ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୦ ଜଣ ଆହତ ହୋଇଛନ୍ତି।

ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଶନିବାର ଅପରାହ୍ନ ୧.୮ରେ କ୍ୟୁସୁ ଦ୍ୱୀପରୁ ସୃଷ୍ଟି ହୋଇଥିଲା। ଏହା ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। ଭୂକମ୍ପର ତୀବ୍ରତା ଭୟଙ୍କର ଅନୁଭୂତ ହୋଇଛି। ଓଟା,
ମିୟାଜାକି, କୋଚି ଏବଂ କୁମାମୋଟୋର ଏହାର ତୀବ୍ରତା ଅଧିକ ଥିଲା।

ସୂଚନାନୁଯାୟୀ, ମିୟାଜାକିରେ କମ୍ପନ ଯୋଗୁ ୪ ଜଣ ଆହତ ହୋଇଛନ୍ତି। ଏଥିସହ ଓଟାରେ ୬ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସାଗା ଏବଂ କୁମାମୋଟୋରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି।...

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। ଏବେ ସେ ବାହାର ଦୁନିଆକୁ...

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି...

୨୦୧୫ରୁ ୨୦୨୨ ସର୍ବାଧିକ ଉତ୍ତପ୍ତ

ଓ୍ବାଶିଂଟନ,୭।୧୧: ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ଓ୍ବାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏମ୍‌ଓ)...

ଖେବର ପାଖ୍ଟନଖୱାରେ ବିସ୍ଫୋରଣ: ଏଯାଏ ୫୦ ଜଣଙ୍କ ମୃତ୍ୟୁ, ୧୫୦ ଆହତ

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏକ ବଡ଼ ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିବା କୁହାଯାଉଛି। ରବିବାର ଏକ ସମ୍ମିଳନୀ...

ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ...

ସୁଯୋଗ ଛାଡ଼ିବା ଚାଇନାକୁ ମହଙ୍ଗା ପଡ଼ିଲା

ବେଜିଂ,୧୯ା୨(ଏଏଫ୍‌ପି): କରୋନା ଭୂତାଣ ସଂକ୍ରମଣ ରୋକିବା ଦିଗରେ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା କରିବା ଚାଇନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ସେଠାରେ...

Advertisement
Archives

Model This Week