ଜୱାଦ ନେଇଗଲା ବର୍ଷକର ଦାନା

ରାଜନଗର, ୮ା୧୨(ଡି.ଏନ.ଏ.):ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରାଜନଗର ବ୍ଲକ ଅଞ୍ଚଳର ଚାଷୀଙ୍କ ବର୍ଷକର ଦାନାକୁ ନଷ୍ଟ କରି ଦେଇଛି। ଚାଷୀକୁଳ ମୁଣ୍ଡରେ ଚଡକ ପକାଇଛି। ରାଜନଗରବାସୀ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ। ହସୁଥିବା ପାଚିଲା ଧାନ କ୍ଷେତ କେଉଁଠି ପାଣିରେ ବୁଡିଛି ତ, ଆଉ କେଉଁଠି ଗଜା ହୋଇଗଲାଣି। ଚଳିତବର୍ଷ ପ୍ରଥମେ ମରୁଡି ଯୋଗୁ ବିଳମ୍ବରେ ଚାଷ ହୋଇଥିଲେ ମଧ୍ୟ ଅଧିକ ଓ ଶୀଘ୍ର ଅମଳକ୍ଷମ ହାଇବ୍ରିଡ ବିହନ ଚାଷୀ ଚାଷ କରି ଭଲ ଫସଲ କରିଥିଲେ। ମାତ୍ର ନଭେମ୍ବରରେ ଲଘୁଚାପ ବର୍ଷା ଓ ଏବେ ଜୱାଦ ପ୍ରଭାବରେ ବର୍ଷା ଭାତହାଣ୍ଡିକୁ ଉଜାଡି ଦେଇଛି। କିପରି ଋଣ ଶୁଝିବୁ, ପରିବାର ପେଟରେ ବର୍ଷକ ଯାକ ଦାନା ଦେବୁ ସେ ନେଇ ଚାଷୀ ଚିନ୍ତାରେ ପଡିଛି।
ବ୍ଲକ ରଙ୍ଗଣୀ ପଞ୍ଚାୟତ ଭେକ୍ଟା ଗାଁର ମାଧବ ନାୟକ ୧୨ ଏକର ଜମିରେ ଖରିଫ ଧାନ ଚାଷ କରିଥିଲେ। ମରୁଡି ଯୋଗୁ ପାଣି ବୋହି ଧାନ ଚାଷ କରି ଖର୍ଚ୍ଚାନ୍ତ ହୋଇଥିଲେ। ଜମିରେ ଶୀଘ୍ର ଅମଳକ୍ଷମ ଧାନ ଚାଷ କରିଥିଲେ। ବିଳମ୍ବରେ ଚାଷ କାମ କରିଥିଲେ ମଧ୍ୟ ଫସଲ ଭଲ ହୋଇଥିଲା। ପ୍ରାଥମିକ ସେବା ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣି ଧାନ ଫସଲ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପରେ ଧାନକୁ କାଟି ଅମଳ କରିଥାନ୍ତେ। ମାତ୍ର ଦଇବ ଦାଉ ସାଧିଲା। ନଭେମ୍ବରର ଲଘୁଚାପ ବର୍ଷା ଧାନ ସବୁ ପାଣିରେ ବୁଡି ଗଜା ହୋଇଯାଇଥିଲା। ଏବେ ଯେତିକି ଧାନ ଥିଲା କାଟିବାକୁ ସଜବାଜ ହେବା ବେଳକୁ ଜୱାଦ ତାହାକୁ ଛଡାଇ ନେଇଛି। ଶୈଳେନ୍ଦ୍ରନଗରର ହରି ମଣ୍ଡଳ, ରଙ୍ଗଣୀର ବନବିହାରୀ ଜେନା ମଧ୍ୟ ସମାନ କଥା ଦୋହରାଇଛନ୍ତି। ପାଚିଲା ଧାନ ଫସଲ ପାଣିରେ ଲୋଟିକି ରହିଛି। କେବଳ ଏହି ଗାଁ ନୁହେଁ, ବ୍ଲକର ୨୯ ପଞ୍ଚାୟତର ପ୍ରାୟ ୪୦ ହଜାର ଚାଷୀ ପରିବାର ଅଦିନିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ଶହେ ପ୍ରତିଶତ ପାଚିଲା ଧାନ ଫସଲ ପାଚି ସାରିଛି। ବର୍ଷା ଯୋଗୁ ପାଚିଲା ପାଣିରେ ଉବୁଡୁବୁ ହେଉଛି। ବର୍ଷକର ଦାନା ସମ୍ପୂର୍ଣ୍ଣ ଉଜୁଡି ଯିବ। ରାଜନଗର ବ୍ଲକ ନଦୀ ନାଳ ଘେରା ଅଞ୍ଚଳ। ଏହି ବ୍ଲକର ୮୦ ପ୍ରତିଶତ ଲୋକ ଧାନ ଫସଲ ଚାଷ କରିଥାନ୍ତି। ବ୍ଲକ ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାରେ ୯୫ ପ୍ରତିଶତ ଚାଷୀ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭର କରିଥାନ୍ତି। ରାଜନଗର ବ୍ଲକରେ ଚଳିତବର୍ଷ ୨୨ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଚାଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri