ଜୟ ଜଗନ୍ନାଥ ସିଲେଇ ୟୁନିଟ ପ୍ରତି ନିଘା ନାହିଁ

ଓଡ଼ଗାଁ, ୨୪ା୭(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁରେ ସୁରଟ ଓ ଦିଲ୍ଲୀ ଢାଞ୍ଚାରେ ତିଆରି ହୋଇଥିବା ପୋଷାକ ପ୍ରସ୍ତୁତ କାରଖାନା ପ୍ରତି କାହାର ନିଘାନାହିଁ। ୨୫ ଜାନୁୟାରୀ ୨୦୧୮ରେ ୬୦ ଜଣ ମହିଳାଙ୍କୁ ନେଇ ମିଶନ ଶକ୍ତି ଅନ୍ତର୍ଗତ ଜୟ ଜଗନ୍ନାଥ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ହେବା ସହିତ ସେମାନଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଥିଲା। ସମସ୍ତ ତାଲିମପ୍ରାପ୍ତ ମହିଳା ନିଜକୁ ଆତ୍ମ ନିର୍ଭରଶୀଳ କରିବାକୁ ସମ୍ପୃକ୍ତ ଏସ୍‌ଏଚ୍‌ଜି ଉପରେ ନିର୍ଭରଶୀଳ। ଏହି ଗୋଷ୍ଠୀକୁ ଦିଗ୍‌ଦର୍ଶନ ଦେବାକୁ ସୁରଟର କାମଧନ୍ଦା ଛାଡ଼ି ଗାଁକୁ ଚାଲି ଆସିଥିବା ଯୁବ ଉଦ୍ୟୋଗୀ ଭାସ୍କର ସାହୁ ଓ ସ୍ତ୍ରୀ ମିନତିଙ୍କ ଉଦ୍ୟମରେ ଏସ୍‌ଏଚ୍‌ଜି ଗୋଷ୍ଠୀ ଗଠନ କରି ଗାଁ ଗହଳିର ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ସକ୍ଷମ ହୋଇଛନ୍ତି। ସେମାନେ ଏକକାଳୀନ ଶତାଧିକ ସଂଖ୍ୟାରେ ଅଙ୍ଗନୱାଡି ଶିଶୁଙ୍କଠାରୁ ଆରମ୍ଭ କରି ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ନିମନ୍ତେ ୟୁନିଫର୍ମ ପ୍ରସ୍ତୁତ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ଜିଲା ତଥା ଜିଲା ବାହାରେ ସୁନାମ ଅର୍ଜନ କରିଛନ୍ତି। ଏପରି କି କରୋନା ସମୟରେ ମାସ୍କ ନିର୍ମାଣ ସହ ଜାତୀୟ ପତାକା ପ୍ରସ୍ତୁତ ଓ ବିତରଣ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏପରିସ୍ଥଳେ ତାଙ୍କ ୟୁନିଟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସ୍କୁଲ ପୋଷାକ ଜିଲା ଶିକ୍ଷା ବିଭାଗ ଦ୍ୱାରା କିଣାଯାଉନାହିଁ। ଫଳରେ ସେ ପଡୋଶୀ ଗଞ୍ଜାମ, କନ୍ଧମାଳ ଆଦି ଜିଲାର ଶିକ୍ଷା ବିଭାଗକୁ ପୋଷାକ ପ୍ରସ୍ତୁତ କରି ପଠାଇବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ୟୁନିଟ ସମ୍ପାଦିକା ମିନତି ଓ ସଭାନେତ୍ରୀ ନନ୍ଦିନୀ ସାହୁ ଏକାଧିକ ଥର ଜିଲାପାଳଙ୍କୁ ଭେଟି ନିଜ ୟୁନିଟ ଦ୍ୱାରା ପ୍ରସ୍ତୁତ ପୋଷାକ ଶିକ୍ଷା ବିଭାଗ ଦ୍ୱାରା କ୍ରୟ କରିବାକୁ ଅନୁରୋଧ କରିଥିଲେ। ଜିଲାପାଳ ଏ ନେଇ ଶିକ୍ଷା ବିଭାଗକୁ ତତ୍‌ସମ୍ବନ୍ଧୀୟ ନିର୍ଦ୍ଦେଶ ଦେଇଥିଲେ ହେଁ କାର୍ଯ୍ୟକାରୀ ହୋଇନାହିଁ। ଏହି ୟୁନିଟ୍‌ରୁ ପୋଷାକ କ୍ରୟ କରାଯାଉ ନ ଥିବାରୁ ଗୋଷ୍ଠୀର ମହିଳାମାନେ ନାନା କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ଏହି ୟୁନିଟ ତଥା ମିଶନ ଶକ୍ତିରେ ସାମିଲ ଥିବା ୬୦ ମହିଳାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ କ୍ରୟ କରିବାକୁ ଜିଲାପାଳ ଦୃଢ କାଯର୍‌ୟାନୁଷ୍ଠାନ ନେବାକୁ ସେମାନେ ୫-ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଓଡ଼ଗାଁ ଗସ୍ତ ସମୟରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନେ ୫ ରୁ ୬ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କରିବା ସହ ଭଡ଼ା ଘରେ ଏହି ୟୁନିଟକୁ ଚଲାଇ ଆସୁଛନ୍ତି। ଘରଭଡ଼ା ବାବଦକୁ ମାସିକ ୧୮ ହଜାର, ବିଦ୍ୟୁତ୍‌ ବିଲ ୪ରୁ ୫ ହଜାର, ଅନ୍ୟାନ୍ୟ ୩ ରୁ ୫ ହଜାର ଟଙ୍କା ବ୍ୟୟ କରିବାକୁ ପଡୁଛି। ଏହା ସହ ସେମାନଙ୍କ ପାରିଶ୍ରମିକ ବାବଦକୁ ମାସିକ ୩ ରୁ ସାଢେ ୩ ଲକ୍ଷ ଟଙ୍କା ଦିଆଯାଉଥିବା ସମ୍ପାଦିକା ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଜିଲାର ସମସ୍ତ ସ୍କୁଲର ପରିଚାଳନା କମିଟି ନିଜ ବ୍ଲକ କିମ୍ବା ଜିଲାରେ ପ୍ରସ୍ତୁତ ହେଉଥିବା ଉତ୍ତମମାନର ସ୍କୁଲ ୟୁନିଫର୍ମ କିଣିବା ବଦଳରେ ଦଲାଲଙ୍କ ଜରିଆରେ କୋଲକାତା କିମ୍ବା ଅନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି। ଜିଲାରେ ତାଙ୍କ ୟୁନିଟ ଦ୍ୱାରା ପ୍ରସ୍ତୁତ ପୋଷାକ କ୍ରୟ ନ କରିବାକୁ ନେଇ ସେମାନେ ନାନା ସନ୍ଦିହାନରେ ରହିଛନ୍ତି। ଅନ୍ୟପକ୍ଷେ ମିଶନ ଶକ୍ତି ନାମରେ କୋଟି କୋଟି ଟଙ୍କା ଅନୁଦାନ ବିନିଯୋଗ ହେଉଥିବା ବେଳେ ନିଜସ୍ବ ଉଦ୍ୟମରେ ଗଠନ ହୋଇଥିବା ଏହି ସିଲେଇ ୟୁନିଟ ନିଜର ମିଶନ ଶକ୍ତି ସତ୍ତା ହରାଇବାକୁ ବସିବ ବୋଲି ଏହାର ଦିଗଦର୍ଶକ ସାହୁ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri