Categories: ଖେଳ

ଜାପାନ ଲିଗ୍‌ ଫୁଟବଲ ଆରମ୍ଭ

ଟୋକିଓ, ୫।୭(ଏପି)-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ଦୀର୍ଘ ୪ ମାସ ବ୍ୟବଧାନ ପରେ ଶନିବାରଠାରୁ ଆରମ୍ଭ ହୋଇଛି ଜାପାନ ପେସାଦାର ଫୁଟବଲ ଲିଗ୍‌। ଏଥିରେ ୧୮ଟି ଶୀର୍ଷସ୍ଥାନୀୟ ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯ଟି ଗେମ୍‌ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଜାପାନର ଲୋକପ୍ରିୟ ବେସ୍‌ବଲ ଲିଗ୍‌ ମଧ୍ୟ ଗତ ମାସରେ ଦର୍ଶକଙ୍କ ବିନା ଆରମ୍ଭ ହୋଇଥିଲା। ପ୍ରଥମ ଡିଭିଜନ ଜାପାନ ଲିଗ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ ଗୁଡ଼ିକ ଗତ ଫେବୃୟାରୀରେ ଅନୁଷ୍ଠିତ ହେବାପରେ ବନ୍ଦ ହୋଇ ଯାଇଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତମାସ ଶେଷଭାଗରେ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ସମ୍ପର୍କରେ ବିଚାର କରାଯିବ। ୧୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ଜାପାନରେ କରୋନା ସଂକ୍ରମଣରେ ୧୦୦୦ରୁ କମ୍‌ ଲୋକ ମୃତ୍ୟୁବରଣ କରିଛନ୍ତି।

Share