ଯାଜପୁର ପୌର ପରିଷଦ: କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ବ୍ୟାନର ପୋଡ଼ି ଅଭିଯୋଗ

ଯାଜପୁର ଟାଉନ,୧୮ା୩(ଡି.ଏନ.ଏ.): ଯାଜପୁର ପୌର ପରିଷଦର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରିୟଦର୍ଶିନୀ ସାମନ୍ତଙ୍କ ଏକ ବ୍ୟାନର ଯାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଲଗାଯାଇଥିଲା। ତେବେ ଉକ୍ତ ବ୍ୟାନରକୁ କେହି ଅସାମାଜିକ ବ୍ୟକ୍ତି ପୋଡ଼ି ଦେଇଥିବା ଗୁରୁବାର ସକାଳେ ଜଣାପଡ଼ିଛି। ଏହାପରେ ଯାଜପୁର ନଗର କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ କରାଯାଇ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହିତ ନଗର କଂଗ୍ରେସ ତରଫରୁ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ଯାଜପୁର ଥାନା ଏବଂ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୌର ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ପ୍ରଶାସନ ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି ତା’ର ଖୋଲା ଉଲ୍ଲଂଘନ କରାଯାଇଛି ବୋଲି ଅଧ୍ୟକ୍ଷା ପ୍ରାର୍ଥିନୀ ସାମନ୍ତ ଅଭିଯୋଗ କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯିବା ସହିତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସମ୍ପାଦକ ସନ୍ତୋଷ କୁମାର ନନ୍ଦ, ନଗର କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ବିଭୁତି ମହାପାତ୍ର ଓ ହୃଷୀକେଶ ପତି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ କ୍ରିକେଟ୍‌ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ

ସାକ୍ଷୀଗୋପାଳ, ୩୦।୭(ଡି.ଏନ୍‌.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍‌ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ।...

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ...

ଝାରସୁଗୁଡାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଝାରସୁଗୁଡା ଅଫିସ,୧୩ା୪: ଝାରସୁଗୁଡା ସହରରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ମଙ୍ଗଲ ବଜାରସ୍ଥିତ ପୁରୁଣା ଜିଲା...

ଯୋଡ଼ା ସହରରେ ପଶିଲେ ୧୮ ହାତୀ

ଯୋଡ଼ା, ୨୬।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଭିତରକୁ ୧୮ଟି ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ...

ନିଷ୍ପତ୍ତି ନେଲାନି ବାସ୍ତବ ରୂପ

ପୁରୀ ଅଫିସ,୧୦।୨: ପୁରୀ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଫେରିବାବେଳେ ଚତୁର୍ଦ୍ଧାବିଗ୍ରହଙ୍କ ଆବିର୍ଭାବ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ ହେବେ। ଏଥିସହ...

ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା

ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ...

ଯନ୍ତ୍ରୀ ଜାଣିନାହାନ୍ତି କାର୍ଯ୍ୟର ଅଟକଳ ମୂଲ୍ୟ

ମାଲକାନଗିରି,୧୨ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବିଏଲକେ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣାଧୀନ କଂକ୍ରିଟ କାମ ନିମ୍ନମାନର କରାଯାଉଥିବା...

ଅବହେଳିତ ଗୋନାସିକା ‘ଗୁପ୍ତଗଙ୍ଗା’

କେନ୍ଦୁଝର, ୫।୧୨(ଡି.ଏନ.ଏ.)-ଲୋକମୁଖରେ ଗଙ୍ଗା ନଦୀଠାରୁ ବାରବର୍ଷ ବଡ଼ ପୁଣ୍ୟତୋୟା ବୈତରଣୀ ଅନେକ ଧାର୍ମିକ ବିଶ୍ୱାସ ଓ ଭାବଧାରା ସହ ଜଡିତ। ସୁମେରୁ ପାହାଡ଼ରୁ ବାହାରିଥିବା ଏହି...

Advertisement
Archives

Model This Week