Posted inଜାତୀୟ

ମୁମ୍ବାଇରେ ଜୈନ ସମ୍ପ୍ରଦାୟ ପକ୍ଷରୁ ପ୍ରଦର୍ଶନ ଜାରି, ରାସ୍ତା ଅବରୋଧ କଲେ ଲୋକେ…

ମୁମ୍ବାଇ,୪।୧ : ଜୈନ ସମ୍ପ୍ରଦାୟ ପକ୍ଷରୁ ଗୁଜରାଟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ବୁଧବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଶ୍ରୀ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିବା ଏବଂ ଗୁଜରାଟର ପଲିତାନା ଠାରେ ଥିବା ଜୈନ ମନ୍ଦିରକୁ ଭଙ୍ଗାରୁଜା କରିବାକୁ ନେଇ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହଜାର ହଜାର ଲୋକ ରାସ୍ତାରେ ପ୍ରଦର୍ଶନ କରିଥିଲେ। ମୁମ୍ବାଇର ଆଜାଦ ମଇଦାନରେ ଜୈନ ସମାଜର ଏକ ବଡ ଆନ୍ଦୋଳନ ହୋଇଥିଲା। ଜୈନ ସମାଜର ଏହି ରାଲି ମୁମ୍ବାଇ ମେଟ୍ରୋ ସିନେମାରୁ ଆରମ୍ଭ ହୋଇ, ଆଜାଦ ମଇଦାନରେ ସମାବେଶ ସହିତ ଶେଷ ହୋଇଥିଲା।

ବୁଧବାର ସକାଳୁ ଜୈନ ସମାଜର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଲୋକ ରାସ୍ତା ଅବରୋଧ କରାଯାଇ ତୀର୍ଥସ୍ଥାନ ମୁକ୍ତ କରିବାକୁ ଦାବି କରିଥିଲେ।

ଝାଡ଼ଖଣ୍ଡ ସରକାର ଜୈନ ସମ୍ପ୍ରଦାୟର ଦିଗମ୍ବର ଶ୍ୱେତାମ୍ବର ସମାଜର ପବିତ୍ର ସ୍ଥାନ ପ୍ରଭୁ ପରସନାଥ ପର୍ବତକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିଛନ୍ତି। ଯେଉଁ କାରଣରୁ ସେଠାରେ ହୋଟେଲ ଖୋଲିବ। ଏହି ପରିବର୍ତ୍ତନକୁ ନେଇ ଜୈନ ସମାଜ ଅସନ୍ତୁଷ୍ଟ ହୋଇ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ଗୁଜରାଟର ଭବନଗର ଜିଲା ଅନ୍ତର୍ଗତ ପାଲିତାନାର ଶତ୍ରୁଞ୍ଜୟ ପାହାଡ ଉପରେ ଥିବା ବୋର୍ଡ ଏବଂ ଲୁହା ସ୍ତମ୍ଭକୁ ଭଙ୍ଗାରୁଜା କରାଯାଇଛି। ସ୍ତମ୍ଭରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। ସେବେଠାରୁ ସେଠ ଆନନ୍ଦଜୀ କଲ୍ୟାଣଜୀ ଟ୍ରଷ୍ଟ ଏବଂ ନୀଳକଣ୍ଠ ମହାଦେବ ସେବା ସମିତି ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।

ବିବାଦକୁ ନେଇ ଝାଡଖଣ୍ଡର ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହା ବିଷୟରେ ତାଙ୍କ ପାଖରେ ସବିଶେଷ ତଥ୍ୟ ନାହିଁ। ସେ କେବଳ ଜାଣନ୍ତି ଯେ କେନ୍ଦ୍ର ସରକାର ପରାସନାଥ ପର୍ବତକୁ ଏକ ଇକୋ-ସମ୍ବେଦନଶୀଳ ଜୋନ ଭାବରେ ଘୋଷଣା କରିଛନ୍ତି। ଏହାକୁ ନେଇ ଏକ ବିବାଦ ଦେଖାଦେଇଛି। ତେଣୁ ସେ ବର୍ତ୍ତମାନ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇପାରିବେ ନାହିଁ।

ତେବେ କେନ୍ଦ୍ର ସରକାର କାହିଁକି ଏବଂ କେଉଁ ପ୍ରସଙ୍ଗରେ ଏହି ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ସୂଚନା ପାଇବା ପରେ ହିଁ କିଛି କୁହାଯାଇପାରେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। ଏହି ଘଟଣାରେ କେଉଁ ସମାଧାନ ହୋଇପାରିବ ସେ ତାହା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri