ବନ୍ଦ ହେଲା ଯାତ୍ରୀନିବାସ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର, ୪।୫ (ବ୍ୟୁରୋ):  କାର୍ଯ୍ୟରତ ଖବରଦାତାଙ୍କୁ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ୧୭୦ଜଣ ଖବରଦାତାଙ୍କୁ ଟିକା ଦିଆଯାଇଛି। ତେବେ ପ୍ରଥମ ଦିନ ହିଁ ଅତ୍ୟଧିକ ଗହଳି ହେବା ସହ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫଳରେ ଯାତ୍ରୀନିବାସଠାରେ ଆରମ୍ଭ ହୋଇଥିବା ଟିକାକରଣକୁ ବନ୍ଦ ରଖାଯାଇଛି। ଏଥିସହ ମଙ୍ଗଳବାରଠାରୁ ୟୁନିଟ-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଟିକାକରଣ କରିବାକୁ ଚିହ୍ନଟ କରାଯାଇଛି। କେବଳ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଖବରଦାତାମାନେ ହିଁ ସେଠାରେ କୋଭିଡ୍‌ ଟିକା ନେଇପାରିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୀମାରେ ଅନ୍ତର୍ଭୁକ୍ତ ଖବରଦାତାମାନେ ଟିକାକରଣ ପାଇଁ ଆଧାର କାର୍ଡ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ନେଇ ଆସିବାକୁ ସୂଚନା ଦିଆଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୯ଟା ୩୦ରୁ ଟିକା ଦିଆଯିବ। ଏହା ୩ଦିନ ଧରି ଚାଲୁ ରହିବ। ମଙ୍ଗଳବାର ସ୍ବାସ୍ଥ୍ୟ ବୀମା କାର୍ଡ ନମ୍ବର JC020292ରୁ JC020842, ବୁଧବାର JC020843ରୁ JC021393 ଓ ଗୁରୁବାର ଦିନ କାର୍ଡ ନମ୍ବର JC021394ରୁ JC021541 ଓ JC023621ରୁ JC023984ଙ୍କୁ ଟିକା ଦିଆଯିବ ବୋଲି ଡିଆଇପିଆର୍‌ଓ ସୂଚନା ଦେଇଛନ୍ତି। ତେବେ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ନ ଥିବା ଖବରଦାତାମାନଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୋମବାର ଭୁବନେଶ୍ୱର ଯାତ୍ରୀ ନିବାସରେ କାର୍ଯ୍ୟରତ ଖବରଦାତାଙ୍କୁ ଟିକା ପ୍ରଦାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ରବିବାର ରାତିରେ କୁହାଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ବିଏମ୍‌ସି ପକ୍ଷରୁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ନିଜ ଅନୁଷ୍ଠାନର ଗଣମାଧ୍ୟମ ପ୍ରତିନିଧିଙ୍କ ତାଲିକା ଦେବା ପାଇଁ କୁହାଗଲା। ୧୮ରୁ ୪୪ବର୍ଷ ମଧ୍ୟରେ ୧୦୦ ଏବଂ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ୫୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଟିକା ନେବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଥିଲେ। ସେହି ଅନୁସାରେ ସବୁ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ପ୍ରତିନିଧିଙ୍କ ତାଲିକା ବିଏମ୍‌ସିକୁ ଦେଲେ। କିନ୍ତୁ ମାତ୍ର ୧୩୮ଜଣ ଗଣମାଧ୍ୟମ ପ୍ରତିନିଧି ସୋମବାର ଟିକା ନେବାକୁ ସ୍ଲଟ ପ୍ରସ୍ତୁତ ହେଲା। ଏଥିଯୋଗୁ ଯାତ୍ରୀ ନିବାସରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ଥିଲେ। ତେବେ ସେଠାରେ ସ୍ଲଟରେ ନାମ ନ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ଟିକା ନେଉଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ସ୍ଲଟରେ ନାମ ଥିବା କେତେଜଣ ପ୍ରତିନିଧି ଟିକାକରଣରୁ ବଞ୍ଚତ୍ତ ହୋଇଥିଲେ। ପରେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନେ ହିଁ କେବଳ ଟିକା ନେଇପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri