ। ସେତେବେଳେ ବାସ୍‌ କିଛି ମିନିଟ୍‌ ଦୁହେଁ କଥା ହୋଇଥିଲେ। ଏହାପରେ ଜୟ ଅଦିତିଙ୍କୁ ଇନଷ୍ଟାଗ୍ରାମରେ ଏକ ମେସେଜ୍‌ ପଠାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଗତବର୍ଷ ଅଗଷ୍ଟରେ ସେମାନେ ନିର୍ବନ୍ଧ କରିଥିଲେ। ଏବେ ସେମାନେ ବିବାହ କରିଛନ୍ତି।

ତେବେ ଡିଜିଟାଲ ବ୍ୟାଙ୍କ କୋଟାକ୍‌୮୧୧ର ସହ-ଅଧ୍ୟକ୍ଷ ଜୟ କୋଟାକ ହାଓ୍ବାର୍ଡ ବିଜିନେସ ସ୍କୁଲରୁ ନିଜର ଏମ୍‌ବିଏ ଏବଂ କଲମ୍ବିଆ ୟୁନିଭର୍ସିଟିରୁ ଇତିହାସରେ ବିଏ କରିଛନ୍ତି। ତାଙ୍କ ବାପା ଉଦୟ, କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା। ତାଙ୍କର ମୋଟ ସମ୍ପତ୍ତି ୧.୦୯ ଲକ୍ଷ କୋଟିରୁ ଅଧିକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ...

ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ

ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New...

ବୋମା ଆକ୍ରମଣକାରୀଙ୍କ ଦ୍ୱିତୀୟ କାର୍ ଖୋଜୁଛି ପୋଲିସ୍, ଲାଲ୍ ରଙ୍ଗର ଏହି କାର୍‌ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି...

ବିବାହ ମଞ୍ଚରେ ବରକୁ ଛୁରାମାଡ଼: ଆକ୍ରମଣକାରୀଙ୍କୁ ୨ କିମି ପର୍ଯ୍ୟନ୍ତ ଗୋଡ଼ାଇଲା ଡ୍ରୋନ୍ କ୍ୟାମେରା

ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ଅମରାବତୀରେ ଏକ ବିବାହ ଉତ୍ସବ ସମୟରେ ବରକୁ ମଞ୍ଚ ଉପରେ ଛୁରାମାଡ଼ କରାଯିବା ପରେ ପରିବେଶ ଏକ ଅପରାଧ ସ୍ଥଳରେ ପରିଣତ ହୋଇଛି।...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି...

ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri