ମୀନାଝୋଲାରେ ଜାଗରଯାତ୍ରା, ଯଜ୍ଞ ପାଇଁ ପ୍ରସ୍ତୁତି

ଚନ୍ଦ୍ରପୁର,୨୭।୨(ଡି.ଏନ୍‌.ଏ.)  ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁରର ପୁରାତନ ଶୈବପୀଠ ମୀନାଝୋଲା। ଶିବରାତ୍ରି ଉପଲକ୍ଷେ ଜାଗରଯାତ୍ରାରେ ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ବର୍ଷ ମାର୍ଚ୍ଚ ୧ରେ ଶିବରାତ୍ରି ପଡ଼ୁଛି। ତେଣୁ ୩ଦିନିଆ ଜାଗରଯାତ୍ରା ଓ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୀନାଝୋଲା ନିକଟ ଜନକଲ୍ୟାଣ ଆଶ୍ରମଠାରେ ସୋମବାର ଅପରାହ୍ନରେ କଳସଯାତ୍ରା ଓ କଳସାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ମଙ୍ଗଳବାର ପୂର୍ଣ୍ଣାହୁତି ଓ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ମୁଖ୍ୟ ପୁରୋଧା ଭାବେ ଜନକଲ୍ୟାଣ ଆଶ୍ରମର ବାବା ଜନକାନନ୍ଦ ଗିରି ଦାୟିତ୍ୱ ତୁଲାଉଥିବାବେଳେ ମୀନାଝୋଲା କମିଟିର ସଭାପତି ପ୍ରମୋଦ ମୁଗୁଲି, ସହଯୋଗୀ ସଦସ୍ୟ ପ୍ରମୋଦ ସାହୁକାର ପ୍ରମୁଖ ସହଯୋଗ କରୁଛନ୍ତି। ଶନିବାର ଅନେକ ଶ୍ରଦ୍ଧାଳୁ ଏହି ଶୈବପୀଠରେ ମୁଣ୍ଡନ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଜାଗରଯାତ୍ରା ପାଇଁ ବ୍ୟବସାୟୀମାନେ ପୀଠ ନିକଟରେ ଅସ୍ଥାୟୀ ଦୋକାନ ଖୋଲିବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri