ନିଶା ଦେଇ ୫୦ ମହିଳାଙ୍କୁ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ମିଳିଲା ୩,୦୦୦ ଭିଡିଓ, ଫଟୋ

ଟୋକିଓ, ୨୩।୫: ଜାପାନରେ ଜଣେ ଟ୍ୟାକ୍ସି ଡ୍ରାଇଭର ମହିଳା ଯାତ୍ରୀଙ୍କୁ ଔଷଧ ଦେଇ ଅଚେତ କରି ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଏହି ବ୍ୟକ୍ତି ପ୍ରାୟ ୫୦ ଜଣ ମହିଳାଙ୍କୁ ଯୌନ ନିର୍ଯାତନା କରିଥାଇପାରନ୍ତି।

ଟୋକିଓ ପୋଲିସ ଅନୁସାରେ, ୫୪ ବର୍ଷୀୟ ଏହି ବ୍ୟକ୍ତି ଗତ ବର୍ଷ ଜଣେ ୨୦ ବର୍ଷରୁ ଅଧିକ ବୟସ୍କ ଯୁବତୀଙ୍କୁ ଔଷଧ ଦେଇ ଅଚେତ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କେଶରେ ନିଦ ଔଷଧର ଚିହ୍ନ ମିଳିଛି।

ପୋଲିସ ସୂତ୍ରରୁ ଏଏଫପି ରିପୋର୍ଟ ଅନୁଯାୟୀ, “ସେ ଜଣେ ମହିଳାଙ୍କୁ, ଯିଏ ତତ୍କାଳୀନ ସମୟରେ ୨୦ ବର୍ଷରୁ ଅଧିକ ବୟସ୍କ ଥିଲେ, ନିଦ ଔଷଧ ଖାଇବାକୁ ଦେଇ ଅଚେତ କରିଥିଲେ, ତାଙ୍କୁ ନିଜ ଘରକୁ ନେଇ ବଳାତ୍କାର କରିଥିଲେ ଏବଂ ତାହାର ଭିଡିଓ ରେକର୍ଡ କରିଥିଲେ।”

ଦି ୟୋମିଉରି ଶିମ୍ବୁନ ଏବଂ ଜିଜି ପ୍ରେସ ଭଳି ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି ଯେ ତଦନ୍ତକାରୀମାନେ ଅଭିଯୁକ୍ତଙ୍କ ଡିଭାଇସରୁ ପ୍ରାୟ ୩,୦୦୦ ଭିଡିଓ ଏବଂ ଫଟୋ ଉଦ୍ଧାର କରିଛନ୍ତି।

ଏହି ଫୁଟେଜ, ଯେଉଁଥିରେ ସେ ତାଙ୍କ ଟ୍ୟାକ୍ସି କିମ୍ବା ଘରେ ମହିଳାମାନଙ୍କୁ ଯୌନ ନିର୍ଯାତନ କରୁଥିବା ଦୃଶ୍ୟ ଥିଲା। ତେବେ ଏହି ବ୍ୟକ୍ତି ଜଣକ ୨୦୦୮ ରୁ ଏପରି କାର୍ଯ୍ୟ କରୁଥିଲେ ବୋଲି ଜଣା ପଡିଛି।

ଏହି ଅଭିଯୁକ୍ତଙ୍କୁ ପୂର୍ବରୁ ଅକ୍ଟୋବର ମାସରେ ଅନ୍ୟ ଜଣେ ମହିଳାଙ୍କୁ ଔଷଧ ଦେଇ ଅଚେତ କରି ୪୦,୦୦୦ ଜାପାନୀ ମୁଦ୍ରା (ପ୍ରାୟ ୨୩,୯୧୧ ଟଙ୍କା) ଚୋରି ଅଭିଯୋଗରେ ଗିରଫ କରାଯାଇଥିଲା।

ସେହି ସମୟରେ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ କରିଥିଲେ, କିନ୍ତୁ ଡିସେମ୍ବର ମାସରେ ଅଶାଳୀନ ଆକ୍ରମଣ ଅଭିଯୋଗରେ ତାଙ୍କୁ ପୁନର୍ବାର ହେପାଜତରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri