ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ କର୍ମରେ ଲିପ୍ତ ରହିବା) କାର୍ମିକ ଅସମନ୍ୱୟ ସୃଷ୍ଟିକରେ ଏବଂ ଯାହାକୁ ସକାରାତ୍ମକ ଓ ଭଲକର୍ମ ଦ୍ୱାରା ପରିଶୋଧ କରିବାକୁ ପଡ଼େ। ସେହିଭଳି ଖରାପ କର୍ମ, ଭୌତିକ ଆସକ୍ତି ଓ ପାପରୁ ମୁକ୍ତ ରହିଲେ ଦିବ୍ୟ ଜୀବନ ଉନ୍ମୁକ୍ତ ରହେ। ଯେତେବେଳେ ଜୀବନରେ କର୍ମର ଭଲ ମନ୍ଦ ଫଳ ଭୋଗିବାର ନ ଥାଏ ସେତେବେଳେ ମଣିଷ ଜୀବନମୁକ୍ତ ହୋଇଯାଏ। ଯେଉଁମାନେ ଏହି ଶିକ୍ଷା ପ୍ରଦାନ କରନ୍ତି ସେମାନେ ହେଉଛନ୍ତି ତୀର୍ଥଙ୍କର। ଜୀବନ ରୂପକ ନଦୀ ପାର ହେବା ଲାଗି ଏହି ଆଧ୍ୟାତ୍ମିକ ପଥପ୍ରଦର୍ଶକମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି।
ଜୈନଧର୍ମରେ ଥିଲେ ଗୃହସ୍ଥ ପୁରୁଷ, ଗୃହସ୍ଥ ମହିଳା,ସନ୍ନ୍ୟାସୀ ଏବଂ ସନ୍ନ୍ୟାସିନୀ। ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନେ ଭୌତିକ ଜୀବନରୁ ଦୂରେଇ ରହି ଜୀବନମୁକ୍ତ ହେବା ଲାଗି ସେମାନଙ୍କ ଶରୀରକୁ ଶୃଙ୍ଖଳିତ ଓ ସଂଯମ କରିଥାନ୍ତି। ଗୃହସ୍ଥ ଜୈନ ଧର୍ମବଲମ୍ୱୀମାନେ ଆଶ୍ରମ ବ୍ୟବସ୍ଥାର ଆବଶ୍ୟକତା ପୂରଣ କରନ୍ତି। କେବଳ ଏତିକି ନୁହେଁ, ସେମାନେ ଜୈନମନ୍ଦିର ନିର୍ମାଣକରି ଜୈନ ନୀତିଶିକ୍ଷାର ପ୍ରଚାରରେ ସହଯୋଗ କରିବା ସହ ପାଣ୍ଡୁଲିପି ବା ପ୍ରାଚୀନ ଧର୍ମଗ୍ରନ୍ଥ ଲେଖା ପାଇଁ ପାଣ୍ଠି ଯୋଗାଇ ଥାଆନ୍ତି। ପ୍ରାଚୀନ କାଳରେ ମନ୍ଦିରଗୁଡ଼ିକ ଥିଲା କାହାଣୀ ଓ ପ୍ରତୀକର କେନ୍ଦ୍ରସ୍ଥଳୀ। ମନ୍ଦିରର କାନ୍ଥ ଓ ପାଚେରିରେ ତୀର୍ଥଙ୍କରଙ୍କ ମୂର୍ତ୍ତି ରହିଛି। ଏହାସହ ଜୈନ ପରମଶକ୍ତି ସମ୍ପର୍କରେ ଏବଂ ଜ୍ଞାନପ୍ରାପ୍ତ ସନ୍ନ୍ୟାସୀଙ୍କ ଜୀବନର ଅଧ୍ୟାୟଗୁଡ଼ିକର ଶିଳାଲେଖ ମଧ୍ୟ ଅଛି। ଯଦିଓ ପୁରାତନ ଜୈନ ଗ୍ରନ୍ଥ ବା ପାଣ୍ଡୁଲିପି ରଚନା ଖ୍ରୀଷ୍ଟାବ୍ଦ ୫୦୦ରେ ଆରମ୍ଭ ହୋଇଥିଲା, ତଥପି ତାହା ସେତେବେଳେ ଏକ ମୁଖ୍ୟ କାର୍ଯ୍ୟ ନ ଥିଲା। ଅନେକ କଳାକୃତି କନା ଉପରେ କରାଯାଉଥିଲା, ଯାହା ପବିତ୍ର ପ୍ରତୀକ କିମ୍ୱା ତୀର୍ଥସ୍ଥଳ ମ୍ୟାପ୍‌କୁ ପ୍ରଦର୍ଶିତ କରୁଥିଲା। ଯେଉଁମାନେ ପବିତ୍ର ସ୍ଥଳୀଗୁଡ଼ିକୁ ଯାତ୍ରା କରିପାରୁ ନ ଥିଲେ, ସେମାନେ ଏହି ମ୍ୟାପ୍‌କୁ ପୂଜା କରୁଥିଲେ। ଯେଉଁମାନେ ମନ୍ଦିର ନିର୍ମାଣ କରିପାରୁ ନ ଥିଲେ ,ସେମାନେ ସନ୍ନ୍ୟାସୀଙ୍କ ଜୀବନ କାହାଣୀକୁ କନା ଉପରେ ଲେଖୁଥିଲେ। ସେହିସବୁ କାହାଣୀଗୁଡ଼ିକ ମଧ୍ୟରେ ଜଣେ ଜୈନ ମୁନିଙ୍କ କଥା ରହିଛି । କୌଣସି ଜୀବକୁ ଶିକାର କରିବାକୁ ଅସମର୍ଥ ହୋଇ ହତାଶ ହୋଇପଡ଼ିଥିବା ଜଣେ ଶିକାରୀ ମୁନିଙ୍କୁ ଆକ୍ରମଣ କରିବାକୁ ତା’କୁକୁରଙ୍କୁ ପଠାଇଥିଲେ ମଧ୍ୟ ମୁନି ଶାନ୍ତ ହୋଇ ବସିଥିଲେ।
ଖ୍ରୀଷ୍ଟାବ୍ଦ ୧୨୦୦ ପରେ ଭାରତରେ ଯେତେବେଳେ ଇସ୍‌ଲାମ ଧର୍ମ ପ୍ରସାର ଲାଭ କଲା, ସେତେବେଳେ ମନ୍ଦିର ନିର୍ମାଣ କରିବା କଷ୍ଟକର ହୋଇଗଲା। ଅନେକ ଧର୍ମୀୟ ପୀଠକୁ ଧ୍ୱଂସ କରିଦିଆଗଲା କିମ୍ୱା ସେସବୁର ରୂପରେଖ ବଦଳାଇଦିଆଗଲା। ଫଳରେ ଜୈନମାନେ ସେମାନଙ୍କ ଶକ୍ତିକୁ ଲେଖାରେ ଉପଯୋଗ କରିବାକୁ ଲାଗିଲେ। ସେମାନେ ଗ୍ରନ୍ଥର କଳାକୁ ପରିବର୍ତ୍ତନକରି ଏକ କେନ୍ଦ୍ରୀୟ ସାଂସ୍କୃତିକ ଅଭିବ୍ୟକ୍ତିରେ ପରିଣତ କରିଥିଲେ। ଫଳରେ ଯାହା ଗୌଣ କାର୍ଯ୍ୟ ଥିଲା, ତାହା ଏକ ପ୍ରମୁଖ ଶିଳ୍ପ ପାଲଟିଗଲା। ପାଣ୍ଡୁଲିପି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଜୈନ ସମ୍ପ୍ରଦାୟରେ ସାହିତ୍ୟ ଦୁର୍ୱଳ ଥିଲା, ଯାହା ମନ୍ଦିରକୁ କେନ୍ଦ୍ରକରି ରହିଥିବା ରୀତିନୀତି ପରମ୍ପରାକୁ ଗୁରୁତ୍ୱ ଦେଉଥିଲା। ପାଣ୍ଡୁଲିପି ପ୍ରସ୍ତୁତ କରାଯାଉଥିଲା ପଢ଼ିବା ପାଇଁ ନୁହେଁ, ବରଂ ଆଧ୍ୟାତ୍ମିକ ଶ୍ରେୟ ନେବା ପାଇଁ । ତେବେ ଏହି ପରିବର୍ତ୍ତନ ଯୋଗୁ କଳାକାର, କାଗଜ ପ୍ରସ୍ତୁତକାରୀ, ରଙ୍ଗଶିଳ୍ପୀ, ବଢ଼େଇ,କମାରଙ୍କର ଏବଂ ହସ୍ତଲିପିର ଉତ୍‌ଥାନ ଘଟିଥିଲା। ବିଶେଷ ଜ୍ଞାନ ଥିବା ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଲିଖନୀରେ ଲେଖକମାନେ ଲେଖୁଥିଲେ। ଗ୍ରନ୍ଥାଗାରକୁ ‘ଭଣ୍ଡାର’ କୁହାଯାଉଥିଲା ଏବଂ ପାଣ୍ଡୁଲିପିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେସବୁ ନିର୍ମାଣ କରାଯାଇଥିଲା। ବହୁ ସମୟରେ ଏଗୁଡ଼ିକୁ ମନ୍ଦିର ପରିସରରେ ନିର୍ମାଣ କରାଯାଉଥିଲା।
ଉତ୍ତର ଭାରତରେ ପ୍ରଥମେ ବ୍ରିକ୍‌ ଗଛର ଖୋଳପାରେ ପାଣ୍ଡୁଲିପି ଲେଖା ଯାଉଥିଲାବେଳେ ଦକ୍ଷିଣ ଭାରତରେ ତାଳପତ୍ର ବ୍ୟବହାର କରାଯାଉଥିଲା। ତେବେ ପାଖାପାଖି ୧୩ଶ ଶତାବ୍ଦୀରେ କେନ୍ଦ୍ର ଏସିଆରୁ ମୋଗଲମାନଙ୍କ ଦ୍ୱାରା ପ୍ରଥମେ କାଗଜ ଭାରତକୁ ଆସିବା ପରେ ଜୈନ ଲେଖକମାନେ ଲେଖିବା ପାଇଁ ଏହାକୁ ବ୍ୟାପକ ଭାବେ ବ୍ୟବହାର କରିଥିଲେ। ଏହି କାଗଜ ନରମ ଓ ଛୋଟ ଥିଲା । ଏହା ଉପରେ ରଙ୍ଗ କରିବା ସହଜ ଥିଲା ଏବଂ ସବିଶେଷ ବିବରଣୀ ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇପାରୁଥିଲା। ପାଣ୍ଡୁଲିପିଗୁଡ଼ିକ ବାକ୍ସରେ ରଖାଯାଇ ତାହାକୁ ଲାଇବ୍ରେରିରେ ରଖାଯାଉଥିଲା। ଯେତେବେଳେ ତାହାକୁ ବ୍ୟବହାର କରିବାକୁ ପଡ଼ୁଥିଲା, ସେତେବେଳେ ସେସବୁକୁ ବାକ୍ସରୁ ବାହାରକରି କନାରେ ଗୁଡ଼ାଯାଇ ରଖାଯାଉଥିଲା। ପଶ୍ଚିମ ଉପକୂଳରେ କୋଙ୍କଣ, ଗୁଜରାଟ ଏବଂ ରାଜସ୍ଥାନ ଭଳି ସମୃଦ୍ଧ ଅଞ୍ଚଳରେ ପାଣ୍ଡୁଲିପିର ପ୍ରମୁଖ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ରହିଥିଲା।
ଜୈନ ପାଣ୍ଡୁଲିପିଗୁଡ଼ିକ ଏହାର ସୂକ୍ଷ୍ମ ଢାଞ୍ଚା ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତ୍ୟେକ ପୃଷ୍ଠା ଡିଜାଇନ ସ୍ପଷ୍ଟ ଥିଲା ଏବଂ ବେଳେବେଳେ ଏହାକୁ ଗୋଟିଏ, ତିନୋଟି କିମ୍ୱା ପାଞ୍ଚଟି ପ୍ୟାନେଲରେ ବିଭକ୍ତ କରାଯାଇଥିଲା। ଧାଡ଼ି ସମାନ୍ତର ରହିଥିବାବେଳେ ବର୍ଣ୍ଣନାଗୁଡ଼ିକରେ ସମନ୍ୱୟ ଥିଲା। ଦେଖିବାକୁ ଗଲେ ସ୍ୱଚ୍ଛତା, ସ୍ପଷ୍ଟତା ଏବଂ ଶୃଙ୍ଖଳା ଜୈନ ଦର୍ଶନର କେନ୍ଦ୍ର ଥିଲା। ଏଣୁ ପାଣ୍ଡୁଲିପି ପୃଷ୍ଠାରେ କଳାର ଅଭିବ୍ୟକ୍ତି ଦେଖିବାକୁ ମିଳୁଥିଲା। ରଙ୍ଗ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଥିଲା। ଜୈନ ଲଘୁ ଚିତ୍ରକଳାରେ ଗାଢ଼ ନୀଳରଙ୍ଗ ଥିଲା ସମ୍ପୂର୍ଣ୍ଣ ନିଆରା, ଯାହା ଶାନ୍ତି ଓ ଅସୀମର ପ୍ରତୀକ। ଏସବୁ ଏକ ପ୍ରକାର ଦୃଷ୍ଟି ଆକର୍ଷକ ଥିଲା, ଯାହା ଭାରତରେ ଅନ୍ୟ ସବୁ ପାଣ୍ଡୁଲିପିଠାରୁ ଥିଲା ସମ୍ପୂର୍ଣ୍ଣ ନିଆରା । ପାଣ୍ଡୁଲିପିଗୁଡ଼ିକର ବିଷୟଗୁଡ଼ିକୁ କଳ୍ପସୂତ୍ର ଏବଂ ଅନ୍ୟ ଗ୍ରନ୍ଥରୁ ଉଦ୍ଧୃତ କରାଯାଉଥିଲା। ତୀର୍ଥଙ୍କରଙ୍କ ଜୀବନୀ ସବୁ କଳ୍ପସୂତ୍ରରେ ବର୍ଣ୍ଣନା କରାଯାଇ ସମୟ ଚକ୍ର, ଜୈନ ଜଗତର ସ୍ଥିତି ଏବଂ ସୃଷ୍ଟି ଓ ବିଲୟର ଅସୀମ ଧାରାକୁ ବୁଝାଇଛି। ଏହା ମଧ୍ୟ ସୃଷ୍ଟିର ପ୍ରମୁଖ ଭୂମିକାରେ ଥିବା ନଅ ବାସୁଦେବ ଏବଂ ସେମାନଙ୍କ ବଳଦେବ ଭାଇ ତଥା ପ୍ରତି ବାସୁଦେବଙ୍କୁ ସ୍ଥାନିତ କରିଛି, ଯେଉଁମାନେ ୧୨ ଜଣ ସମ୍ରାଟ ବା ଚକ୍ରବର୍ତ୍ତୀ ଓ ୨୪ ଜଣ ତୀର୍ଥଙ୍କରଙ୍କୁ ବିରୋଧ କରିଥିଲେ।
ପଞ୍ଚଟି ପବିତ୍ର ଘଟଣା ମାଧ୍ୟମରେ ପ୍ରତ୍ୟେକ ତୀର୍ଥଙ୍କରଙ୍କ ଜୀବନକୁ ବର୍ଣ୍ଣନା କରାଯାଇଛି। ଏହା ପଞ୍ଚ କଲ୍ୟାଣକ ଭାବେ ଜଣାଶୁଣା ଯାହା ଗର୍ଭାଧାନ, ଜନ୍ମ, ତ୍ୟାଗ, ଜ୍ଞାନପ୍ରାପ୍ତି ଏବଂ ମୋକ୍ଷକୁ ପ୍ରତିପାଦିତ କରେ। ବହୁ ସମୟରେ ପାଣ୍ଡୁଲିପିଗୁଡ଼ିକ ଏହିସବୁ କାହାଣୀର ପୁନରାବୃତ୍ତିକରି ଜୈନ ନୀତିଶିକ୍ଷାକୁ ପ୍ରତିଫଳିତ କରିଛି। ଅନେକରେ ମଧ୍ୟ କଳକା ଆଚାର୍ଯ୍ୟ କଥା ପଞ୍ଚ କଲ୍ୟାଣକରେ ରହିଛି। ମୁନି କଳକା ଉଜ୍ଜୟିନୀର ଅହଂକାରୀ ଶାସକ, ଯିଏ ତାଙ୍କ ଭଉଣୀଙ୍କୁ ଅପହରଣ କରିଥିଲେ, ତାଙ୍କୁ ଦଣ୍ଡିତ କରିବା ପାଇଁ କିଭଳି ବିଦେଶୀ ରାଜାଙ୍କୁ ଆମନ୍ତ୍ରଣ କରିଥିଲେ ତାହା ଉଲ୍ଲେଖ କରାଯାଇଛି। ଆଉ ଏକ ଲୋକପ୍ରିୟ କାହାଣୀରେ ରାଜା ଯଶୋଧାରା ଏବଂ ତାଙ୍କ ମା’ଙ୍କ ପୁନର୍ଜନ୍ମ କଥା ରହିଛି। ଏଥିରେ ଯଶୋଧାରାଙ୍କ ମା’ ତାଙ୍କ ସ୍ତ୍ରୀଙ୍କ ବ୍ୟଭିଚାରକୁ ସାମ୍ନାକୁ ଆଣିଛନ୍ତି। ଊନଂବିଂଶ ଶତାବ୍ଦୀରେ ସଂସ୍କାର ଅଭିଯାନ ପରିପ୍ରେକ୍ଷୀରେ ଅନେକ ପଣ୍ଡିତ ପ୍ରାଚୀନ ଜୈନ ଗ୍ରନ୍ଥଗୁଡ଼ିକୁ ଅନୁବାଦକରି ସଂରକ୍ଷିତ ରଖିବାକୁ ଚାହଁିଥିଲେ। ଏହାକୁ ଋଢ଼ିବାଦୀମାନେ ବିରୋଧ କଲେ। ତେବେ ଶେଷରେ ଯେତେବେଳେ ଅନୁବାଦ ସରିଲା, ବିଦ୍ୱାନ୍‌ ହର୍ମନ ଜାକୋବି ସ୍ପଷ୍ଟ କରିଥିଲେ ଯେ, ଜୈନଧର୍ମ ହେଉଛି ଏକ ଭିନ୍ନ ଧର୍ମ , ଏହା ହିନ୍ଦୁ ସମ୍ପ୍ରଦାୟ ନୁହେଁ। ଇଂରେଜ ଶାସନ ବେଳେ ୧୮୮୧ ଜନଗଣନାରେ ଜୈନମାନଙ୍କୁ ଏକ ପୃଥକ୍‌ ଗୋଷ୍ଠୀ ଭାବେ ବର୍ଗୀଭୁକ୍ତ କରାଯାଇ ଆର୍ଯ୍ୟ ସମାଜ ଭଳି ହିନ୍ଦୁ ସଂସ୍କାର ଅ୍ରଭିଯାନ(ଯାହା ଜୈନ ପାଇଁ ଅଲଗା ପରିଚିୟ ଚାହଁୁ ନ ଥିଲା)କୁ ବିରୋଧ କରାଯିବା ପାଇଁ ପ୍ରେରିତ କରାଯାଇଥିଲା। ଜୈନ ପାଣ୍ଡୁଲିପିରେ ଅନ୍ତିମ ସମୟ ପୂର୍ୱରୁ ମଣିଷର ଭଲ ଓ ମନ୍ଦ କର୍ମର ହିସାବକୁ ରେକର୍ଡ କରିଛି। ଅବ୍ୟବସ୍ଥା କିମ୍ୱା ମନୋବିକାର ନୁହେଁ , ବରଂ ବିଶ୍ୱ ସମ୍ପୂର୍ଣ୍ଣ କର୍ମ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ବୋଲି ଏହିସବୁ ପାଣ୍ଡୁଲିପି ଜୈନ ବିଚାରକୁ ପ୍ରକାଶ କରିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri