ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…

ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯିବ। ନିକଟରେ ସରକାର ଏମିତି ଏକ ଘୋଷଣା କରିଛନ୍ତି।
ଏହି ଦେଶ ହେଉଛି ଜାପାନ। ଅସୁବିଧା ଯୋଗୁ ଯେଉଁମାନେ ବିବାହ କରିପାରୁ ନାହାନ୍ତି, ସେମାନଙ୍କୁ ସରକାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। କାରଣ ଜନ୍ମହାର ହେଉଛି ଏହି ଦେଶରେ ବଡ଼ ଚିନ୍ତାର ବିଷୟ। ଏଠାରେ ନବବିବାହିତାଙ୍କୁ ନୂଆ ଜୀବନ ଆରମ୍ଭ ପାଇଁ ୪.୨ ଲକ୍ଷ ଟଙ୍କା ଦିଆଯିବ। ଏଥିପାଇଁ ସେମାନଙ୍କୁ ଜାପାନର ନବ ବିବାହିତ ସହାୟତା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିବ।
ଲୋକେ ଯଦି ବିଳମ୍ବରେ କିମ୍ବା ଅବିବାହିତ ରୁହନ୍ତି ତେବେ ଏହା ଦେଶର ଜନ୍ମହାର ଉପରେ ପ୍ରଭାବ ପକାଇଥାଏ। ଏହାର ସମାଧାନ ପାଇଁ ସରକାର ଏହି ଯୋଜନା କରିଛନ୍ତି।
ବିବାହର ପଞ୍ଜିକୃତ ତାରିଖ ଅନୁସାରେ ସ୍ତ୍ରୀ-ସ୍ବାମୀଙ୍କ ବୟସ ୪୦ ରୁ କମ୍‌ ହେବା ଉଚିତ୍‌। ସେମାନଙ୍କ ମୋଟ ଆୟ ୩୮ ଲକ୍ଷରୁ କମ୍‌ ହୋଇଥିବା ଦରକାର। ୩୫ ବର୍ଷ ବୟସ୍କଙ୍କ ପାଇଁ ନିୟମ ସାମାନ୍ୟ ଭିନ୍ନ ରହିଛି। ଯଦି ସେମାନଙ୍କ ଆୟ ୩୩ ଲକ୍ଷ ଟଙ୍କା ତେବେ ସେମାନଙ୍କୁ ୨.୧ ଲକ୍ଷ ଟଙ୍କା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri