ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍‌ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସହରବାସୀ ଦେଉଥିବା ହୋଲ୍ଡିଂ ଟ୍ୟାକ୍ସ କାମରେ ଲାଗୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଜିଲାର ବାରିପଦା ମ୍ୟୁନିସିପାଲଟି ଅଧୀନ ୨୮ ୱାର୍ଡରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଏନର୍ଜି ଏଫିସିଏନ୍‌ସି ସର୍ଭିସ ଲିମିଟେଡ (ଇଇଏସ୍‌ଏଲ୍‌) ଜରିଆରେ ଆସ୍ଥା ସଂସ୍ଥା ପକ୍ଷରୁ ୨୦୧୪-୧୫ରେ ଆଲୋକୀକରଣ ପାଇଁ ୮୫୦୦ ଏଲ୍‌ଇଡ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ୱାର୍ଡର ମୁଖ୍ୟ ରାସ୍ତାରେ ୩୫ ୱାଟ୍‌ରୁ ଆରମ୍ଭ କରି ୧୧୦ୱାଟ୍‌ ପର୍ଯ୍ୟନ୍ତ ଏଲ୍‌ଇଡି ଲାଇଟ ଲଗାଯାଇଛି । ଏହାର ମରାମତି ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଜିଲାରେ ଜଣେ ମାତ୍ର ଟେକ୍ନସିଆନ ରହିଛନ୍ତି। ଲାଇଟ୍‌ଗୁଡ଼ିକ କଣ୍ଟ୍ରୋଲ କରିବା ପାଇଁ ବାରିପଦା ମ୍ୟୁନିସିପାଲଟିରେ ୨୧୬ ସିସିଏମ୍‌ଏସ୍‌ ବକ୍ସ ରହିଛି। ପ୍ରତି ବାକ୍ସରେ ୫୦ରୁ ୧୦୦ ଲାଇଟକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥିବା ବେଳେ ସମୟ ଅନୁଯାୟୀ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିଥାଏ । ବର୍ତ୍ତମାନ ୩୩ଟି ସିସିଏମ୍‌ଏସ୍‌ ବକ୍ସ ସମ୍ପୂର୍ଣ୍ଣ ଅଚଳ ଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ବକ୍ସ ଆଶିଂକ ଅଚଳ ରହିଛି। ଫଳରେ ୫ହଜାରରୁ ଉର୍ଦ୍ଧ୍ୱ ଲାଇଟ ଦୀର୍ଘଦିନ ହେଲା ଜଳୁନାହିଁ ବୋଲି ୭ନଂ. ୱାର୍ଡର ବାସିନ୍ଦା ପ୍ରକାଶ ନାଏକ, ହରପ୍ରିୟା ସେଠୀ ପ୍ରମୁଖ କହିଛନ୍ତି। ଏହି ଲାଇଟଗୁଡ଼ିକ ମରାମତି ହେଉ ନ ଥିବା ଓ ନୂଆ ଲାଇଟର ବ୍ୟବସ୍ଥା କରାଯାଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବର୍ଷକ ତଳେ ଗ୍ରୀନଫିଲ୍ଡ ଯୋଜନାରେ ଉନ୍ନତ ମାନର ୧୩୦୦ ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଥିଲା। ତେବେ ଅଧିକ ୨୦୦ ଷ୍ଟ୍ରିଟ୍‌ ଲାଇଟ ଲାଗିବାକୁ ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବାରିପଦା ମ୍ୟୁନିସିପାଲଟିର ମନୋରଞ୍ଜନ ପାଣିଗ୍ରାହୀ କୁହନ୍ତି, ଆସ୍ଥା ଇଲେକ୍ଟ୍ରିକାଲ ସଂସ୍ଥା ଉକ୍ତ ଲାଇଟର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ବାରିପଦା ସମେତ ରାଇରଙ୍ଗପୁର ମ୍ୟୁନସିପାଲଟି ଏବଂ କରଞ୍ଜିଆ ଓ ଉଦଳା ଏନ୍‌ଏସିରେ ଥିବା ଷ୍ଟ୍ରିଟ୍‌ ଲାଇଟ ଅଚଳ ହେଲେ ଏହି ଜଣେ ମାତ୍ର ଟେକ୍ନିସିଆନ ମରାମତି କରିଥାନ୍ତି। ସହରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ସହ ଖୁବ୍‌ ଶୀଘ୍ର ଷ୍ଟ୍ରୀଟ୍‌ ଲାଇଟଗୁଡ଼ିକ ସଜାଡ଼ିବା ପାଇଁ ମଧୁବନ ଉନ୍ନୟନ ପରିଷଦ ଦାବି କରିଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ବାରିପଦା ସଦର ଉପଜିଲାପାଳ ଅନ୍ୟା ଦାସଙ୍କୁ ପଚାରିବାରୁ ସଂସ୍ଥାର ବଳକା ଅର୍ଥରାଶି ପ୍ରଦାନ କରାଯାଇଛି। ଖୁବ୍‌ ଶୀଘ୍ର ଲାଇଟଗୁଡ଼ିକର ମରାମତି କରି ପରିସ୍ଥିତି ସ୍ବାଭାବିକ କରାଯିବ ବୋଲି ସେ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri