Categories: ଖେଳ

ମାଲିଙ୍ଗାଙ୍କ ସ୍ଥାନରେ ପ୍ୟାଟିନସନ

ଆବୁ ଧାବି, ୩।୯(ପି.ଟି.)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ବଦଳ ଖେଳାଳିଭାବେ ଗତଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ସ୍ପିଡ୍‌ଷ୍ଟର ଜେମ୍ସ ପ୍ୟାଟିନସନ। ମୁମ୍ବାଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ବୁଧବାର ଏହା ଘୋଷଣା କରାଯାଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ମାଲିଙ୍ଗା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣରେ ଉପଲବ୍ଧ ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଚଳିତ ସପ୍ତାହ ଶେଷରେ ପ୍ୟାଟିନସନ ଦଳରେ ଯୋଗଦେବେ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରକାଶ କରାଯାଇଛି। ବିଗତ ବର୍ଷ ମାନଙ୍କରେ ମୁମ୍ବାଇ ଇଣ୍ଡିଆନ୍ସର ସଫଳତାରେ ମାଲିଙ୍ଗା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିଲେ। ଆଇପିଏଲ ଚଳିତମାସ ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ହେବ।

Share