Posted inଜାତୀୟ

ସୀମା ବିବାଦ ମାଧ୍ୟମରେ ଭାରତର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି ଜୟରାମ ରମେଶ: ମହେଶ ଜେଠାମାଲାନି…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ ଆଇନଜୀବୀ ମହେଶ ଜେଠାମାଲାନି କଂଗ୍ରେସ ନେତା ଜୟରାମ ରମେଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚାଇନା ସମର୍ଥକ ଭାବରେ ରମେଶଙ୍କୁ ସମ୍ବୋଧିତ କରିଛନ୍ତି। ଜେଠାମାଲାନି କହିଛନ୍ତି, ସେ ଚାଇନା ପଟେ ଥିବା ସ୍ପଷ୍ଟ ହୋଇଛି। ମୁଁ ଏକ ଲିଙ୍କ ଶେୟାର କରିଛି ଯେଉଁଥିରେ ଚାଇନାମାନେ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ସେ ଯାହା କହୁଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ଭାରତୀୟ ଭାବରେ ମୁଁ ଚିନ୍ତିତ ଯେ ସେ ସମ୍ବେଦନଶୀଳ ସୀମା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବା ସହିତ ଦେଶର ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛନ୍ତି।

ଏପରି ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରାଯିବା ଉଚିତ। ଯଦି କେହି ଭାରତ ବିରୁଦ୍ଧରେ ଏବଂ ଚାଇନାକୁ ସମର୍ଥନ କରୁଛନ୍ତି, ତେବେ ସେ ଭାରତ ପାଇଁ ଚିନ୍ତା କରୁଛନ୍ତି ନା କୌଣସି ସ୍ବାର୍ଥ ପାଇଁ ଏଭଳି ଜାରି ରଖିଛନ୍ତି ତାହା ବିଚାର କରାଯିବା ଜରୁରୀ।

ଭାଜପାର ରାଜ୍ୟସଭା ସଦସ୍ୟ ମହେଶ ଜେଠାମାଲାନି କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ପୁସ୍ତକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ଚାଇନା ଟେଲିକମ କମ୍ପାନୀ ହୁଆୱେଇର କାର୍ଯ୍ୟକଳାପକୁ ଭାରତରେ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ରମେଶଙ୍କ ପୁସ୍ତକରୁ କିଛି ଅଂଶ ଶେଆର କରି ଜେଠାମାଲାନି ଟୁଇଟ କରି କହିଛନ୍ତି ଯେ ୨୦୦୫ ମସିହାରୁ ଜୟରାମ ରମେଶ ଚାଇନାର ଟେଲିକମ କମ୍ପାନୀ ହୁଆୱେଇର ଭାରତରେ କାର୍ଯ୍ୟକଳାପ ପାଇଁ ଲବି କରୁଛନ୍ତି। ସୁରକ୍ଷା ପ୍ରତି ବିପଦ ଥିବାରୁ ଅନେକ ଦେଶରେ ହୁଆୱେଇକୁ ନିଷେଧ କରିଛନ୍ତି। ଚାଇନ ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ଜୟରାମ ମଧ୍ୟ ପ୍ରଶ୍ନ କରିଛନ୍ତି। ପ୍ରଥମେ ସେ ହୁଆୱେଇ ସହିତ ନିଜର ସମ୍ପର୍କ ପ୍ରକାଶ କରିବା ଉଚିତ।

ସୂଚନାଯୋଗ୍ୟ,ଚାଇନାର ନେଟୱାର୍କିଂ ପ୍ରମୁଖ ହୁଆୱେଇ ଟେକ୍ନୋଲୋଜିର ବେଙ୍ଗାଲୁରୁରେ ଏକ ବଡ଼ ଉପସ୍ଥିତି ରହିଛି ଏବଂ ଏହା ବିସ୍ତାର କରିବାକୁ ଚାହୁଁଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏନେଇ ଏକ ପ୍ରତିବନ୍ଧକ ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri