Posted inଜାତୀୟ

ଜାହାଙ୍ଗୀରପୁରୀ ହିଂସା, ୫ ପ୍ରଶ୍ନ ଘେରରେ ପୋଲିସ…

ନୂଆଦିଲ୍ଲୀ, ୧୮।୪ : ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ  ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ହିଂସାର ଦୁଇ ବଡ଼ ଅଭିଯୁକ୍ତ ଅନସର ଏବଂ ଅସଲାମଙ୍କ ସମେତ ୨୩ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଧାରଣ ଲୋକଙ୍କ ସମେତ ଏହି ହିଂସାରେ ଆଠ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

ଜାହାଙ୍ଗୀରପୁରୀ ସମେତ ସମଗ୍ର ଦେଶରେ ଘଟିଥିବା ହିଂସା ଘଟଣାରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଞ୍ଚ ପାଇଁ ଦାବି କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୋମବାର ସକାଳେ ଆହତ ଏସଆଇ ମେଦା ଲାଲଙ୍କୁ ଭେଟି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ତାଙ୍କୁ ପୋଲିସ ବିଭାଗ ସମସ୍ତ ସାହାଯ୍ୟ କରିବ ବୋଲି ସେ ସବ-ଇନ୍ସପେକ୍ଟରଙ୍କୁ ଆଶ୍ୱାସନା ଦେଇଛନ୍ତି।

ତେବେ ହିଂସାକୁ ନେଇ ଦିଲ୍ଲୀ ପୋଲିସ ଉପରେ ୫ଟି ଗୁରୁତର ପ୍ରଶ୍ନ ଉଠିଛି। ତାହାର ଉତ୍ତର ଏପର୍ଯ୍ୟନ୍ତ ମିଳି ନାହିଁ।

ପ୍ରଥମ ପ୍ରଶ୍ନ ହେଉଛି, ଯଦି ହିଂସା ଘଟିବାର ଗୋଇନ୍ଦା ସୂଚନା ମିଳିଥିଲା ତେବେ କାହିଁକି ଶୋଭାଯାତ୍ରା ବନ୍ଦ ହୋଇ ନ ଥିଲା?

ଦ୍ୱିତୀୟ ପ୍ରଶ୍ନ ହେଉଛି, ୩୬ ଘଣ୍ଟା ପରେ ଫୋରେନସିକ ଦଳ କାହିଁକି ପହଞ୍ଚିଲେ?

ତୃତୀୟ ପ୍ରଶ୍ନ ହେଉଛି ହିଂସାର ପ୍ରକୃତ ମାଷ୍ଟରମାଇଣ୍ଡ କିଏ?

ଚତୁର୍ଥ ପ୍ରଶ୍ନ ହେଉଛି, ଜାହାଙ୍ଗୀରପୁରୀ ସମ୍ବେଦନଶୀଳ ଅଞ୍ଚଳ, ଏପରିସ୍ଥଳେ କାହିଁକି ସୁରକ୍ଷା ବ୍ୟବସ୍ଥା ନ ଥିଲା?

ସେହିପରି ପଞ୍ଚମ ପ୍ରଶ୍ନ ହେଉଛି, ହିଂସାକୁ ରୋକିବାରେ ପୋଲିସ କାହିଁକି ବିଫଳ ହେଲା?

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଫୋରେନସିକ ଟିମ ପ୍ରମାଣ ସଂଗ୍ରହ କରୁଛନ୍ତି। ଶୀଘ୍ର କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳକୁ ଯିବେ ଏବଂ ଏକ ନମ୍ବର ଜାରି କରାଯାଇପାରେ। ଏହା ପରେ ଲୋକମାନଙ୍କୁ ଏହି ନମ୍ବରରେ ଫଟୋ ଏବଂ ଭିଡିଓ ପଠାଇବା ପାଇଁ ଅନୁରୋଧ କରାଯାଇପାରେ। ଏହା ଆଧାରରେ ସାଇବର ସେଲ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାର ଉଦ୍ୟମ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri