ଜୱାଦ ନେଇଗଲା ବର୍ଷକର ଦାନା

ରାଜନଗର, ୮ା୧୨(ଡି.ଏନ.ଏ.):ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜନଗର ବ୍ଲକ ଅଞ୍ଚଳର ଚାଷୀଙ୍କ ବର୍ଷକର ଦାନାକୁ ନଷ୍ଟ କରି ଦେଇଛି। ଚାଷୀକୁଳ ମୁଣ୍ଡରେ ଚଡକ ପକାଇଛି। ରାଜନଗରବାସୀ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ। ହସୁଥିବା ପାଚିଲା ଧାନ କ୍ଷେତ କେଉଁଠି ପାଣିରେ ବୁଡିଛି ତ, ଆଉ କେଉଁଠି ଗଜା ହୋଇଗଲାଣି। ଚଳିତବର୍ଷ ପ୍ରଥମେ ମରୁଡି ଯୋଗୁ ବିଳମ୍ବରେ ଚାଷ ହୋଇଥିଲେ ମଧ୍ୟ ଅଧିକ ଓ ଶୀଘ୍ର ଅମଳକ୍ଷମ ହାଇବ୍ରିଡ ବିହନ ଚାଷୀ ଚାଷ କରି ଭଲ ଫସଲ କରିଥିଲେ। ମାତ୍ର ନଭେମ୍ବରରେ ଲଘୁଚାପ ବର୍ଷା ଓ ଏବେ ଜୱାଦ ପ୍ରଭାବରେ ବର୍ଷା ଭାତହାଣ୍ଡିକୁ ଉଜାଡି ଦେଇଛି। କିପରି ଋଣ ଶୁଝିବୁ, ପରିବାର ପେଟରେ ବର୍ଷକ ଯାକ ଦାନା ଦେବୁ ସେ ନେଇ ଚାଷୀ ଚିନ୍ତାରେ ପଡିଛି।
ବ୍ଲକ ରଙ୍ଗଣୀ ପଞ୍ଚାୟତ ଭେକ୍ଟା ଗାଁର ମାଧବ ନାୟକ ୧୨ ଏକର ଜମିରେ ଖରିଫ ଧାନ ଚାଷ କରିଥିଲେ। ମରୁଡି ଯୋଗୁ ପାଣି ବୋହି ଧାନ ଚାଷ କରି ଖର୍ଚ୍ଚାନ୍ତ ହୋଇଥିଲେ। ଜମିରେ ଶୀଘ୍ର ଅମଳକ୍ଷମ ଧାନ ଚାଷ କରିଥିଲେ। ବିଳମ୍ବରେ ଚାଷ କାମ କରିଥିଲେ ମଧ୍ୟ ଫସଲ ଭଲ ହୋଇଥିଲା। ପ୍ରାଥମିକ ସେବା ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣି ଧାନ ଫସଲ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପରେ ଧାନକୁ କାଟି ଅମଳ କରିଥାନ୍ତେ। ମାତ୍ର ଦଇବ ଦାଉ ସାଧିଲା। ନଭେମ୍ବରର ଲଘୁଚାପ ବର୍ଷା ଧାନ ସବୁ ପାଣିରେ ବୁଡି ଗଜା ହୋଇଯାଇଥିଲା। ଏବେ ଯେତିକି ଧାନ ଥିଲା କାଟିବାକୁ ସଜବାଜ ହେବା ବେଳକୁ ଜୱାଦ ତାହାକୁ ଛଡାଇ ନେଇଛି। ଶୈଳେନ୍ଦ୍ରନଗରର ହରି ମଣ୍ଡଳ, ରଙ୍ଗଣୀର ବନବିହାରୀ ଜେନା ମଧ୍ୟ ସମାନ କଥା ଦୋହରାଇଛନ୍ତି। ପାଚିଲା ଧାନ ଫସଲ ପାଣିରେ ଲୋଟିକି ରହିଛି। କେବଳ ଏହି ଗାଁ ନୁହେଁ, ବ୍ଲକର ୨୯ ପଞ୍ଚାୟତର ପ୍ରାୟ ୪୦ ହଜାର ଚାଷୀ ପରିବାର ଅଦିନିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ଶହେ ପ୍ରତିଶତ ପାଚିଲା ଧାନ ଫସଲ ପାଚି ସାରିଛି। ବର୍ଷା ଯୋଗୁ ପାଚିଲା ପାଣିରେ ଉବୁଡୁବୁ ହେଉଛି। ବର୍ଷକର ଦାନା ସମ୍ପୂର୍ଣ୍ଣ ଉଜୁଡି ଯିବ। ରାଜନଗର ବ୍ଲକ ନଦୀ ନାଳ ଘେରା ଅଞ୍ଚଳ। ଏହି ବ୍ଲକର ୮୦ ପ୍ରତିଶତ ଲୋକ ଧାନ ଫସଲ ଚାଷ କରିଥାନ୍ତି। ବ୍ଲକ ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାରେ ୯୫ ପ୍ରତିଶତ ଚାଷୀ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭର କରିଥାନ୍ତି। ରାଜନଗର ବ୍ଲକରେ ଚଳିତବର୍ଷ ୨୨ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଚାଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?