ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର ରୋଡର ଷ୍ଟେସନ ପାଖ ଚୂନଭାଟି ଅଂଚଳରେ ଥିବା ଅସହାୟ ଲୋକଙ୍କୁ ପୁରୁଣା ବ୍ୟବହାର ଉପଯୋଗୀ ସଫା ଲୁଗା ଓ ଶୀତ ବସ୍ତ୍ର ଯୋଗାଇ ଦିଆଯାଇଛି । ପୂର୍ବ ବର୍ଷ ପରି ଏଥର ମଧ୍ୟ ଅନୁଷ୍ଠାନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ପାଇଁ ଆଖ ପାଖ ଅଞ୍ଚଳରୁ ତଥା ନିଜ ବନ୍ଧୁ, ସହଯୋଗୀଙ୍କଠାରୁ ବିଭିନ୍ନ ଗାଁରୁ ବ୍ୟବହାର ଉପଯୋଗୀ ଶୀତବସ୍ତ୍ର ଓ ଭଲ ସଫା ଲୁଗା, ପୋଷାକ ଆଦି ସଂଗ୍ରହ କରିଥିଲେ । ଅସହ୍ୟ ଶୀତରେ ଅନେକ ଲୋକଙ୍କ ପାଖେ ପିନ୍ଧିବାକୁ ନଥିଲା ବେଳେ ସମସ୍ତଙ୍କୁ ନୂଆ ଯୋଗାଇରେ ଆମେ ସକ୍ଷମ ନୁହେଁ କିନ୍ତୁ ଯେଉଁ ଭଲ ଜିନିଷ ଘରେ ରହି ନଷ୍ଟ ହୋଇଥାନ୍ତା ତାକୁ ଯଦି ଅନ୍ୟ କେହି ବ୍ୟବହାର କରିପାରିବେ ଏହାଠୁ ଭଲ ଆଉ କିଛି ହୋଇ ନ ପାରେ ବୋଲି ଅନୁଷ୍ଠାନର ସଦସ୍ୟମାନେ ମତ ଦେଇଛନ୍ତି । ଅନେକ ନୂଆ ପୋଷାକ ଛୋଟ ହୋଇଗଲେ ଆମେ ଆଉ ପିନ୍ଧି ନଥାନ୍ତି, ଫୋପାଡ଼ି ଦିଅନ୍ତି କିମ୍ବା ଘରେ ଏମିତି ରଖିଥାନ୍ତି । କିନ୍ତୁ ସେସବୁ ଯଦି ଆଉ କିଏ ବ୍ୟବହାର କରିପାରେ ତାହେଲେ ଏହା ଖୁବ ଭଲ ପଦକ୍ଷେପ ।

“ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” ନିଆରା ପଦକ୍ଷେପ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି । ପୋଷାକ ବଣ୍ଟନ ସହ ଝିଅ ଓ ମହିଳାଙ୍କ ପାଇଁ ବିଭିନ୍ନ କସମେଟିକ ଜିନିଷ ଫାଉଣ୍ଡେସନ ତରଫରୁ ଯୋଗାଇ ଦିଆଯାଇଛି। ଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ ବାଣ୍ଟିବା ସହ ଫାଉଣ୍ଡେସନର ସଦସ୍ୟମାନେ ତାଙ୍କ ସହ ମିଶି ମଜାମସ୍ତି କରିଥିଲେ । ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇଲେ ହିଁ ବେଶୀ ଖୁସି ଲାଗିଥାଏ ବୋଲି ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ କହିଛନ୍ତି । ଆଗକୁ ଆହୁରି ଏମିତି ଜନ ମଙ୍ଗଳକାରୀ କାର୍ଯ୍ୟ ଚାଲୁରହିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?