Posted inଖେଳ

୨୦ ବଲ୍‌ରେ ୧୧୨ ରନ୍‌ର ବିସ୍ଫୋରକ ଇଂନିସ ଖେଳିଲେ ଏହି କ୍ରିକେଟର୍‌

ମସ୍କଟ,୧୦।୯: ଭାରତୀୟ ମୂଳ ଜସକରଣ ମାଲହୋତ୍ରା ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ଟି ବଲ୍‌ରେ ୬ଟି ଛକା ମାରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ହର୍ସେଲ ଗିବ୍ସଙ୍କ ପରେ ଦିନିକିଆରେ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଆମେରିକାରୁ ଖେଳୁଥିବା ଜସକରଣ ପାପୁଆ ନ୍ୟୁ ଗିନି ବିପକ୍ଷରେ ୫୦ତମ ଓଭରରେ ଏହି ସଫଳତା ହାସଲ କରିଥିଲେ। ସେ ୧୭୩ ର ଇନିଂସରେ ୧୬ ଛକା ଓ ୪ ଚୌକା ମାରିଥିଲେ। ଅର୍ଥାତ୍‌ ସେ ୨୦ ବଲରେ ୧୧୨ ରନ ସଂଗ୍ରହ କରିଥିଲେ।
ମୂଳତଃ ପଞ୍ଜାବରୁ ଆସିଥିବା ୩୧ ବର୍ଷୀୟ ଜସକରଣଙ୍କ ଏହା ହେଉଛି ସପ୍ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌। ଏହି ମ୍ୟାଚ ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ୧୮ ରନ ଥିଲା। ସେ ଦ୍ରୁତ ବୋଲର ଗାଉଡିଡି ଟୋକାଙ୍କ ଓଭରରେ ଏହି ପ୍ରଦର୍ଶନ କରିଥିଲେ। ସେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୧୨୪ ବଲର ସମ୍ମୁଖୀନ ହୋଇଥିଲେ। ଏହି ମ୍ୟାଚ୍‌ରେ ପ୍ରଥମ ଖେଳି ଆମେରିକା ୯ ଉଇକେଟ ହରାଇ ୨୭୧ ରନ ସଂଗ୍ରହ କରିଥିଲା।
ଜସକରନ ମାଲହୋତ୍ରା ପୂର୍ବରୁ ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ ଦିନିକିଆ କ୍ରିକେଟରେ ୬ ବଲ୍‌ରୁ ୬ ଛକା ମାରିଥିଲେ। ୨୦୦୭ରେ ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ ସମୟରେ ସେ ଏହା କରିଥିଲେ। ଏଥି ସହିତ, ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ୨୦୦୭ ଟି -୨୦ ବିଶ୍ୱକପରେ ୬ ବଲ୍‌ରୁ ୬ ଛକା ମାରିଥିଲେ। ସେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଛକା ମାରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ୱେଷ୍ଟଇଣ୍ଡିଜ କିରନ ପୋଲାର୍ଡ ଶ୍ରୀଲଙ୍କା ବିପକ୍ଷ ଟି -୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ।
ଏହି ମ୍ୟାଚ ପୂର୍ବରୁ ଜସକରନ ସିଂ ୬ଟି ଦିନକିଆ ଏବଂ ୬ ଟି -୨୦ ଅନ୍ତର୍ଜାତୀୟ ଖେଳିଥିଲେ। କିନ୍ତୁ ସେ ଉଭୟ ଫର୍ମାଟରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri