ଯାଜପୁର ଲୋକ ସଭା ଆସନକୁ ସଂରକ୍ଷଣମୁକ୍ତ ଦାବି ତେଜିଲା

ଯାଜପୁର,୯ା୧୧(ହର୍ଷବର୍ଦ୍ଧନ ବେହେରା): ସମ୍ବିଧାନ ପ୍ରସ୍ତୁତ ହେଲାବେଳେ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଥମ ୧୦ ବର୍ଷ ପାଇଁ ଲାଗୁ ହୋଇଥିଲା। ହେଲେ ଯାଜପୁର ଲୋକ ସଭା ଆସନ ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଛି। ତେଣୁ ଜାତି ପରିସଂଖ୍ୟାନ ଆଧାରରେ ଯାଜପୁର ଲୋକ ସଭା ଆସନଟିକୁ ସଂରକ୍ଷଣମୁକ୍ତ କରାଯିବାକୁ ଜୋରଦାର ଦାବି ହେଉଛି। ଯାଜପୁର ଆସନକୁ ସାଧାରଣ ବର୍ଗଙ୍କ ପାଇଁ ରାଜନୈତିକ ସ୍ବାଧୀନତା ଦିଆଯିବାକୁ ବରିଷ୍ଠ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ସାମଲ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ସୀମା ପୁନର୍ଗଠନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
୧୯୫୨ରୁ ଏଯାବତ ୧୭ଟି ନିର୍ବାଚନ ହେଲୋଣି, ହେଲେ ଯାଜପୁର ଲୋକ ସଭା ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇରହିଛି। ପ୍ରଥମେ ୧୯୫୨ରେ ଭୁବନାନନ୍ଦ ଦାସ ଓ ଲକ୍ଷ୍ମୀଧର ଜେନା ନିର୍ବାଚିତ ହୋଇଥିଲାବେଳେ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀଟି ଉଠିଯାଇଥିଲା। ତା’ପରେ ୧୯୬୨ରେ ରାମଚନ୍ଦ୍ର ମଲ୍ଲିକ, ୧୯୬୭ରେ ବାଇଧର ବେହେରା, ୧୯୭୧ରେ ଅନାଦି ଚରଣ ଦାସ, ୧୯୭୭ରେ ରାମଚନ୍ଦ୍ର ମଲ୍ଲିକ, ୧୯୮୦ରୁ ୧୯୯୧ ପର୍ଯ୍ୟନ୍ତ ଅନାଦି ଚରଣ ଦାସ, ୧୯୯୬ରେ ଅଞ୍ଚଳ ଦାସ, ୧୯୯୮ରେ ରାମଚନ୍ଦ୍ର ମଲ୍ଲିକ, ୧୯୯୯ରେ ଜଗନ୍ନାଥ ମଲ୍ଲିକ, ୨୦୦୪ ଓ ୨୦୦୯ରେ ମୋହନ ଜେନା, ୨୦୧୪ରେ ରୀତା ତରାଇ, ୨୦୧୯ରେ ଶର୍ମିଷ୍ଠା ସେଠୀ ଏବଂ ୨୦୨୪ରେ ରବୀନ୍ଦ୍ର ନାରାୟଣ ବେହେରା ଏଠାରୁ ନିର୍ବାଚିତ ହୋଇଛନ୍ତି। ଏଯାବତ୍‌ ଏହି ଲୋକ ସଭା ଆସନଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ପାରି ନ ଥିବାରୁ ଯାଜପୁର ଜିଲାର ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲାସ୍ତରରେ କୌଣସି ଦାବି ହେଉ ନ ଥିବାରୁ ସୀମା ପୁନର୍ଗଠନ କମିଟି ପକ୍ଷରୁ ଆଲୋଚନାସ୍ତରକୁ ଆସିପାରିନାହିଁ। ଭାରତୀୟ ସୀମା ପୁନର୍ଗଠନ କମିଶନରଙ୍କ ବୈଠକ ଇତିମଧ୍ୟରେ ୩ ଥର ବସିସାରିଲାଣି। କିନ୍ତୁ ବିଞ୍ଝାରପୁର ବିଧାନସଭା ଆସନ ଏବଂ ଯାଜପୁର ଲୋକ ସଭା ଆସନର ସଂରକ୍ଷଣ ପରିବର୍ତ୍ତନ ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳିନାହିଁ। ନିୟମ ଅନୁଯାୟୀ ଲୋକସଂଖ୍ୟା ଅନୁପାତ ଅନୁଯାୟୀ ଲୋକ ସଭା ଆସନର ସଂକ୍ଷରଣ ସ୍ଥିତିରେ ପରିବର୍ତ୍ତନ ହୋଇପାରିବ। ଯାଜପୁର ଜିଲାରେ ୨୦୧୧ ଜନଗଣନା ଅନୁସାରେ ଲୋକସଂଖ୍ୟା ୧୮,୨୭,୧୯୨ ରହିଥିଲା। ସେତେବେଳେ ଅନୁସୂଚିତ ଜନଜାତି (ଏସ୍‌ଟି) ହାର ୮.୨୯% ଥିଲାବେଳେ ଅନୁସୂଚିତ ଜାତି (ଏସ୍‌ସି) ହାର ୨୩.୭୨% ରହିଥିଲା। ସେହି ସମୟରେ ସୋନପୁର, କଟକ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନୂଆପଡା ଆଦି କେତେକ ସ୍ଥାନରେ ଏସ୍‌ଟି ଓ ଏସ୍‌ସି ହାର ମିଶି ୩୦ରୁ ୪୦ ପ୍ରତିଶତ ରହିଥିଲା। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଯାଜପୁର ଜିଲାର ଲୋକସଂଖ୍ୟା ୧୯,୯୫,୫୮୬ ରହିଛି। ତେବେ ଏସ୍‌ଟି ଓ ଏସ୍‌ସି ହାର ଏବେ ଆହୁରି ହ୍ରାସ ପାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ସଂରକ୍ଷଣ ହଟାଇ ସାଧାରଣ ବର୍ଗଙ୍କ ପାଇଁ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri