Posted inଖେଳ

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସ ୨୨୩ରେ ସମାପ୍ତ ହେବା ପରେ ଭାରତୀୟ ଟିମ୍‌ ବୋଲିଂ କରି ଘରୋଇ ଦଳକୁ ଅଡ଼ୁଆରେ ପକାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏଣୁ ଭାରତ ୧୩ ରନ୍‌ରେ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲା। ବୋଲରଙ୍କ ମଧ୍ୟରେ ଷ୍ଟାର ପେସର ଯଶପ୍ରୀତ ବୁମ୍‌ରା ୫ ଉଇକେଟ ସଫଳତା ପାଇଥିଲେ। ବିଶେଷକରି ବୁମ୍‌ରା ମାର୍କୋ ଜାନସେନଙ୍କୁ ଯେଉଁଭଳି ଭାବେ ଆଉଟ୍‌ କରିଥିଲେ ତାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦ୍ୱିତୀୟ ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇଥିବା ବୁମ୍‌ରା ତୃତୀୟ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସପ୍ତମ ଥର ପାଇଁ ଟେଷ୍ଟ କ୍ରିକେଟରେ ୫ ଉଇକେଟ ନେବାର ଗୌରବ ସେ ଅର୍ଜନ କରିଥିଲେ। ଏହି ସମୟରେ ବୁମ୍‌ରାଙ୍କ ତୃତୀୟ ଉଇକେଟ ଥିଲେ ମାର୍କୋ। ସେ ବଲ୍‌କୁ ବୁଝି ନ ପାରି ବୋଲ୍ଡ ହୋଇଥିଲେ। ଏହାପରେ ବୁମ୍‌ରା ନିଜର ଖୁସିକୁ ଭିନ୍ନ ଭାବେ ଜାହିର କରିଥିଲେ। ଏହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

କହିରଖୁଛୁ, ଏହି ସିରିଜରେ ପୂର୍ବରୁ ବୁମ୍‌ରାଙ୍କ ସହ ମାର୍କୋଙ୍କ କଥା କଟାକଟି ଦେଖିବାକୁ ମିଳିଥିଲା। ଏବେ ଭାରତୀୟ ବୋଲର୍‌ ବୋଧହୁଏ ସେହି ରାଗର ଜବାବ ଦେଇଛନ୍ତି ବୋଲି କୁହାଯାଉଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ପ୍ରସିଦ୍ଧ ଖେଳାଳି

ବିଶ୍ୱ ଗଲ୍‌ଫର ସବୁଠୁ ବଡ଼ ନାମ ଟାଇଗର ଉଡ୍ସ। ଏହି ପ୍ରସିଦ୍ଧ ଖେଳାଳି ଏକଦା ୧୨୧ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ଆଡୁ...

୧୫ ବର୍ଷରୁ କମ୍‌ ଫୁଟ୍‌ବଲ: ଭାରତକୁ ‘ସାଫ୍‌’ ଟାଇଟଲ

କଲ୍ୟାଣୀ, ୧।୯ (ପି.ଟି.)-ନେପାଳକୁ ୭-୦ ଗୋଲରେ ପରାସ୍ତ କରି ଭାରତ ୧୫ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ ଟାଇଟଲ ହାସଲ...

ଇଣ୍ଡିଆନ ସୁପର ଲିଗ୍‌: କେରଳ- ଗୋଆ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର କେରଳ ବ୍ଲାଷ୍ଟର୍ସ ଓ ଏଫ୍‌ସି ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ...

ଆଇପିଏଲ୍‌ରେ ଇତିହାସ ରଚିଲେ ଏହି ବୋଲର୍‌

ଦୁବାଇ,୭।୧୦:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପେସର୍‌ ହର୍ଷଲ ପଟେଲ ଆଇପିଏଲ -୨୦୨୧ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏପର୍ଯ୍ୟନ୍ତ ଏକ ଲିଗ ସିଜନରେ ସର୍ବାଧିକ ଉଇକେଟ...

ଫୁଟ୍‌ବଲ ଖେଳିବେ ସିମେନ୍ୟା

ଜୋହାନ୍ସବର୍ଗ ୭ା୯ (ଏଏଫ୍‌ପି)-ଦୁଇ ଥର ଅଲିମ୍ପିକ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ କାଷ୍ଟର ସିମେନ୍ୟା ଦକ୍ଷିଣ ଆଫ୍ରିକାର ଏକ ମହିଳା ଫୁଟ୍‌ବଲ ଟିମ୍‌ରେ ଯୋଗ ଦେଇଛନ୍ତି।...

ମନ୍‌ଦୀପ ସିଂଙ୍କୁ କରୋନା

ନୂଆଦିଲ୍ଲୀ,୧୧ା୮(ପି.ଟି.)-ଭାରତୀୟ ହକି ଟିମ୍‌ ଫରଓ୍ବାର୍ଡ ମନ୍‌ଦୀପ ସିଂଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ଆସିଛି। କରୋନରେ ସଂକ୍ରମିତ ହେବାରେ ସେ ୬ଷ୍ଠ ଜାତୀୟ ଖେଳାଳି। ସ୍ପୋଟର୍‌ସ ଅଥରିଟି...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ...

ବିରାଟ କୋହଲିଙ୍କ ବଢିଲା ଟେନସନ୍‌

ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ...

Advertisement
Archives

Model This Week