ଜାନୁୟାରୀ ୧୬ ଷ୍ଟାର୍ଟ ଅପ୍‌ ଡେ

ନୂଆଦିଲ୍ଲୀ,୧୬।୧: ଗତବର୍ଷ ଦେଶରେ ୪୨ ୟୁନିକର୍ନ ଷ୍ଟାର୍ଟ ଅପ୍‌ ସୃଷ୍ଟି ହୋଇଥିଲା। ଏହି ସଫଳତା ସହ ଭାରତ ଏକ ବିଲିୟନ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମାଇଲଖୁଣ୍ଟକୁ ସ୍ପର୍ଶ କରିବ। ଦେଶ ଖୁବ୍‌ଶୀଘ୍ର ୧୦୦ ୟୁନିକର୍ନ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଜାନୁୟାରୀ ୧୬କୁ ଜାତୀୟ ଷ୍ଟାର୍ଟ ଅପ୍‌ ଦିବସ ଭାବେ ପାଳନ କରିବାକୁ ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ସୃଷ୍ଟି ହୋଇଥିବା ଷ୍ଟାର୍ଟ ଅଫ୍‌ଗୁଡ଼ିକ ମଧ୍ୟରୁ କେତେକ କମ୍ପାନୀ ବଡ଼ ହେବେ। କିନ୍ତୁ ଏକ ବର୍ଷ ମଧ୍ୟରେ ୪୨ଟି ୟୁନିକର୍ନ ସୃଷ୍ଟି ହୋଇଛନ୍ତି। ଏହିସବୁ ବିଲିୟନ ଡଲାର ବିଶିଷ୍ଟ କମ୍ପାନୀଗୁଡ଼ିକ ସୂଚାଇ ଦେଉଛନ୍ତି ଯେ, ଭାରତ ଆତ୍ମନିର୍ଭର ହୋଇଛି ଏବଂ ଆମ ଦେଶର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି।
ଦେଶରେ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ୧୫୦ରୁ ଅଧିକ ଷ୍ଟାର୍ଟ ଅପ୍‌ ସହ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ନିଜ ଦେଶ ମଧ୍ୟରେ ସୀମିତ ନ ରଖି ଏହାର ପରିସରକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏପରି କି କମ୍ପାନୀଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଉଦ୍ୟମ କରାଯିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି। ଭାରତର ବିବିଧତା ହେଉଛି ଆମର ଶକ୍ତି। ଏହା ହେଉଛି ଆମର ବିଶ୍ୱ ପରିଚୟ। ଏହି ବିବିଧତାର ବାର୍ତ୍ତାବହ ଭାବେ ଆମର ୟୁନିକର୍ନ ଓ ଷ୍ଟାର୍ଟ ଅପ୍‌ଗୁଡ଼ିକ ଦଣ୍ଡାୟମାନ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଅଭିନବତ୍ୱ ଉପରେ ଥିବା ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇଛନ୍ତି। ଅଟଳ ଇନୋଭେଶନ ମିଶନ, ନୂଆ ସ୍ପେସ୍‌ ଟେକ୍ନୋଲୋଜି ଏବଂ ଡ୍ରୋନ୍‌ ଟେକ୍ନୋଲୋଜି ନୀତି ମାଧ୍ୟମରେ ବହୁବିଧି ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯାହାକି ଷ୍ଟାର୍ଟ ଅପ୍‌ଗୁଡ଼ିକୁ ସମୃଦ୍ଧ କରିବା ଦିଗରେ ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ଡ୍ରୋନ୍‌ ନୀତି ଫଳାଫଳ ଦେଖାଇବା ଆରମ୍ଭ କରିଛି। ସେନା, ନୌସେନା ଏବଂ ବାୟୁସେନା ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ଅର୍ଡର ଡ୍ରୋନ୍‌ କମ୍ପାନୀଗୁଡିକୁ ଦେଇସାରିଛନ୍ତି।
ସେ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଅଗ୍ରଗତି କରିଛି। ଏପରି କି ୨୦୧୩-୧୪ରେ ୪୦୦୦ ପେଟେଣ୍ଟକୁ ମଞ୍ଜୁରୀ ଦିଆଯାଇଥିବାବେଳେ ତାହା ଗତବର୍ଷ ଏହି ସଂଖ୍ୟା ବଢ଼ି ୨୮୦୦୦ରୁ ଊର୍ଦ୍ଧ୍ୱକୁ ଯାଇଥିଲା। ଏହି ସମୟ ମଧ୍ୟରେ ଟ୍ରେଡ୍‌ ମାର୍କ ପଞ୍ଜୀକରଣ ୭୦ ହଜାରରୁ ବଢ଼ି ଅଢ଼େଇ ଲକ୍ଷରେ ପହଞ୍ଚତ୍ଥିଲା। ଗ୍ରାମୀଣ ଅର୍ଥନୀତି ଏବଂ ନିମାଣ କ୍ଷେତ୍ର ସହ ଜଡିତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିଦେବାକୁ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ମୋଦି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM KISAN: ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା।...

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ...

ପ୍ରଜ୍ଞାନନ୍ଦ ପୁଣି ଦେଶର ନମ୍ବର ଓ୍ବାନ୍‌

ପ୍ରାଗ୍‌, ୨୯।୨: ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଆର. ପ୍ରଜ୍ଞାନନ୍ଦ...

ପଟିଆଠାରେ ଖୋଲିଲା କୃତିି କଫିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୯।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଲୋକପ୍ରିୟ କଫି ବ୍ରାଣ୍ଡ୍‌ ‘କୃତି କଫି’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଭୁବନେଶ୍ୱରର...

ଜେଭିରେ ୧୧,୫୦୦ କୋଟି ବିନିଯୋଗ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭାୟାକମ୧୮ ମଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ୱାଲ୍ଟ ଡିଜ୍‌ନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟବସାୟକୁ...

ଅସ୍ବାଭାବିକତା ବିରୋଧରେ କହିବା ଲାଗି ବୃତ୍ତି ସୁଯୋଗ ଦେଇଛି

ପୁରୀ ଜିଲା ଅସ୍ତରଙ୍ଗର ଅଶୋକ ସ୍ବାଇଁ। ସ୍ବିଡେନ୍‌ର ଉପସଲା ବିଶ୍ୱବିଦ୍ୟାଳୟର ‘ପିସ୍‌ ଆଣ୍ଡ୍‌ କନ୍‌ଫ୍ଲିକ୍ଟ ରିସର୍ଚ୍ଚ’ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ଅନ୍ତର୍ଜାତୀୟ ସ୍ତରର ବୁଦ୍ଧିଜୀବୀ...

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ

ନୂଆଦିଲ୍ଲୀ,୨୮ା୨: ଭାରତରେ ମିଡିଆ ବ୍ୟବସାୟକୁ ମିଶ୍ରଣ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ଆନୁଷ୍ଠାନିକ ଭାବରେ ଏକ ଚୁକ୍ତି ସ୍ୱାକ୍ଷର...

FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri