ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହିଭଳି ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି। ପ୍ରକଳ୍ପ କାର୍ଯ୍ୟ ଗତବର୍ଷ ସରିବା ପାଇଁ ଚୁକ୍ତି ହୋଇଥିଲା। ଇତିମଧ୍ୟରେ ଚୁକ୍ତି ସମୟ ସରିବାର ଏକ ବର୍ଷ ବିତିବାକୁ ବସିଥିବା ବେଳେ ପ୍ରକଳ୍ପ କାମ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ସରିଛି। ଆହୁରି ପ୍ରାୟ ୬୦ ପ୍ରତିଶତ କାମ ବାକି ଅଛି ସରିବାକୁ। ଅନ୍ୟପଟେ ଅନେକ ଗ୍ରାମକୁ ଏବେବି ପାଇପ ଯୋଗେ ପାଣି ଯୋଗାଣ ହୋଇପାରିନାହିଁ।

ଏଥିସହ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ, ପଞ୍ଚାୟତରାଜ ବିଭାଗ ପକ୍ଷରୁ ଲୋକେ ବ୍ୟବହାର କରୁଥିବା ପାଣି ନିୟମିତ ପରୀକ୍ଷା କରାଯାଉନାହିଁ। କେବଳ କାଗଜକଲମରେ ହିଁ ପାଣିର ମାନ ଯାଞ୍ଚ ହେଉଥିବା ଅଭିଯୋଗ ହେଉଛି। ଏଥିସହ ଫଟା ପାଇପ ଗୁଡିକୁ ଯାଞ୍ଚ କରି ର୍ନିଦ୍ଧାରିତ ସମୟରେ ମରାମତି କରାଯାଉନାହିଁ। ତେଣୁ ଉକ୍ତ ଫଟା ପାଇପ ବାଟେ ଅନେକ ସମୟରେ ଦୁଷିତ ପାଣି ଘରକୁ ଯାଉଛି। ଲୋକେ ଉକ୍ତ ପାଣି ବ୍ୟବହାର କରି ଜଣ୍ଡିସ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଲୋକେ ପାଣି ଯୋଗୁ ରୋଗରେ ଆକ୍ରାନ୍ତ ହେଉଥିବା ଜାଣିପାରୁନାହାନ୍ତି । ପ୍ରଶାସନ ଯେତେବେଳ ଯାଞ୍ଚ କରୁଛି ସେତେବେଳେ ଜଣାପଡୁଛି ସମସ୍ୟା।

ଏହିଭଳି ଭଞ୍ଜନଗର ବ୍ଲକର ବଡକୋଦଣ୍ଡା, ଛେଦାଭୂମି, ଗୁଣ୍ଡିରିବାଡ଼ି ଭଳି କିଛି ଗ୍ରାମରେ ବିଗତ କିଛିବର୍ଷ ହେବ ବାରମ୍ବାର ଜଣ୍ଡିସ, ଝାଡ଼ାବାନ୍ତି ବ୍ୟାପୁଛି। ଗତବର୍ଷ ଉକ୍ତ ଗ୍ରାମ ଗୁଡ଼ିକରେ ଜଣ୍ଡିସ ଓ ଝାଡ଼ାବାନ୍ତି ବ୍ୟାପି ଏକାଧିକ ଲୋକ ମୃତ୍ୟୁବରଣ କରିଥିଲେ। ଏଥିସହ ବହୁ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ବିଗତ ଅନୁଭୂତିକୁ ଦେଖି ପ୍ରଶାସନ ସତର୍କ ହେବାକଥା। କିନ୍ତୁ ପ୍ରସାଶନ ଏଥିପ୍ରତି ଆଉ ଦୃଷ୍ଟି ଦେଇ ନ ଥିଲା। ତେଣୁ ଗତମାସରେ ବଡକୋଦଣ୍ଡା ଗ୍ରାମର ୬ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ଇତିମଧ୍ୟରେ ୪ ଜଣ ସୁସ୍ଥ ହୋଇଗଲେଣି। ଆଉ ଦୁଇଜଣ ଶିଶୁ ମଧ୍ୟ ଧିରେ ଧିରେ ସୁସ୍ଥ ହେଉଛନ୍ତି। କିନ୍ତୁ ବ୍ଲକ ପ୍ରଶାସନ ଏକ ମାସ ବିଳମ୍ବରେ ଜାଣିବା ପରେ ସୋମବାର ଉକ୍ତ ଗ୍ରାମ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ମଙ୍ଗଳବାର ଜିଲ୍ଲା ସୱାସ୍ଥ୍ୟ କମିଟି ସ୍ଥିତିର ସମୀକ୍ଷା କରିବା ସହ ପାଣି ପରୀକ୍ଷା ପାଇଁ ନେଇଛନ୍ତି। ଏଥିସହ ଗ୍ରାମରେ ଥିବା ସମସ୍ତ ନଳକୂପ ଗୁଡିକରେ ବ୍ଲିଚିଂ ପକାଯାଇଛି। ପାଇପ ଗୁଡ଼ିକ ମଧ୍ୟ ଯାଞ୍ଚ କରାଯାଇଛି । ଗତବର୍ଷ ଛେଦାଭୁମିରେ ଲୋକେ ଦୂଷିତ ପାଣି ବ୍ୟବହାର କରିବାରୁ ଜଣ୍ଡିସ ବ୍ୟାପିଥିଲା। ଏହାପରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ମାତ୍ର ଗୋଟିଏ ସାହିର ଗୋଟିଏ ପାଖ ପାଇପ ବିଛାଯାଇଥିଲା ପାଣି ଦେବାପାଇଁ। କିନ୍ତୁ ଉକ୍ତ ପାଇପ ବିଛାଇବାର ଇତିମଧ୍ୟରେ ଏକ ବର୍ଷ ବିତିବାକୁ ବସିଥିବା ବେଳେ ସେଥିରେ ପାଣି ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ। ଅନ୍ୟ ସାହି ଗୁଡିକୁ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ପାଇପ ବିଛାଯାଇନାହିଁ। ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗର ଏହିଭଳି ଅବହେଳାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏନେଇ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?