Advertisement
Posted inଖେଳ

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ଖେଳାଳି ଭାବରେ ସେ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଓଭରରେ ହାଟ୍ରିକ ଅର୍ଜନ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ ବିପକ୍ଷ ରଣଜୀ ମୁକାବିଲାରେ ସେ ଏହି ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ସେ ଧ୍ରୁବ ଶୋରେ, ବୈଭବ ରାଓ୍ବଲ ଓ ଅଧିନାୟକ ୟଶ ଧୂଲଙ୍କୁ ଆଉଟ କରିଥିଲେ। ସମାନ ସ୍ପେଲର ପରବର୍ତ୍ତୀ ଓଭରରେ ମଧ୍ୟ ସେ ଅଗ୍ନିବର୍ଷୀ ବୋଲିଂ ସହିତ ଜଣ୍ଟି ସିଦ୍ଧୁ(୪), ଲଳିତ ଯାଦବ(୦) ଓ ଲକ୍ଷ୍ୟ ଥରେଜା(୧)ଙ୍କୁ ଆଉଟ କରିବାରୁ ଦିଲ୍ଲୀର ସ୍କୋର ୧୦/୭ରେ ପହଞ୍ଚିଥିଲା। ତେବେ ହ୍ରିତିକ ଶୋକିନ୍‌ଙ୍କ ଅପରାଜିତ ୬୮ ଓ ଶିବାଙ୍କ ବଶିଷ୍ଠଙ୍କ ୩୮ ରନ୍‌ ବଳରେ ଦିଲ୍ଲୀ ୧୩୩ ରନରେ ପହଞ୍ଚି ପାରିଥିଲା। ଉନାଡକଟ ୩୯ ରନ୍‌ ବ୍ୟୟରେ ୮ ଉଇକେଟ ନେବା ଚଳିତ ସିଜନର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ପୂର୍ବରୁ ଉତ୍ତରାଖଣ୍ଡର ଦୀପକ ଧପୋଲା ହିମାଚଳ ପ୍ରଦେଶ ବିପକ୍ଷରେ ୩୫ ରନ୍‌ ଦେଇ ୮ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ରଣଜୀ ଟ୍ରଫି ଇତିହାସରେ ଏହା ଶ୍ରେଷ୍ଠ ପ୍ରଦର୍ଶନ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ଏଫ୍‌ସିକୁ ମିଳିଲା ପୁରସ୍କାର ରାଶି

ଚେନ୍ନାଇ, ୨୯ା୬ (ପି.ଟି.)- ସିଜନ ୨୦୧୮-୧୯ ଆଇ-ଲିଗ୍‌ ଚାମ୍ପିୟନ ଚେନ୍ନାଇ ସିଟି ଏଫ୍‌ସିକୁ ଶେଷରେ ପୁରସ୍କାର ରାଶି ମିଳିଛି। କ୍ଲବ ତରଫରୁ ଏ ବିଷୟରେ ଘୋଷଣା...

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ଜାମସେଦପୁର

ଫତୋର୍ଦା, ୨୯।୧୨-ଇଣ୍ଡିଆନ ସୁପରଲିଗ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫସି ୧-୦ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି। ମ୍ୟାଚର ୭୯ତମ ମିନିଟରେ ଷ୍ଟିଫେନ୍‌ ଏଜେ...

ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍‌

କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା...

ହାମିଲଟନ ଜିତିଲେ ସ୍ପାନିଶ ଗ୍ରାଁ ପ୍ରି

ମଣ୍ଟମେଲ (ସ୍ପେନ୍‌), ୧୩ା୫ (ଏଏଫ୍‌ପି)-ମର୍ସିଡିଜର ଲୁଇସ୍‌ ହାମିଲଟନ ସ୍ପାନିଶ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ତାଙ୍କ ମର୍ସିଡିଜ ଟିମ୍‌ମେଟ୍‌...

ଭାବପ୍ରବଣ ହେଲେ ସଚିନ

ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ...

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌...

ଫେଡରର-ଜୋକୋଭିଚ୍‌ ସେମିଫାଇନାଲ

ମେଲବୋର୍ନ, ୨୯ା୧ (ଏଏଫ୍‌ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର...

ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ସ୍ଥଗିତ ରହିଲା ମ୍ୟାଚ୍‌

ମେଲବୋର୍ନ, ୨୦।୩- କରୋନା ଭାଇରସ୍‌ ଯୋଗୁ ବିଶ୍ୱସ୍ତରରେ କ୍ରୀଡ଼ା ବେଶ୍‌ ପ୍ରଭାବିତ ହୋଇଛି। ତେବେ ଯେଉଁ ଦେଶରେ କରୋନା ପ୍ରଭାବ ହ୍ରାସ ପାଇବାରେ ଲାଗିଛି ସେଠାରେ...

Advertisement
Archives

Model This Week