Posted inଫୁରସତ

ଯାତ୍ରା ଯୋଡ଼ି: ଅଭିନୟ ଯେମିତି, ପ୍ରେମ କାହାଣୀ ସେମିତି…

ଯାତ୍ରାଜଗତରେ ଏମାନେ ବେଶ୍‌ ପରିଚିତ। ତାଙ୍କ ଅଭିନୟ ଯେମିତି ଦର୍ଶକଙ୍କ ମନ କିଣି ନେଇଛି, ତାଙ୍କ ପ୍ରେମ କାହାଣୀକୁ ନେଇ ସେମାନେ ସେମିତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କରି କଥା ତାଙ୍କରି ମୁହଁରେ …

ସୋନା- କେଦାର: ଓଡ଼ିଆ ଯାତ୍ରାଜଗତରେ ଯେଉଁ କେତେଜଣ ନୂଆ ନାୟିକା ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ସେମାନଙ୍କ ମଧ୍ୟରେ ସୋନାଲି ପାତ୍ର ଓରଫ ସୋନା ଅନ୍ୟତମ। ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ଜଣେ ଭଲ ଅଭିନେତ୍ରୀ ଭାବେ ଯାତ୍ରାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ସୋନା ତାଙ୍କର ପ୍ରେମ ଓ ବିବାହକୁ ନେଇ କୁହନ୍ତି, ‘ମୋର ମନେପଡୁଛି ୨୦୧୭ ମସିହାରେ ଏକ ପାରିବାରିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯାଇଥିଲି। ସେଠାରେ କେଦାର ଯାଦବଙ୍କ ସହ ଦେଖାହୋଇଥିଲା। ସେଇଠୁ ହିଁ ପ୍ରେମ ଆରମ୍ଭ ହୋଇଥିଲା କହିଲେ ଚଳେ। ସେତେବେଳେ ଏକ ଘରୋଇ ବ୍ୟାଙ୍କରେ କର୍ମଚାରୀଭାବେ କାର୍ଯ୍ୟ କରୁଥିଲି। ତା’ ପରେ ୨୦୧୯ରେ ବିବାହ ହେଲା। ମାତ୍ର ଯାତ୍ରା ପ୍ରତି ଦୁର୍ବଳତା ଥିବାରୁ ତାଙ୍କ ସହଯୋଗରେ ଅଭିନୟ ଦୁନିଆରେ ପାଦଦେଲି। ପ୍ରଥମେ ଯାତ୍ରା ‘ମାୟାନଗରୀ’ରେ ନିଜର କ୍ୟାରିୟର ଆରମ୍ଭ କରିଥିଲି ଜଣେ ମଞ୍ଚଉପସ୍ଥାପିକା ଭାବରେ। କଳାରେ ଦର୍ଶକଙ୍କୁ ବାନ୍ଧି ରଖିବା ଯୋଗୁ ଲୋକପ୍ରିୟତା ଅର୍ଜନ କରିଥିଲି। ଏବେ ‘ପାର୍ବତୀ’ରେ ନାୟିକାଭାବେ ଅଭିନୟ କରୁଛି। କଥାଦିଅ ମୋତେ କରିବନି ପର, ଦେଲେ ଧରା କଥା ସରେ, ନିଜେ ନିଜର ରାମାୟଣ, ଧନପାଖେ ମନ ବନ୍ଧା ପଡ଼ିଛି ଆଦି ଏକାଧିକ ନାଟକରେ ଅଭିନୟ କରିସାରିଲିଣି। ସେହିପରି ସୋନାଙ୍କ ସ୍ବାମୀ ତଥା ଯାତ୍ରା ଜଗତର ଅନ୍ୟତମ ଉପସ୍ଥାପକ ଓ ହାସ୍ୟ ଅଭିନେତା କେଦାର ଯାଦବ (କେ.କେ) କୁହନ୍ତି, ୨୦୦୪ରେ ଯାତ୍ରାକୁ ଆସିଛି। ଗାଁରେ ମା’ ମଙ୍ଗଳା ଯୁବପରିଷଦ ଦ୍ୱାରା ଡ୍ରାମା ହେଲେ ସେଥିରେ ଅଭିନୟ କରୁଥିଲି। ସେବେଠାରୁ ଯାତ୍ରାଜଗତ ପ୍ରତି ନିଶା ଘାରିଥିଲା। ପ୍ରଥମେ ତାରପୁର ଅପେରାରେ ଯୋଗ ଦେଇଥିଲି। ଏକ ପାରିବାରିକ ଉତ୍ସବରେ ପ୍ରଥମେ ସୋନାଙ୍କ ସହିତ ଦେଖା ହୋଇଥିଲା। ସେଠାରେ ତାଙ୍କୁ ମଁୁ ପସନ୍ଦ କରିଥିଲି। ତା’ ପରେ ଆମର ବିବାହ ହୋଇଥିଲା। ପରସ୍ପର ହସଖୁସିରେ ଚଳୁଛୁ। ଯାତ୍ରାରେ ମୁଁ ଜଣେ ହାସ୍ୟ ଅଭିନେତା ଓ ମଞ୍ଚ ଉପସ୍ଥାପକ । ବେଶ୍ୟାପାଳୁଛି ସାବିତ୍ରୀବ୍ରତ ନାଟକରେ ମୋ ହାସ୍ୟ ଅଭିନୟଟି ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଏମିତିରେ ଯାତ୍ରାରେ ପ୍ରାୟ ୧୭ବର୍ଷ ବିତିସାରିଲାଣି। ସୋନା ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ଏବେ ପାର୍ବତୀରେ ଆମେ ରହିଛୁ।

ବୈକୁଣ୍ଠ-ବାସନ୍ତୀ: ଯାତ୍ରା ଜଗତର ଅନ୍ୟତମ ବରିଷ୍ଠ ଚରିତ୍ର ଅଭିନେତା ବୈକୁଣ୍ଠ ବାରେକ୍‌ ଯିଏ କି ବିକ୍ରମ କେଶରୀ ଜଗଦ୍ଦେବ ଭାବେ ପରିଚିତ ଏବଂ ବାସନ୍ତୀ ବାରେକ୍‌ ସାବି ଭାଉଜ ଭାବେ ପରିଚିତ। ଏହି ସଫଳ ଯୋଡ଼ିଙ୍କର ଯାତ୍ରା ଜଗତରେ ହିଁ ପ୍ରେମ ସୃଷ୍ଟି ହୋଇଥିଲା। ଏମିତିରେ ଉଭୟେ ପରସ୍ପରକୁ ଭଲପାଇବସିଲେ। ଆଉ ତା’ପରେ ବିବାହ ହେଲା। ତାଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ବାଧାବିଘ୍ନ ଆସିଥିଲେ ବି ସେମାନେ ଅଟକି ଯାଇ ନାହାନ୍ତି। ସବୁ ଈଶ୍ୱରଙ୍କ ଇଚ୍ଛାରେ ହୁଏ ବୋଲି ଗ୍ରହଣ କରି ନେଇଛନ୍ତି। ଏ ସମ୍ପର୍କରେ ବୈକୁଣ୍ଠ କୁହନ୍ତି, ପିଲାଟିବେଳୁ ସ୍କୁଲରେ ଡ୍ରାମା କରୁଥିଲି। ମୋର ଯାହା ମନେପଡ଼ୁଛି ପ୍ରାୟ୧୯୮୦ ମସିହାରୁ ପ୍ରଥମେ ହରପାର୍ବତୀ ଅପେରାରେ ଯୋଗ ଦେଇଥିଲି। ସମୟକ୍ରମେ ଶିବାନୀରେ ରହିଲି। ସେତେବେଳେ ବାସନ୍ତୀ ଏହି ପାର୍ଟିରେ ଅଭିନୟ କରୁଥିଲେ। ପରସ୍ପର ପ୍ରତି ଭଲପାଇବା ସୃଷ୍ଟି ହେଲା। ତେବେ ଯାତ୍ରାରେ ପ୍ରାୟ ୪୨ବର୍ଷ ମଧ୍ୟରେ ଏଯାଏ ଶତାଧିକ ନାଟକରେ ଅଭିନୟ କରିସାରିଲିଣି। ପ୍ରଥମେ କେତୋଟି ବହିରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲି କିନ୍ତୁ ଗୁରୁଭାଇମାନେ ମୋ ଅଭିନୟ ଦେଖିଲା ପରେ ମୋତେ କହିଲେ ଭାଇ ଏହି ଚରିତ୍ର ବ୍ୟତୀତ ଅନ୍ୟକିଛି ଚରିତ୍ର କରିହେବନି ? ତାଙ୍କର କଥାରେ ସେବେଠାରୁ କେବଳ ଚରିତ୍ର ଅଭିନୟକୁ ଆପଣେଇଛି। ସମୟକ୍ରମେ ତୁଳସୀ, ଶିବାନୀ, ତ୍ରିରଙ୍ଗା, କଳିଙ୍ଗ, ପାର୍ବତୀ, ଧଉଳି ଆଦି ଅପେରାରେ ଯାତ୍ରା ଜୀବନ ବିତାଇଛି। ଅଭିନୟ କରିଥିବା ବହିଗୁଡ଼ିକ ମଧ୍ୟରେ ମୋ ପେଁକାଳି ବଜେଇ ଦେ, ବାଜୁନି ମୁରଲୀ ନାଚୁଛି ରାଧା, ବଉଳଲୋ ମୋର ବର ଆସୁଛି, ବାଜେ ଝିଅକୁ ବାହାହେବି, ନିଜେ ପୋଛି ଦେଲି ନିଜ ସିନ୍ଦୂର, କାନିରେ ପଡ଼ିଛି ଗଣ୍ଠି ଆଦି ରହିଛି। ବିଶେଷକରି ମୋତେ ଯାତ୍ରା ଦୁନିଆରେ ବିକ୍ରମକେଶରୀ ଜଗଦ୍ଦେବ ଭାବେ ସମସ୍ତେ ଜାଣନ୍ତି। କାରଣ ଶିବାନୀ ଗଣନାଟ୍ୟର ‘ମୋ ପେଁକାଳି ବଜେଇ ଦେ’ ମୋତେ ପରିଚୟ ଦେଇଥିଲା। ସେହିପରି ବାସନ୍ତୀ କୁହନ୍ତି, ସ୍କୁଲ ଡ୍ରାମାରେ ଅଭିନୟ କରୁଥିଲି। ଜଳନ୍ଧର ବଧରେ ବୃନ୍ଦାବତୀ ଭୂମିକାରେ ଅଭିନୟ କରିଛି। କିନ୍ତୁ ପରିବାରର ଆର୍ଥତ୍କ ସ୍ଥିତି ସେତେ ଭଲ ନ ଥିଲା। ମାତ୍ର ମୋ ମନରେ ଅଭିନୟ ପ୍ରତି ଦୁର୍ବଳତା ଥିଲା। ସମୟ କ୍ରମେ ଯାତ୍ରା ଜଗତକୁ ଆସିଲି। ସତ ରହିଗଲା ପଥର ଘରେ, ବାଜୁନି ମୁରଲୀ ନାଚୁଛି ରାଧା। ଓଢ଼ଣି ଖୋଲିବୁ ଧୀରେ ଧୀରେ। ତ୍ରାହି ଲକ୍ଷ୍ମଣ, ରାତିର ରାଣୀ ଆଦିରେ ଅଭିନୟ କରିଛି। ପୁଣି ‘ମୋ ପେଁକାଳି ବଜେଇ ଦେ’ରେ ଭାଉଜ ସାବି ଚରିତ୍ରରେ ଅଭିନୟ କରିଥିଲି। ଏଯାଏ ପ୍ରାୟ ୮୦ ପାଖାପାଖି ନାଟକରେ ଅଭିନୟ କରିସାରିଲିଣି। ନିଜ ବିବାହକୁ ନେଇ ବାସନ୍ତୀ କୁହନ୍ତି, ‘ଆମର ଭଲ ପାଇବା ଦୁହିଁଙ୍କ ଆଡୁ ହୋଇଥିଲା। ଆଉ ସମୟକ୍ରମେ ବିବାହ ହେଲା। ମୋର ଦୁଇ ପୁଅ ଗୋଟିଏ ଝିଅ । ସାନପୁଅ ପାଠ ପଢୁଛି। ଝିଅର ବିବାହ ସରିଗଲାଣି। ବଡ଼ପୁଅ ଚାକିରି କରିଛି। କିନ୍ତୁ ଆମେ ଦୁଇଜଣ ଯାତ୍ରାରେ ରହିଛୁ । ପରିବାର ସହ ସୁସମ୍ପର୍କ ରହିଛି ।
-ବନବିହାରୀ, ଅଭିରାମ


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri