ଭୁଲ୍‌ ସତ୍ୟପାଠ ଦାଖଲ କଲେ ଜେଲ

ଭୁବନେଶ୍ୱର,୧ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ସଂଶୋଧନ ପାଇଁ ୩ଟି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି। ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ-୧୯୫୯ ଏବଂ ଓଡ଼ିଶା ଜିଲା ପରିଷଦ ଅଧିନିୟମ-୧୯୯୧ରେ ଆବଶ୍ୟକ ସଂଶୋଧନ ଅଧ୍ୟାଦେଶ ମାଧ୍ୟମରେ କରାଯାଇଛି। ଏଣିକି ପଞ୍ଚାୟତିରାଜ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ନିମନ୍ତେ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥୀମାନେ ନିଜର ଆପରାଧିକ, ଶିକ୍ଷାଗତ ଓ ସମ୍ପତ୍ତି ଆଦି ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବେ। ଭୁଲ ତଥ୍ୟ ଦେଲେ ଜେଲଦଣ୍ଡ ସହ ଜରିମାନାର ବ୍ୟବସ୍ଥା ରହିଛି । ସେହିପରି ବିପର୍ଯ୍ୟୟ ପରିଚାଳନାକୁ ମଧ୍ୟ ଆଇନଗତ ଭାବେ ଲାଗୁ କରାଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଞ୍ଚାୟତ ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନାରେ ସାମିଲ ହେବାକୁ ବାଧ୍ୟ ହେବେ । ଏହାଛଡ଼ା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଓ ବିଡିଏର ୧୬ଟି ପ୍ରକଳ୍ପରେ ଘର ଓ ଦୋକାନ ନେଇଥିବା ପ୍ରାୟ ୫୨୩୫ ଜଣ ଲିଜ୍‌ଧାରୀଙ୍କୁ ମାଲିକାନା ସ୍ବତ୍ୱ ମିଳିବ। ସେମାନେ ଆବଶ୍ୟକ ସ୍ଥଳେ ନିଜର ଘରକୁ ବନ୍ଧକ ଓ ବିକ୍ରି କରିପାରିବେ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ରାଜ୍ୟ ସରକାର ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ (ନିଯୁକ୍ତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୭କୁ ସଂଶୋଧନ କରିବେ। ସରକାରୀ ମହାବିଦ୍ୟାଳୟରେ କନିଷ୍ଠ ଗ୍ରନ୍ଥାଗାରିକ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଉକ୍ତ ନିୟମାବଳୀରେ ସଂଶୋଧନ କରାଯିବ। କନିଷ୍ଠ ଗ୍ରନ୍ଥାଗାରିକ ପଦବୀ ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପରିଚାଳିତ ହେବ। କେଉଁ ତାରିଖରେ କେଉଁଠି ପରୀକ୍ଷା ହେବ ତାହା ବୋର୍ଡ ନିର୍ଦ୍ଧାରଣ କରିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ସରକାରୀ କଲେଜ ପ୍ରୟୋଗଶାଳା ସହାୟତା ତଥା ଭଣ୍ଡାର ରକ୍ଷକ (ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ସଂଶୋଧନ ପରେ ପ୍ରୟୋଗଶାଳା ସହାୟତା ତଥା ଭଣ୍ଡାର ରକ୍ଷକ ପଦବୀ ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପରିଚାଳିତ ହେବ। ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ନିଯୁକ୍ତି ଓ ସେବାସର୍ତ୍ତ ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri