ରାସ୍ତାକଡ଼ରେ ଚା’ ବିକୁଛନ୍ତି ଯାତ୍ରା କଳାକାର

ପଦ୍ମପୁର, ୬ା୮(ଡି.ଏନ୍‌.ଏ.): ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼ୁଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାର ଓ କଳାକାରମାନେ ପେଟକୁ ଦାନା ପାଉନାହାନ୍ତି। ଯାତ୍ରା, ପାଲା, ଦାସକାଠିଆ, ନୃତ୍ୟ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବା କଳାକାରମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମରେ। ଯାତ୍ରା ତ୍ରିରଙ୍ଗାରୁ କଳାକାର ଜୀବନ ଆରମ୍ଭ କରିଥିବା ଏହି ଗ୍ରାମର ରୁନୁ ମହାପାତ୍ର ଏବେ ଜଣେ ଆଗଧାଡ଼ିର କଳାକାର। କୋଣାର୍କ ଗଣନାଟ୍ୟରେ ୨୦୦୨ ରୁ ୨୦୧୯ ଦୀର୍ଘ ୧୭ ବର୍ଷର ଅଭିନୟ ଜୀବନରେ ଡ୍ୟାନ୍ସଠାରୁ ହାସ୍ୟ ଅଭିନେତ୍ରୀ ଭାବରେ ସେ ବେଶ ପରିଚିତ। କୋଣାର୍କ ଗଣନାଟ୍ୟର ବଦ୍‌ନାମ ହେଲି ତୋରି ପାଇଁ, କାଇଁଚ ମାଳି, ବ୍ରହ୍ମ ଚଣ୍ଡାଳ, ଆଖି ଅବୁଝାକୁ ଲୁହ ଅବୁଝା, ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ଦେଖିଥିବା ଦର୍ଶକ ରୁନୁଙ୍କର ନାଚ ଓ କମେଡ଼ି ଭୁଲି ପାରିବେନି। ତେବେ କରୋନା ମହାମାରୀ ଆରମ୍ଭ ହେବା ପରେ ଯାତ୍ରା ପରିବେଷଣ ବନ୍ଦ ହେବାରୁ ସେ ଫେରିଛନ୍ତି ନିଜ ଘରକୁ। ଘରେ ଭିନ୍ନକ୍ଷମ ବାପା ନିଶିକାନ୍ତ ରାଉତ ଓ ଅସୁସ୍ଥ ମା’ ତପତି। ସେମାନଙ୍କର ଔଷଧ ଖର୍ଚ୍ଚ ସହ ଦୁଇ ଓଳି ଖାଇବାର ଚିନ୍ତା। ଶେଷରେ ବାଛି ନେଲେ ରାସ୍ତାକଡ଼ରେ ପଲିଥିନ ଟାଣି ଏକ ଛୋଟ ଚା ଦୋକାନ ସହ ତେଲଭାଜି ଓ ବିସ୍କୁଟ ବିକିବା ପାଇଁ। ଦୈନିକ ୨୦୦ରୁ ୩୦୦ ଟଙ୍କା ରୋଜଗାର କରି ବାପା, ମା, ସ୍ବାମୀ ଓ ଛୋଟ ଝିଅର ଭରଣ ପୋଷଣ କରୁଛନ୍ତି। ସ୍ବାମୀ ଲିଟୁ ଯାତ୍ରା କଳାକାରମାନଙ୍କର ପରିଚାଳନା କରୁଥିବା ବେଳେ କାମ ବନ୍ଦ ଯୋଗୁଁ ସେ ମଧ୍ୟ ରୁନୁଙ୍କୁ ଦୋକାନରେ ସହଯୋଗ କରୁଛନ୍ତି। ଯେଉଁ କଳାକାରମାନଙ୍କୁ ଦେଖିବା ପାଇଁ ଦର୍ଶକମାନେ ଶହ ଶହ ଟଙ୍କାର ଟିକେଟ୍‌ କିଣି ଲମ୍ବାଧାଡ଼ି ଲଗାଉଥିଲେ ସେମାନେ ଏବେ ଫୁଟ୍‌ପାଥରେ ସ୍ବଳ୍ପ ରୋଜଗାରରେ ନିଜର ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ସରକାର ସହାୟତାର ହାତ ନ ବଢ଼ାଇଲେ କଳାକାରମାନଙ୍କର ବଞ୍ଚତ୍ବା ଦୁର୍ବିସହ ହୋଇପଡ଼ିବ ବୋଲି ରୁନୁ ନିଜର ପ୍ରତିକ୍ରିୟା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri