Posted inଖେଳ

ବୁମ୍‌ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା

ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍‌ ହୋଇଛି। କିନ୍ତୁ ଭାରତୀୟ ବୋଲର୍‌ ଜସପ୍ରୀତ ବୁମ୍‌ରା ସମସ୍ତଙ୍କୁ ବଲରେ ନୁହେଁ ବରଂ ବ୍ୟାଟ ଦ୍ୱାରା ଆଶ୍ଚର୍ଯ୍ୟ କରିଥିଲେ। ଏକ ସମୟରେ ଟିମ ଇଣ୍ଡିଆ ୨୦୦ରେ ପହଞ୍ଚି ପାରିବ ବୋଲି କେହି ଭାବି ନ ଥିଲେ। କିନ୍ତୁ ବୁମ୍‌ରା ଶେଷରେ ଆସି ବଡ଼ ସଟ ଖେଳି ଭାରତକୁ ୨୦୦ରୁ ଅଧିକ ନେଇଥିଲେ। ଏହି ସମୟରେ, ବୁମ୍‌ରା କାଗିସୋ ରାବାଡାର ଏକ ଓଭରରେ ଦୁଇଟି ଚୌକା ଏବଂ ୧ ଛକା ସହିତ ମୋଟ ୧୪ ରନ କରିଥିଲେ।
ଭାରତର ଇନିଂସର ୬୨ ତମ ଓଭର ରାବାଡା ବୋଲିଂ କରିଥିଲେ। ସେହି ଓଭରରେ ବୁମ୍‌ରା ଆକ୍ରମଣାତ୍ମକ ବ୍ୟାଟିଂ କରି ୬ଟି ବଲରୁ ମୋଟ ୧୪ ରନ ନେଇଥିଲେ। ବୁମରାଙ୍କୁ ଦେଖି ରାବାଡା ମଧ୍ୟ ଚକିତ ହୋଇଯାଇଥିଲେ। ସମାନ ଓଭରର ତୃତୀୟ ବଲରେ ବୁମରା ଏକ ହୁକ ସଟ ଖେଳି ଛକା ମାରିଥିଲେ। ବୁମରା ନିଜେ ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ ସଟ ଖେଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ା ରାବାଡାର ଫାଷ୍ଟ ବାଉନ୍ସର୍‌ ବୁମ୍‌ରା ଛକା ମାରିଥିଲେ, ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନଙ୍କୁ ମଧ୍ୟ କରତାଳି ଦେଉଥିବାର ନଜର ଆସିଥିଲେ। ବୁମରାଙ୍କ ଛକା ଦେଖି ସେ ହସିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

https://twitter.com/LoduLal02410635/status/1478003655290732544


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri