Posted inଜାତୀୟ

ସୀମା ବିବାଦ ମାଧ୍ୟମରେ ଭାରତର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି ଜୟରାମ ରମେଶ: ମହେଶ ଜେଠାମାଲାନି…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ ଆଇନଜୀବୀ ମହେଶ ଜେଠାମାଲାନି କଂଗ୍ରେସ ନେତା ଜୟରାମ ରମେଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚାଇନା ସମର୍ଥକ ଭାବରେ ରମେଶଙ୍କୁ ସମ୍ବୋଧିତ କରିଛନ୍ତି। ଜେଠାମାଲାନି କହିଛନ୍ତି, ସେ ଚାଇନା ପଟେ ଥିବା ସ୍ପଷ୍ଟ ହୋଇଛି। ମୁଁ ଏକ ଲିଙ୍କ ଶେୟାର କରିଛି ଯେଉଁଥିରେ ଚାଇନାମାନେ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେ ଯାହା କହୁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ଭାରତୀୟ ଭାବରେ ମୁଁ ଚିନ୍ତିତ ଯେ ସେ ସମ୍ବେଦନଶୀଳ ସୀମା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବା ସହିତ ଦେଶର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି।

ଏପରି ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରାଯିବା ଉଚିତ। ଯଦି କେହି ଭାରତ ବିରୁଦ୍ଧରେ ଏବଂ ଚାଇନାକୁ ସମର୍ଥନ କରୁଛନ୍ତି, ତେବେ ସେ ଭାରତ ପାଇଁ ଚିନ୍ତା କରୁଛନ୍ତି ନା କୌଣସି ସ୍ବାର୍ଥ ପାଇଁ ଏଭଳି ଜାରି ରଖିଛନ୍ତି ତାହା ବିଚାର କରାଯିବା ଜରୁରୀ।

ଭାଜପାର ରାଜ୍ୟସଭା ସଦସ୍ୟ ମହେଶ ଜେଠାମାଲାନି କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ପୁସ୍ତକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ଚାଇନା ଟେଲିକମ କମ୍ପାନୀ ହୁଆୱେଇର କାର୍ଯ୍ୟକଳାପକୁ ଭାରତରେ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ରମେଶଙ୍କ ପୁସ୍ତକରୁ କିଛି ଅଂଶ ଶେଆର କରି ଜେଠାମାଲାନି ଟୁଇଟ କରି କହିଛନ୍ତି ଯେ ୨୦୦୫ ମସିହାରୁ ଜୟରାମ ରମେଶ ଚାଇନାର ଟେଲିକମ କମ୍ପାନୀ ହୁଆୱେଇର ଭାରତରେ କାର୍ଯ୍ୟକଳାପ ପାଇଁ ଲବି କରୁଛନ୍ତି। ସୁରକ୍ଷା ପ୍ରତି ବିପଦ ଥିବାରୁ ଅନେକ ଦେଶରେ ହୁଆୱେଇକୁ ନିଷେଧ କରିଛନ୍ତି। ଚାଇନ ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ଜୟରାମ ମଧ୍ୟ ପ୍ରଶ୍ନ କରିଛନ୍ତି। ପ୍ରଥମେ ସେ ହୁଆୱେଇ ସହିତ ନିଜର ସମ୍ପର୍କ ପ୍ରକାଶ କରିବା ଉଚିତ।

ସୂଚନାଯୋଗ୍ୟ,ଚାଇନାର ନେଟୱାର୍କିଂ ପ୍ରମୁଖ ହୁଆୱେଇ ଟେକ୍ନୋଲୋଜିର ବେଙ୍ଗାଲୁରୁରେ ଏକ ବଡ଼ ଉପସ୍ଥିତି ରହିଛି ଏବଂ ଏହା ବିସ୍ତାର କରିବାକୁ ଚାହୁଁଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏନେଇ ଏକ ପ୍ରତିବନ୍ଧକ ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ରାଜି ହେଲା ଇରାନ, ବିଶ୍ୱବାସୀଙ୍କ ପାଇଁ ଖୁସିଖବର

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଇରାନ ସହିତ ଦୁଇ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri