ଜାନୁୟାରୀ ୧୬ ଷ୍ଟାର୍ଟ ଅପ୍‌ ଡେ

ନୂଆଦିଲ୍ଲୀ,୧୬।୧: ଗତବର୍ଷ ଦେଶରେ ୪୨ ୟୁନିକର୍ନ ଷ୍ଟାର୍ଟ ଅପ୍‌ ସୃଷ୍ଟି ହୋଇଥିଲା। ଏହି ସଫଳତା ସହ ଭାରତ ଏକ ବିଲିୟନ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମାଇଲଖୁଣ୍ଟକୁ ସ୍ପର୍ଶ କରିବ। ଦେଶ ଖୁବ୍‌ଶୀଘ୍ର ୧୦୦ ୟୁନିକର୍ନ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଜାନୁୟାରୀ ୧୬କୁ ଜାତୀୟ ଷ୍ଟାର୍ଟ ଅପ୍‌ ଦିବସ ଭାବେ ପାଳନ କରିବାକୁ ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ସୃଷ୍ଟି ହୋଇଥିବା ଷ୍ଟାର୍ଟ ଅଫ୍‌ଗୁଡ଼ିକ ମଧ୍ୟରୁ କେତେକ କମ୍ପାନୀ ବଡ଼ ହେବେ। କିନ୍ତୁ ଏକ ବର୍ଷ ମଧ୍ୟରେ ୪୨ଟି ୟୁନିକର୍ନ ସୃଷ୍ଟି ହୋଇଛନ୍ତି। ଏହିସବୁ ବିଲିୟନ ଡଲାର ବିଶିଷ୍ଟ କମ୍ପାନୀଗୁଡ଼ିକ ସୂଚାଇ ଦେଉଛନ୍ତି ଯେ, ଭାରତ ଆତ୍ମନିର୍ଭର ହୋଇଛି ଏବଂ ଆମ ଦେଶର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି।
ଦେଶରେ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ୧୫୦ରୁ ଅଧିକ ଷ୍ଟାର୍ଟ ଅପ୍‌ ସହ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ନିଜ ଦେଶ ମଧ୍ୟରେ ସୀମିତ ନ ରଖି ଏହାର ପରିସରକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏପରି କି କମ୍ପାନୀଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଉଦ୍ୟମ କରାଯିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି। ଭାରତର ବିବିଧତା ହେଉଛି ଆମର ଶକ୍ତି। ଏହା ହେଉଛି ଆମର ବିଶ୍ୱ ପରିଚୟ। ଏହି ବିବିଧତାର ବାର୍ତ୍ତାବହ ଭାବେ ଆମର ୟୁନିକର୍ନ ଓ ଷ୍ଟାର୍ଟ ଅପ୍‌ଗୁଡ଼ିକ ଦଣ୍ଡାୟମାନ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଅଭିନବତ୍ୱ ଉପରେ ଥିବା ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇଛନ୍ତି। ଅଟଳ ଇନୋଭେଶନ ମିଶନ, ନୂଆ ସ୍ପେସ୍‌ ଟେକ୍ନୋଲୋଜି ଏବଂ ଡ୍ରୋନ୍‌ ଟେକ୍ନୋଲୋଜି ନୀତି ମାଧ୍ୟମରେ ବହୁବିଧି ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯାହାକି ଷ୍ଟାର୍ଟ ଅପ୍‌ଗୁଡ଼ିକୁ ସମୃଦ୍ଧ କରିବା ଦିଗରେ ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ଡ୍ରୋନ୍‌ ନୀତି ଫଳାଫଳ ଦେଖାଇବା ଆରମ୍ଭ କରିଛି। ସେନା, ନୌସେନା ଏବଂ ବାୟୁସେନା ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ଅର୍ଡର ଡ୍ରୋନ୍‌ କମ୍ପାନୀଗୁଡିକୁ ଦେଇସାରିଛନ୍ତି।
ସେ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଅଗ୍ରଗତି କରିଛି। ଏପରି କି ୨୦୧୩-୧୪ରେ ୪୦୦୦ ପେଟେଣ୍ଟକୁ ମଞ୍ଜୁରୀ ଦିଆଯାଇଥିବାବେଳେ ତାହା ଗତବର୍ଷ ଏହି ସଂଖ୍ୟା ବଢ଼ି ୨୮୦୦୦ରୁ ଊର୍ଦ୍ଧ୍ୱକୁ ଯାଇଥିଲା। ଏହି ସମୟ ମଧ୍ୟରେ ଟ୍ରେଡ୍‌ ମାର୍କ ପଞ୍ଜୀକରଣ ୭୦ ହଜାରରୁ ବଢ଼ି ଅଢ଼େଇ ଲକ୍ଷରେ ପହଞ୍ଚତ୍ଥିଲା। ଗ୍ରାମୀଣ ଅର୍ଥନୀତି ଏବଂ ନିମାଣ କ୍ଷେତ୍ର ସହ ଜଡିତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିଦେବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ମୋଦି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri