Odisha Elections 2024

୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ

ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍‌ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର ଭୁଶୁଡ଼ିବା, ରାସ୍ତା ଭୁଶୁଡ଼ିବା ଏବଂ ସୁନାମିର ଚେତାବନୀ ଦିଆଯାଇଥିଲା।
ତେବେ ବର୍ତ୍ତମାନ ‘ମେଜର ସୁନାମି ଚେତାବନୀ’କୁ’ ସୁନାମି ଚେତାବନୀ’କୁ ଡାଉନଗ୍ରେଡ କରାଯାଇଛି। ସୁନାମି ରେକର୍ଡ ହୋଇଥିବାରୁ ବାସିନ୍ଦାଙ୍କୁ ସେମାନଙ୍କ ଘର ଛାଡିବାକୁ କୁହାଯାଇଛି।
ଜାପାନ ସାଗର ନିକଟରେ ରହୁଥିବା ହଜାର ହଜାର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଭୂକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଲୋକମାନେ ଅସୁବିଧାରେ ଅଛନ୍ତି ଏବଂ ବହୁତ ଭୟଭୀତ ଅଛନ୍ତି। ସ୍ଥାନୀୟ ସମୟ ପ୍ରାୟ ୪ଟା ଠାରୁ କେନ୍ଦ୍ରୀୟ ଜାପାନରେ ଡଜନେ ଛୋଟ ଭୂକମ୍ପ ଅନୁଭୂତ ହୋଇଛି ଏବଂ ଏହା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଇଶିକାୱା ନୋଟୋ ଅଞ୍ଚଳର ୱାଜିମା ଠାରୁ ୩୦କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ୩୭.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୩୭.୨ ଡିଗ୍ରୀ ପୂର୍ବ ଦ୍ରାଘିମା ଥିଲା। ଏହି ଅଞ୍ଚଳରେ ବଡ଼ ଭୂକମ୍ପ ହେବାର ଆଶଙ୍କା ରହିଛି। ପାଣିପାଗ ଏଜେନ୍ସି ଅନୁଯାୟୀ ଏହାର ଗଭୀରତା ବହୁତ କମ ଥିଲା।
ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନୋଟୋ ଉପଦ୍ୱୀପରେ ନାନାଓରେ ଦୁଇ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ହନସୁ ଦ୍ୱୀପରେ ଥିବା ଉପକୂଳବର୍ତ୍ତୀ ଇଶିକାୱା ପ୍ରିଫେକ୍ଟରର ୱାଜିମାରେ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକାରେ ଅତି କମରେ ଅନ୍ୟ ୬ଜଣ ଫସି ରହିଥିବା କୁହାଯାଉଛି। ଏହି ଭୂକମ୍ପ ପରେ ସହରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନ୍ୟାନ୍ୟ ପୌରସଂସ୍ଥାରେ ଘର ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri